ଏପରି ପୁରୁଷଙ୍କୁ ଅଧିକ ପସନ୍ଦ କରନ୍ତି ମହିଳା, ରିସର୍ଚ୍ଚରୁ ଆସିଲା ଏଭଳି ତଥ୍ୟ...

 

ଓଡ଼ିଆ ଗସିପ ବ୍ୟୁରୋ: ଦାଢ଼ି ପୁରୁଷମାନଙ୍କ  ବ୍ୟକ୍ତିତ୍ୱକୁ ଆହୁରି ଆକର୍ଷଣୀୟ କରିଥାଏ । ଦେଖିବାକୁ ଗଲେ ଅଧିକାଂଶ ପୁଅ କ୍ଲିନ ସେଭ୍ ରହିବାକୁ ପସନ୍ଦ କରନ୍ତି । କିନ୍ତୁ, ଆଜିକାଲି ସମୟରେ ଦାଢ଼ି ଥିବା ଲୁକ୍ ମଧ୍ୟ ବହୁତ ପସନ୍ଦ କରାଯାଉଛି ।

ପୂର୍ବରୁ କ୍ଲିନ ସେଭ୍ ଚେହେରାକୁ ଆକର୍ଷଣୀୟ ମନେ କରାଯାଉଥିଲା । ଅନ୍ୟପକ୍ଷେ ଆଜିକାଲି ହାଲୁକା କିମ୍ବା ଘନ ଦାଢ଼ି ରଖିବାର ଯୁଗ । ଦାଢ଼ି ପୁରୁଷମାନଙ୍କ  ବ୍ୟକ୍ତିତ୍ୱକୁ ଆହୁରି ଆକର୍ଷଣୀୟ କରିଥାଏ । ଦେଖିବାକୁ ଗଲେ ଅଧିକାଂଶ ପୁଅ କ୍ଲିନ ସେଭ୍ ରହିବାକୁ ପସନ୍ଦ କରନ୍ତି । କିନ୍ତୁ, ଆଜିକାଲି ସମୟରେ ଦାଢ଼ି ଥିବା ଲୁକ୍ ମଧ୍ୟ ବହୁତ ପସନ୍ଦ କରାଯାଉଛି ।

ବର୍ତ୍ତମାନ ସମୟରେ ଅଧିକାଂଶ ଝିଅମାନେ କ୍ଲିନ ସେଭ୍ ତୁଳନା ଦାଢ଼ି ରଖୁଥିବା ପୁରୁଷଙ୍କ ପ୍ରତି ଅଧିକ ଆକର୍ଷିତ ହୁଅନ୍ତି । ପୂର୍ବରୁ କରାଯାଇଥିବା ଏକ ସର୍ଭେ ଅନୁଯାୟୀ ଏହା ଜଣାପଡିଛି ଯେ ଯେଉଁ ପୁଅଙ୍କ ଲମ୍ୱା ଦାଢ଼ି ରହିଥାଏ, ଝିଅମାନେ ସେମାନଙ୍କ ଉପରେ ଅଧିକ ବିଶ୍ୱାସ କରନ୍ତି ।

ଏକ ଅନୁସନ୍ଧାନ ଅନୁଯାୟୀ, ବେଲ ଗ୍ରୁମ୍ଡ ଦାଢ଼ି ଥିବା ପୁରୁଷମାନେ ଲୋଙ୍ଗ ଟର୍ମ ସମ୍ପର୍କ ରଖିବାରେ ବିଶ୍ୱାସ କରନ୍ତି । ସେହିପରି ମହିଳାମାନେ ମଧ୍ୟ ସେମାନଙ୍କର ପୁରୁଷମାନଙ୍କ ଉପରେ ଅଧିକ ନିର୍ଭର କରନ୍ତି ଯାହାର ଲମ୍ବା ଦାଢ଼ି ଥାଏ । ଯଦି ଆମେ ଅତୀତକୁ ଭଲ ଭାବରେ ଦେଖିବା, ତେବେ ପୁରୁଷଙ୍କ ଫ୍ୟାଶନର ଚିନ୍ତାଧାରାରେ ପରିବର୍ତ୍ତନ ଆସିଛି । ଏହି ସମୟରେ ଅଧିକାଂଶ ପୁଅ କେଶ ଅପେକ୍ଷା ଦାଢ଼ି ଉପରେ ଅଧିକ ଧ୍ୟାନ ଦିଅନ୍ତି ।

ଏହି ଲିଙ୍କ କ୍ଲିକ କରି ଅଧିକ ପଢନ୍ତୁ : ଚଉଠି ରାତିରେ ଶାରୀରିକ ସମ୍ପର୍କ ରଖିବାକୁ ମନା କଲେ ପତ୍ନୀ, ଓଢ଼ଣା ଉଠାଇବା ମାତ୍ରେ ବରର ଉଡ଼ିଲା ହୋସ୍‌, ଜାଣନ୍ତୁ ଏମିତି କଣ ଘଟିଲା...

ଏହି ଲିଙ୍କ କ୍ଲିକ କରି ଅଧିକ ପଢନ୍ତୁ : ପ୍ରଥମ ଦେଖାରେ ଝିଅଙ୍କୁ ଇଂପ୍ରେସ୍ କରିବାକୁ ଚାହୁଁଛନ୍ତି କି? ପୁଅମାନଙ୍କର ଏହି ସବୁ ଗୁଣରେ ପ୍ରଭାବିତ ହୋଇଥାନ୍ତି ଝିଅ

ଜର୍ଣ୍ଣାଲ୍ ଅଫ୍ ଇଭୋଲ୍ୟୁସନ ବାୟୋଲୋଜି ରେ ପ୍ରକାଶିତ ‘ଦି ମସ୍କୁଲିନିଟି ପାରାଡୋକ୍ସ’ ନାମକ ଏକ ସର୍ଭେରୁ ଜଣାପଡିଛି ଯେ, ମହିଳାମାନେ ମଧ୍ୟ ଦାଢ଼ି ଥିବା ପୁରୁଷମାନଙ୍କୁ ବିଶ୍ୱାସ କରନ୍ତି । ଏହି ସର୍ଭେରେ ୮ ହଜାର ୫୨୦ ମହିଳା ସାମିଲ ହୋଇଥିଲେ ।

ଯେଉଁଥିରେ ସମସ୍ତ ମହିଳାଙ୍କୁ ନିଜ ପସନ୍ଦ ଅନୁଯାୟୀ ଦାଢ଼ି ଓ ବିନା ଦାଢ଼ି ପୁରୁଷମାନଙ୍କୁ ଗୁରୁତ୍ୱ ଦେବାକୁ କୁହାଯାଇଥିଲା । ଏହି ସର୍ଭେରେ ମହିଳାମାନେ ଦାଢ଼ି ଥିବା ପୁରୁଷଙ୍କୁ ସବୁଠାରୁ ଅଧିକ ମହତ୍ୱ ଦେଇଥିଲେ ।

ସର୍ବେକ୍ଷଣରୁ ଏହା ମଧ୍ୟ ଜଣାପଡିଛି ଯେ, ମହିଳାମାନେ ହାଲୁକା ଦାଢ଼ି ଥିବା ପୁରୁଷଙ୍କୁ ପସନ୍ଦ କରନ୍ତି । କିନ୍ତୁ ଅଧିକରୁ ଅଧିକ ଦାଢ଼ି ଥିବା ପୁରୁଷମାନଙ୍କୁ ମହିଳାମାନେ ଅଧିକ ପସନ୍ଦ କରନ୍ତି । କାରଣ ବଡ଼ ଦାଢ଼ି ଥିବା ପୁରୁଷମାନେ ଅଧିକ ଆକର୍ଷଣୀୟ ମନେ କରାଯାଏ ।