ପୁଣି ଯାତ୍ରୀବାହୀ ଟ୍ରେନ୍‌ରେ ହୁତୁହୁତୁ ହୋଇ ଲାଗିଲା ନିଆଁ, ଭିତରେ ଫଶି ରହିଛନ୍ତି ଯାତ୍ରୀ!
 

Fire breaks out in Humsafar Express in Gujarats Valsad all passengers safe 
 
 
Fire breaks out in Humsafar Express in Gujarats Valsad all passengers safe
ପୁଣି ଯାତ୍ରୀବାହୀ ଟ୍ରେନ୍‌ରେ ହୁତୁହୁତୁ ହୋଇ ଲାଗିଲା ନିଆଁ,

ଓଡ଼ିଆ ଗସିପ୍ ବ୍ୟୁରୋ: ପୁଣି ଯାତ୍ରୀବାହୀ ଟ୍ରେନ୍‌ରେ ଲାଗିଲା ନିଆଁ। ବଲସାଡରୁ ସୁରତ ଯାଉଥିବା ଟ୍ରେନ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ଗୁଜରାଟର ବଲସାଡ୍ ଶିପୱାଡ଼ ଅଞ୍ଚଳରେ ବଲସାଡ-ସୁରତ ଟ୍ରେନ୍‌ରେ ଲାଗିଛି ନିଆଁ। 

ଅଧିକ ପଢ଼ନ୍ତୁ: ଚାଣକ୍ୟ ନୀତି ଅନୁଯାୟୀ ଭୁଲ୍‌ରେ ବି ସ୍ତ୍ରୀଙ୍କୁ କୁହନ୍ତୁନି ଏହି ୪ ଟି କଥା, ଶାନ୍ତିରେ ବଞ୍ଚିବା ବି ହୋଇଯିବ କାଠିକର ପାଠ

ଅଗ୍ନିକାଣ୍ଡ ଫଳରେ ଯାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ଦେଖିବାକୁ ମିଳିଛି । ସୂଚନା ମୁତାବକ ନିଆଁ ଲାଗିବା ପରେ ଯାତ୍ରୀମାନେ ବାହାରକୁ ବାହାରିଯିବାକୁ ସକ୍ଷମ ହୋଇଛନ୍ତି । ତେବେ କେଉଁ କାରଣ ଟ୍ରେନ୍‌ରେ ନିଆଁ ଲାଗିଲା ସେ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ମିଳିନଥିବା ବେଳେ । ସ୍ଥାନୀୟ ଅଗ୍ନିଶମ ବାହିନୀ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଅଛନ୍ତି ।

ଅଧିକ ପଢ଼ନ୍ତୁ: କାହା ପାଇଁ ଭଲ ତ କାହା ପାଇଁ ଖରାପ; କେମିତି କଟିବ ଏହି ସପ୍ତାହ, ଜାଣନ୍ତୁ ଏ ସପ୍ତାହର ରାଶିଫଳ

ପ୍ରାଥମିକ ରିପୋର୍ଟ ଅନୁଯାୟୀ, ନିଆଁକୁ ଆୟତ କରିବା ପାଇଁ ଉଦ୍ୟମ ଜାରି ରହିଛି । ନିଆଁ ଲିଭା କାର୍ଯ୍ୟରେ ୫ରୁ ଅଧିକ ଅଗ୍ନିଶମ ବାହିନୀ ନିୟୋଜିତ ହୋଇଛନ୍ତି । ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଭିତରେ କୌଣସି ଯାତ୍ରୀ ଫସି ରହିଛନ୍ତି କି ନାହିଁ ତଥ୍ୟ ମିଳିନି । ମୃତାହତ ନେଇ କୌଣସି ସୂଚନା ମିଳିନଥିବା ବେଳେ ରେଲଓ୍ବେ ପୋଲିସ ଓ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

ଅଧିକ ପଢ଼ନ୍ତୁ: ସକାଳ ବା ପାହାନ୍ତିଆ ସେକ୍ସ ଶରୀରକୁ ଦେଇଥାଏ ଏହି ସବୁ ଫାଇଦା, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ