ବାସ୍ତୁ ଶାସ୍ତ୍ର ଅନୁସାରେ ତୁଳସୀ ବୃକ୍ଷର ସ୍ଥାନ କେଉଁଠି? ଭୁଲ୍ ସ୍ଥାନରେ ତୁଳସୀ  ରହିଲେ କଣ ଆସେ ସମସ୍ୟା?

ତୁଳସୀର ଅପମାନ କଲେ ମାରାତ୍ମକ ରୋଗରେ ପଡ଼ିବାର ସମ୍ଭାବନା ରହିଛି

 

ଓଡ଼ିଆ ଗସିପ୍ ବ୍ୟୁରୋ: ହିନ୍ଦୁ ଧର୍ମରେ ତୁଳସୀ ବୃକ୍ଷଙ୍କୁ ଖୁବ ପବିତ୍ର କୁହାଯିବା ସହ ଏହା ଏକ ପୂଜନୀୟ ବୃକ୍ଷ। ପ୍ରତ୍ୟେକଙ୍କ ଘର ଅଗଣାରେ ତୁଳସୀଙ୍କୁ ପୂଜା କରାଯାଇଥାଏ। ଏହା ଦ୍ୱାରା ଘରେ ସର୍ବଦା ସୁଖ ସମୃଦ୍ଧି ବୃଦ୍ଧି ହେବା ସହ ଧନର ଅଭାବ ହୋଇନଥାଏ। ମାଲକ୍ଷ୍ମୀଙ୍କ କୃପା ରହିଥାଏ। ଭଗବାନ ବିଷ୍ଣୁଙ୍କ କୃପା ମଧ୍ୟ ମିଳିଥାଏ। ବାସ୍ତୁ ଶାସ୍ତ୍ରରେ ଏହାକୁ ନେଇ କିଛି ବିଶେଷ ମହତ୍ତ୍ୱ ଓ ଉପାୟ ବର୍ଣ୍ଣନା କରାଯାଇଛି । ଆସନ୍ତୁ ସେ ସମ୍ପର୍କରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଜାଣିବା....

ଅଧିକ ପଢ଼ନ୍ତୁ: ଦିଅର ପ୍ରେମରେ ଭାଉଜ ପଡ଼ିଲେ; କୂଅ ଦେଖି ଡେଇଁ ପଡ଼ିଲେ ବାୟା ଦିଅର

୧- ତୁଳସୀ ବୃକ୍ଷକୁ ଭାରତୀୟ ସଂସ୍କତି ପରମ୍ପରାରେ ମାଆ ଲକ୍ଷ୍ମୀ ଓ ନାରାୟଣଙ୍କର ପ୍ରତୀକ

ରୂପେ ବିବେଚନା କରାଯାଇଛି ।

୨-ତୁଳସୀ ହେଉଛି ମାନବଜାତି ପାଇଁ ଅମୃତ ।

୩-ବାସ୍ତ୍ରୁଶାସ୍ତ୍ର ଅନୁସାରେ ତୁଳସୀ ବୃକ୍ଷ ସଦାସର୍ବଦା ଘରର ଅଗଣାରେ ବୃନ୍ଦାବତୀଙ୍କ

ମଥାରେ ଶୋଭାପାଇବା ଉଚିତ୍ ।

ଅଧିକ ପଢ଼ନ୍ତୁ: ରାଜ୍ୟ କ୍ୟାବିନେଟ ବୈଠକରେ ୧୭ ପ୍ରସ୍ତାବକୁ ମୋହର, ମିଶନ ଶକ୍ତି ସ୍କୁଟର ଯାେଜନାକୁ ମିଳିଲା ଅନୁମୋଦନ

 ୪- ତୁଳସୀ ବୃକ୍ଷ ଗୃହର ପୂର୍ବ ଭାଗରେ ଏ୍ୟୖଶାନ୍ୟ କୋଣରେ     ସଂପନ୍ନ ବୃଦ୍ଧି

କରାଇଥାଏ ।

୫- ତୁଳସୀ ସଦାସର୍ବଦା ସ୍ବଂୟ ପରବ୍ରହ୍ମ ଶ୍ରୀ ଜଗନ୍ନାଥଙ୍କର ଗଳାରେ ଶୋଭାପାଏ ।

୬-ତୁଳସୀର ଅପମାନ କଲେ ମାରାତ୍ମକ ରୋଗରେ ପଡ଼ିବାର ସମ୍ଭାବନା ରହିଛି ।

୭-ତୁଳସୀ କାଏ କଫ, ଥଣ୍ଡା, ବାତ, ପିତ, କମ୍ପର ନାଶକ ଅଟେ ।

୮-ତୁଳସୀ ବୃକ୍ଷକୁ କିମ୍ବା ତାର ପତ୍ରକୁ କେବେବି ପାଦରେ ସ୍ପର୍ଶ କରିବେ ନାହିଁ ।

ଅଧିକ ପଢ଼ନ୍ତୁ : ପାର୍ଟନର ନଥିଲେ ଟେନସନ ନାହିଁ; ସେକ୍ସର ଆନନ୍ଦ ଦେବ AI ସେକ୍ସ ରୋବଟ

୯-ତୁଳସୀ ବୃକ୍ଷର ସେବା ପୂଜା କଲେ ଅନେକ ଜନ୍ମର ପାପରୁ ମୁକ୍ତି ପାଇଥାଏ ।

୧୦- ତୁଳସୀ ବୃକ୍ଷକୁ ଘରର ଅଳିଆ ଆର୍ବଜନା ମଳତ୍ୟାଗ କରୁଥିବା ସ୍ଥାନରେ ରୋପଣ କଲେ

ସର୍ବନାଶ ହେବ। .......