ମହିଳାଙ୍କୁ ଅପହରଣ କରି ଗଣ ଦୁଷ୍କର୍ମ ପରେ ପୋଷାକ ଛଡ଼ାଇ ନେଲେ ଦୁର୍ବୁତ୍ତ, ପୀଡିତା ଚିତ୍କାର କଲେ ବି ଲୋକେ ଭାବିଲେ..
 

After the mischief robbers took off victim clothes in rajasthan 
 
ମହିଳାଙ୍କୁ ଅପହରଣ କରି ଗଣ ଦୁଷ୍କର୍ମ ପରେ ପୋଷାକ ଛଡ଼ାଇ ନେଲେ ଦୁର୍ବୁତ୍ତ

ଓଡ଼ିଆ ଗସିପ୍ ବ୍ୟୁରୋ: ମଣିପୁର ହୃଦୟଥରା ଘଟଣା ଆଖି ସାମ୍ନାରୁ ଯାଇ ନଥିବା ବେଳେ ପୁଣିଥରେ ହୃଦୟଥରା ଘଟଣା ସାମ୍ନାକୁ ଆସିଛି । ଏଠାରେ କିଛି ଅଭିଯୁକ୍ତ ଜଣେ ମହିଳାଙ୍କୁ ଗଣ ଦୁଷ୍କର୍ମ କରିଛନ୍ତି । ମହିଳାର ଶରୀରକୁ କ୍ଷତ କରିବା ସହ ତାହାର କପଡା ମଧ୍ୟ ନେଇଯାଇଛନ୍ତି । ପିଡୀତା ଯେତେବେଳେ ରାସ୍ତା ଉପରକୁ ଆସି ଚିତ୍କାର କରି କପଡାର ଭିକ ମାଗୁଥିଲେ, ସେତେବେଳେ ଲୋକେ ପିଡୀତାଙ୍କୁ ପାଗଳ ଭାବି କେହି ମଧ୍ୟ ସାହାଯ୍ୟ କରିନଥିଲେ ।

ଅଧିକ ପଢ଼ନ୍ତୁ: ଏହି ରାଶି ବ୍ୟକ୍ତିଙ୍କ ପାଇଁ ଆଗାମୀ ୧୧୮ ଦିନ ରହିବ ବରଦାନ ଭଳି, ବୃହସ୍ପତି କରିଦେବେ ମାଲାମାଲ୍

ସୂଚନା ଅନୁସାରେ, ଏହି ଘଟଣାଟି ରାଜସ୍ଥାନର ଭିଲାବାଡା ଜିଲ୍ଲାର ଗାଙ୍ଗପୁର ଥାନା ଅନ୍ତର୍ଗତ ଅଟେ । ଗତରାତି ଭୋଜନ କରିବା ପରେ ଜଣେ ମହିଳା ବୁଲିବା ପାଇଁ ବାହାରକୁ ଆସିଥିଲେ । ଠିକ ଏହି ସମୟରେ ୩ଜଣ ଅଭିଯୁକ୍ତ ଏକ ଜିପରେ ଆସି ମହିଳାଙ୍କୁ ଅପହରଣ କରି ନେଇଗଲେ ।

ଅଧିକ ପଢ଼ନ୍ତୁ: ଏମାନଙ୍କ ପାଇଁ ଆଜି ଦିନଟି ଖରାପ; ଜାଣନ୍ତୁ ଆପଣଙ୍କ ରାଶିଫଳ, କେମିତି କଟିବ ଆଜିର ଦିନ 

ଏହାପରେ ମହିଳାଙ୍କ ସହ ତିନି ଜଣ ଅଭିଯୁକ୍ତ ଦୁଷ୍କର୍ମ କରି, ସେଠାରେ ପିଡୀତାକୁ ନିଃବସ୍ତ୍ର କରି ସାଥିରେ କପଡା ନେଇ ଚାଲିଗଲେ । ପରବର୍ତ୍ତୀ ସମୟରେ ପିଡୀତା ଜଣକ ନିଃବସ୍ତ୍ର ଅବସ୍ଥାରେ ହିଁ ରାସ୍ତା ଉପରେ ଲୋକଙ୍କୁ ସାହାଯ୍ୟ ମାଗିବାରେ ଲାଗିଲେ, କିନ୍ତୁ ଏହା ଦେଖି ଲୋକେ ମହିଳାକୁ ପାଗଳ ବୋଲି ଭାବିଲେ ।

ଅଧିକ ପଢ଼ନ୍ତୁ: ମୃତ୍ୟୁ ପୂର୍ବରୁ ମିଳିଥାଏ ଏହି ଲକ୍ଷଣ; ୪୦ ସେକେଣ୍ଡ ପୂର୍ବରୁ ଘଟିଥାଏ ଏହି ଭୟାନକ ଓ କଷ୍ଟଦାୟକ ଘଟଣା!

ଏହା ଦେଖି ଜଣେ ବ୍ୟକ୍ତି ପୋଲିସକୁ ସୂଚନା ଦେଇଥିଲେ । ଖବର ପାଇ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା, ଏହା ପରେ ଜିପର ସିଟ କଭର ଫାଡି ପିଡୀତାଙ୍କ ଶରୀରକୁ ଘୋଡାଇଲା ଏବଂ ତାଙ୍କୁ ଥାନାକୁ ନେଇଗଲା । ଥାନାରେ ପିଡୀତାଙ୍କୁ ମହିଳା କର୍ମଚାରୀଙ୍କ ବସ୍ତ୍ର ଦେଲେ ।

ଅଧିକ ପଢ଼ନ୍ତୁ: ସକାଳ ବା ପାହାନ୍ତିଆ ସେକ୍ସ ଶରୀରକୁ ଦେଇଥାଏ ଏହି ସବୁ ଫାଇଦା, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ 

ପରବର୍ତ୍ତୀ ସମୟରେ ମହିଳାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ନେଇଥିଲେ । ଏହି ମାମଲାରେ ପିଡୀତା ଜଣକ ରିପୋର୍ଟ ଲେଖାଇଛନ୍ତି । ଏନେଇ ପୋଲିସ ମାମଲାର ଯାଞ୍ଚ ଆରମ୍ଭ କରି ସାରିଲାଣି ।

ଅଧିକ ପଢ଼ନ୍ତୁ: ଆର୍ଥିକ ସଙ୍କଟରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି, ତାହାହେଲେ ଶୁକ୍ରବାର ରାତିରେ କରନ୍ତୁ ଏହି ଗୁପ୍ତ ଉପାୟ