ଶକ୍ତିଶାଳୀ ଭୂମିକମ୍ପର ତାଣ୍ଡବ ନେଲାଣି ୨୦୦୦ରୁ ଉର୍ଦ୍ଧ୍ବ ଜୀବନ, ବଞ୍ଚିବାକୁ ତ୍ରାହିତ୍ରାହି ଡାକୁଛନ୍ତି ଲୋକେ

Over 2000 Killed In Morocco Earthquake
 
 
Over 2000 Killed In Morocco Earthquake
ଶକ୍ତିଶାଳୀ ଭୂମିକମ୍ପର ତାଣ୍ଡବ ନେଲାଣି ୨୦୦୦ରୁ ଉର୍ଦ୍ଧ୍ବ ଜୀବନ

ଓଡ଼ିଆ ଗସିପ୍ ବ୍ୟୁରୋ: ମରକ୍କୋରେ ଶକ୍ତିଶାଳୀ ଭୂମିକମ୍ପର ତାଣ୍ଡବ । ଶୁକ୍ରବାର ରାତି ୧୧.୧୧ରେ ଉତ୍ତର ଆଫ୍ରିକୀୟ ରାଷ୍ଟ୍ର ମୋରକୋ ଅନ୍ତର୍ଗତ ମାରକେସ୍‌ର ଦକ୍ଷିଣପଶ୍ଚିମକୁ ୭୧ କିଲୋମିଟର୍‌ ଦୂରବର୍ତ୍ତୀ ଭୂଗର୍ଭର ୧୮.୫ କିଲୋମିଟର୍‌ ଅଭ୍ୟନ୍ତରରେ ୬.୮ ତୀବ୍ରତାସମ୍ପନ୍ନ ଭୂମିକମ୍ପ ହୋଇଥିଲା ।

ଅଧିକ ପଢ଼ନ୍ତୁ: ଏହି ରାଶି ବ୍ୟକ୍ତିଙ୍କ ପାଇଁ ଆଗାମୀ ୧୧୮ ଦିନ ରହିବ ବରଦାନ ଭଳି, ବୃହସ୍ପତି କରିଦେବେ ମାଲାମାଲ୍

ସକାଳୁ ସକାଳୁ ଭୀଷଣ ଭୂକମ୍ପ ଅନୁଭୂତ ହୋଇଥିବା ବେଳେ ଏହାର ଉତ୍ପତ୍ତି ସ୍ଥଳ ମରକ୍କୋରୁ ୭୦ କିଲୋମିଟର ଦୂରରେ ଥିବା ସୂଚନା ମିଲିଛି । ଭୂକମ୍ପ ଏତେ ତୀବ୍ର ଥିଲା ଯେ ପ୍ରାୟ ୩୫୦ କିଲୋମିଟର ଦୂର ମରକ୍କୋର ରାଜଧାନୀ ରବାତ୍‌ରେ ଏହା ଅନୁଭୂତ ହୋଇଛି । ଭାରତୀୟ ସମୟ ଅନୁସାରେ ଭୋର ୩ଟା ୪୧ରେ ଭୂମିକମ୍ପ ହୋଇଥିଲା । ୧୨୦ ବର୍ଷରେ ଉତ୍ତର ଆଫ୍ରିକାରେ ଏହା ସବୁଠାରୁ ବଡ଼ ଭୂକମ୍ପ ।

ଅଧିକ ପଢ଼ନ୍ତୁ: ମଙ୍ଗଳ ଗ୍ରହର ଗୋଚର ଫଳରେ ଏହି ତାରିଖରୁ ୩ ରାଶିଙ୍କ ଜୀବନରେ ଭରିଯିବ ସୁଖ-ଶାନ୍ତି ସହ ଧନ-ସମ୍ପତ୍ତି 

ଭୂମିକମ୍ପ ଝଟକାରେ ମୃତ୍ୟୁସଂଖ୍ୟା ୨୦୦୦ ପାର ହୋଇଥିବା ବେଳେ ହଜାର ହଜାର ଲୋକେ ଆହତ ହୋଇଥିବା ଜଣା ପଡିଛି। ଭୂମିକମ୍ପ ଯୋଗୁଁ ଭୁଶୁଡ଼ି ଯାଇଛି ବଡ଼ ବଡ଼ କୋଠା । କୋଠାତଳେ ଅନେକ ଜୀବନ ଚାପି ହୋଇ ରହିଥିବାର ଅନୁମାନ କରାଯାଉଛି । ଯେଉଁଥିପାଇଁ ଆହୁରି ବଢ଼ିପାରେ ମୃତ୍ୟୁସଂଖ୍ୟା। ଶହ ଶହ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ଚାଲିଛି ଜୋରଦାର ରେସ୍କ୍ୟୁ ଅପରେସନ।

ଅଧିକ ପଢ଼ନ୍ତୁ: ଏମାନଙ୍କ ପାଇଁ ଆଜି ଦିନଟି ଖରାପ; ଜାଣନ୍ତୁ ଆପଣଙ୍କ ରାଶିଫଳ, କେମିତି କଟିବ ଆଜିର ଦିନ 

ଏତେ ପରିମାଣର ଜୀବନ ଯିବା ପରେ ମରକୋରେ ତିନି ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା ହୋଇଛି । ଶୁକ୍ରବାର ରାତିରେ ୨୦ ସେକେଣ୍ଡ ଧରି ଅନୁଭୂତ ହୋଇଥିଲା ଭୂକମ୍ପ । ଗୋଟି ଗୋଟି ଧରି ତାସ୍ ଘର ଭଳି ଗଳି ପଡିଥିଲା ଏକାଧିକ କୋଠା ଘର।

ଅଧିକ ପଢ଼ନ୍ତୁ: ମୃତ୍ୟୁ ପୂର୍ବରୁ ମିଳିଥାଏ ଏହି ଲକ୍ଷଣ; ୪୦ ସେକେଣ୍ଡ ପୂର୍ବରୁ ଘଟିଥାଏ ଏହି ଭୟାନକ ଓ କଷ୍ଟଦାୟକ ଘଟଣା!

ଭୂକମ୍ପରେ କେବଳ ମରୋକ୍କୋବାସୀ ନୁହନ୍ତି, ବିଦେଶ ନାଗରିକ ମଧ୍ୟ ଜୀବନ ହରାଇଛନ୍ତି। କାରଣ ରାବତ ଓ ମାରାକେଚ୍‌ରେ ସବୁବେଳେ ପର୍ଯ୍ୟଟକଙ୍କ ଭିଡ଼ ଜମି ଥାଏ। ଏବେ ମଧ୍ୟ ସେଠାକାର ଅଧିକାଂଶ ପ୍ରତିଷ୍ଠାନରେ ପର୍ଯ୍ୟଟକଙ୍କ ଭିଡ଼ ଜମି ଥିଲା। ଏତିକି ବେଳେ ହିଁ ଭୂକମ୍ପ ସବୁ କିଛି ଛିନଛତ୍ର କରି ଦେଇଛି।

ଅଧିକ ପଢ଼ନ୍ତୁ: ସକାଳ ବା ପାହାନ୍ତିଆ ସେକ୍ସ ଶରୀରକୁ ଦେଇଥାଏ ଏହି ସବୁ ଫାଇଦା, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ