ଆପାର୍ଟମେଣ୍ଟରେ ନିଆଁ ଲାଗି ୭ ଜଣ ଜୀବନ୍ତ ଦଗ୍ଧ, ୪୦ରୁ ଊର୍ଦ୍ଧ୍ୱ ଗୁରୁତର
 

7 Killed 40 Injured In Fire At 7-Storey Building In Mumbai's Goregaon  
 
ଆପାର୍ଟମେଣ୍ଟରେ ନିଆଁ ଲାଗି ୭ ଜଣ ଜୀବନ୍ତ ଦଗ୍ଧ
 

ଓଡ଼ିଆ ଗସିପ୍ ବ୍ୟୁରୋ: ମୁମ୍ବାଇର ଗୁରଗାଁଓରେ ଶୁକ୍ରବାର ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏକ ୭ ମହଲା ବିଶିଷ୍ଟ ଆପାର୍ଟମେଣ୍ଟରେ ନିଆଁ ଲାଗିବାରୁ ୭ ଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଥିବା ବେଳେ ୪୦ରୁ ଊର୍ଦ୍ଧ୍ୱ ଜଣ ଗୁରୁତର ହୋଇଛନ୍ତି। ଆଜି ଭୋର ପ୍ରାୟ ୩ଟା ବେଳେ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି। 

ଅଧିକ ପଢ଼ନ୍ତୁ: ବ୍ରେନକୁ ଭିତରୁ ଦୁର୍ବଳ କରୁଛି ଏହି ୫ଟି ଖରାପ ଅଭ୍ୟାସ, ଆଜି ହି ଛାଡ଼ନ୍ତୁ, ନଚେତ୍ ହେବ ଏହି ଗମ୍ଭୀର ରୋଗ

ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ କାବୁ କରିଥିବା ବେଳେ ଭିତରେ ପଶି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।  ଆପାର୍ଟମେଣ୍ଟର ବିଭିନ୍ନ ମହଲାରୁ ୭ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ସେମାନେ ଜୀବନ୍ତ ଦଗ୍ଧ ହୋଇ ପଡ଼ିଥିବା ଜଣାଯାଇଛି। ଏଥିସହ ଗୁରୁତର ଅବସ୍ଥାରେ ୪୦ରୁ ଊର୍ଦ୍ଧ୍ୱ ଜଣଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଅଧିକ ପଢ଼ନ୍ତୁ: ରେସ୍ତୋରାଁ ଉପରେ ଆକସ୍ମିକ ଚଢ଼ାଉ, ଆପତ୍ତିଜନକ ଅବସ୍ଥାରେ ୨୦ଜଣ ଯୁବକ ଓ ଯୁବତୀଙ୍କୁ ଧରିଲା ପୁଲିସ 

ପ୍ରଥମେ ଆପାର୍ଟମେଣ୍ଟର ପାର୍କିଂ ଏରିଅରେ ନିଆଁ ଲାଗିଥିବା ପ୍ରାଥମିକ ତଦନ୍ତରୁ ଜଣାଯାଇଛି। ଏହି ଅଗ୍ନିକାଣ୍ଡ ଯୋଗୁ ଆପାର୍ଟମେଣ୍ଟ ତଳେ ପାର୍କ ହୋଇଥିବା ବହୁ କାର୍‌ ଓ ବାଇକ୍‌ ହୁତୁହୁତୁ ହୋଇ ଜଳିଥିଲା। ଏହାପରେ ନିଆଁ କ୍ରମଶଃ ଉପରକୁ ବ୍ୟାପିଥିଲା।

ଅଧିକ ପଢ଼ନ୍ତୁ: ଘରେ ଛାଡିବା ବାହାନାରେ ଶାଳିକୁ ମଦ ପିଆଇ ୪ସାଙ୍ଗ ସହ ମିଶି ଭିଣେଇ କଲା ଦୁଷ୍କର୍ମ, ରାତିସାରା ଚେତାଶୂନ୍ୟ...