କର୍ମକ୍ଷେତ୍ରରେ କାମ ଚାପ ରହିବା ସହ ଏମାନେ ଅଧିକ ଖର୍ଚ୍ଚାନ୍ତ ହେବେ! ପଢନ୍ତୁ ଆଜିର ରାଶିଫଳ  

Horoscope for Friday 12th April 2024
 
 
ପଢନ୍ତୁ ଆଜିର ରାଶିଫଳ  
 

ଓଡ଼ିଆ ଗସିପ୍ ବ୍ୟୁରୋ: ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲରେ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ ଆସନ୍ତୁ ଜାଣିବା...

ମେଷ: ମନ ପ୍ରସନ୍ନ ରହିବ। ନେଣ-ଦେଣ ସମୟରେ ସତର୍କ ରୁହନ୍ତୁ। ଦୀର୍ଘଦିନରୁ ଅଟକିଥିବା କାମ ପୂରା ହେବ। ଧାର୍ମିକ କାର୍ଯ୍ୟ ପ୍ରତି ରୁଚି ବଢ଼ିବ । ଅଧିକ ଖର୍ଚ୍ଚାନ୍ତ ହୋଇପାରନ୍ତି।

ବୃଷ: କୋର୍ଟ ସମ୍ବନ୍ଧୀୟ ମାମଲାର ସମାଧାନ ହେବ। ଭାବିଚିନ୍ତି କାମ କରନ୍ତୁ। ପରିଶ୍ରମ ଅନୁସାରେ ଫଳ ମିଳିବ ନାହିଁ। ବନ୍ଧୁଙ୍କଠାରୁ ଆର୍ଥିକ ସାହାଯ୍ୟ ପାଇବେ। ଛାତ୍ରଛାତ୍ରୀ ପଢ଼ାରେ ମନଯୋଗ ଦେବେ।

ମିଥୁନ: ପରିବାରକୁ ସମୟ ଦେବେ। ବ୍ୟବସାୟରେ କମ୍ ନିବେଶ କରି ଅଧିକ ଲାଭ ପାଇବେ। ପାରିବାରିକ ଜୀବନ ସୁଖମୟ ହେବ। ପିତାମାତାଙ୍କ ସେବା କରିବେ।

ଆଧିକ ପଢନ୍ତୁ : କେଉଁ ବୟସରେ ମା' ହେଲେ ଜେନେଟିକ୍ ରୋଗ ହେବାର ସମ୍ଭାବନା କମ୍, ଜାଣନ୍ତୁ ସଠିକ୍ ବୟସ କେତେ?

କର୍କଟ: ଦିନଟି ମିଶ୍ରିତଫଳ ପ୍ରଦାନ କରିବ। ଅଫିସ୍‌ରେ ସହକର୍ମୀଙ୍କ ସହଯୋଗ ମିଳିବ। ନିଜ ଦାୟିତ୍ବକୁ ଭଲ ଭାବେ ତୁଲାନ୍ତୁ। ବ୍ୟବସାୟ ଆରମ୍ଭ କରିବା ପାଇଁ ଗୁରୁଜନଙ୍କ ପରାମର୍ଶ ଲୋଡ଼ିବେ।

ସିଂହ: ପାରିବାରିକ ବ୍ୟବସାୟକୁ ଆଗକୁ ନେବେ। ସମ୍ମାନହାନି ଯୋଗ ଅଛି। ଚାଷ କ୍ଷେତ୍ରରେ ଲାଭ ମିଳିବ। ଘରେ ପୂଜାପାଠ ଆୟୋଜନ କରିବେ। ଅବିବାହିତଙ୍କ ପାଇଁ ଉତ୍ତମ ପ୍ରସ୍ତାବ ଆସିପାରେ।

କନ୍ୟା: ଅଚାନକ ଖୁସି ଖବର ପାଇପାରନ୍ତି। ଧନପ୍ରାପ୍ତି ଯୋଗ ରହିଛି। ଚାକିରିରେ ପଦୋନ୍ନତି ସମ୍ଭାବନା ଅଛି। ବିଦେଶ ଯାତ୍ରା କରିପାରନ୍ତି। ଦାମ୍ପତ୍ୟ ଜୀବନରେ ଭୁଲ୍‌ ବୁଝାମଣା ଦେଖାଦେବ।

ତୁଳା: ସମାଜସେବା ପ୍ରତି ଆଗ୍ରହ ବଢ଼ିବ। ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବ। ନୂତନ ଯାନବାହନ କିଣିପାରନ୍ତି। ଅଫିସ୍‌ରେ କାର୍ଯ୍ୟଭାର ବଢ଼ିବ। ସମସ୍ତ କାର୍ଯ୍ୟକୁ ପୂରା କରିବାରେ ସଫଳ ହେବେ।

ଆଧିକ ପଢନ୍ତୁ : ଧକ୍ ଧକ୍ ସହ ମୁଣ୍ଡର ଗୋଟିଏ ପଖାରେ ହେଉଛି କି ମୁଣ୍ଡବଥା? ଜାଣନ୍ତୁ ଏହାର କାରଣ ଓ ଉପଚାର...

ବିଛା: ବିବାହ ସମସ୍ୟା ସମାଧାନ ହେବ। ଘରେ ପୂଜାପାଠ, ଭଜନକୀର୍ତ୍ତନ ଆୟୋଜନ କରିବେ। ମନରୁ ନକାରାତ୍ମକ ଚିନ୍ତାଧାରା ଦୂର ହେବ। ଆଳସ୍ୟ ଅନୁଭବ କରିେବ।

ଧନୁ: ସନ୍ତାନଙ୍କ କ୍ୟାରିୟରକୁ ନେଇ ଅଭିଭାବକ ଚିନ୍ତାରେ ରହିେବ। ସ୍ବପ୍ନ ପୂରା କରିବାକୁ ଛାତ୍ରଛାତ୍ରୀ କଠିନ ପରିଶ୍ରମ କରିେବ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। କୌଣସି ନୂଆ କାମ ଆରମ୍ଭ କରିବେ।

ମକର: କର୍ମତତ୍ପର ରହିବେ। ଆଧ୍ୟାତ୍ମିକ ଦିଗରୁ ଦିନଟି ଭଲ। କର୍ମକ୍ଷେତ୍ରରେ କାମ ଚାପ ରହିବ। ଅନ୍‌ଲାଇନ୍‌ରେ କାମ କରୁଥିବା ଲୋକଙ୍କ ପାଇଁ ଦିନଟି ଭଲ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।

କୁମ୍ଭ: କର୍ମ ଅନୁସାରେ ଫଳ ମିଳିବ। ବ୍ୟବସାୟରୁ ଆଶାଜନକ ଲାଭ ମିଳିବ। ଚାକିରିେର ବଦଳି ସମ୍ଭାବନା ଅଛି। ଛାତ୍ରଛାତ୍ରୀ ପଢ଼ାରେ ମନ ଦେବେ। ବନ୍ଧୁଙ୍କ ସହ ଦୂରଯାତ୍ରା କରିପାରନ୍ତି।

ମୀନ: ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ପଢ଼ା ପାଇଁ ଅର୍ଥ ନିବେଶ କରିବେ। ଦୂରସ୍ଥାନକୁ ବୁଲିବା ଯୋଜନା କରିବେ। ଧାର କରଜରୁ ନିବୃତ୍ତ ରହିବେ। ପୈତୃକ ସମ୍ପତ୍ତିରୁ ଲାଭ ମିଳିବ।

ଆଧିକ ପଢନ୍ତୁ : ସକାଳୁ ସକାଳୁ ପେଟ ସଫା ହେଉନି କି ? କରନ୍ତୁ ଏହି କାମ, ଥରକେ ହେବ ସଫା...