ଏହି ୫ଟି ଅଭ୍ୟାସ ବ୍ରେନ୍ ଷ୍ଟ୍ରୋ୍‌କ ହେବାର ଆଶଙ୍କାକୁ ବୃଦ୍ଧି କରି ଥାଏ, ଜାଣନ୍ତୁ ସେହି ଅଭ୍ୟାସ ବିଷୟରେ 
 

These 5 habits that may increase the risk of brain stroke
 
 
These 5 habits that may increase the risk of brain stroke
ବ୍ରେନ୍ ଷ୍ଟ୍ରୋକ୍‌ର ଆଶଙ୍କା ବୃଦ୍ଧି କରିଥାଏ ଏହି ୫ଟି ଅଭ୍ୟାସ
 

ଓଡ଼ିଆ ଗସିପ୍ ବ୍ୟୁରୋ: କହିବାକୁ ଗଲେ ଆମେ ସାଧାରଣତଃ ଆମ ଶରୀର ପ୍ରତି ଅନେକ ଯତ୍ନବାନ ହେଇଥାଉ ଏମିତିକି ଦୈନଦିନ ଜୀବନରେ କିଛି ନା କିଛି ଶାରୀରିକ ପରିଶ୍ରମ କରିବା ସହ ଖାଦ୍ୟପାନ ସହ ଆମ ନିଜକୁ ଫିଟ୍ ରଖିବା ପାଇଁ ସମୟ ଦେଇଥାଉ, କିନ୍ତୁ କହିବା କଥା ଏହା ଯେ ଆମେ ଯେମିତି ଆମ ଶରୀରର ଅବଶିଷ୍ଟ ଅଂଶର ଯତ୍ନ ନେଇଥାଉ ଠିକ୍ ସେହିଭଳି ଏବଂ ମସ୍ତିଷ୍ତ ଉପରେ ଆମେ ଧ୍ୟାନ ଦେଇ ନଥାଉ।

ବଦଳୁଥିବା ଜୀବନଶୈଳୀ ଏବଂ ଅସନ୍ତୁଳିତ ଖାଦ୍ୟପେୟ କାରଣରୁ ବ୍ୟକ୍ତିକୁ ଦୈନନ୍ଦିନ ଜୀବନରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଏଥିମଧ୍ୟରୁ ବ୍ରେନ୍ ଷ୍ଟ୍ରୋକ୍ ଅନ୍ୟତମ । ଏହା ଏକ ଗମ୍ଭୀର ରୋଗ । 

ଆଧିକ ପଢନ୍ତୁ : କେମିତି ଜାଣିବେ ହୋଇଛି କି ପେଟ କ୍ୟାନସର ? ହେବା ପୂର୍ବରୁ ଦେଖାଦିଏ ଏସବୁ ଲକ୍ଷଣ 

ମାନବ ଶରୀରର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହେଉଛି ମସ୍ତିଷ୍କ, ଏବଂ ଏହାକୁ ସୁସ୍ଥ ରଖିବା ପାଇଁ ଏହାର ଉପଯୁକ୍ତ ପୁଷ୍ଟିକର ଖାଦ୍ୟ ଆବଶ୍ୟକ। ତଥାପି, ଏପରି କିଛି ଭୁଲ ଅଭ୍ୟାସ ପାଇଁ ବ୍ରେନ୍ ଷ୍ଟ୍ରୋକର ଆଶଙ୍କା ବୃଦ୍ଧି ପାଇଥାଏ । ଏଥିପାଇଁ ଆମକୁ କିଛି ଅଭ୍ୟାସରେ ପରିବର୍ତ୍ତନ ଆଣିବାକୁ ପଡ଼ିବ । ତେବେ ଆସନ୍ତୁ ଜାଣିବା କେଉଁ ୫ଟି ଅଭ୍ୟାସ ଦ୍ୱାରା ବ୍ରେନ୍ ଷ୍ଟ୍ରୋ୍‌କ ହେବାର ଆଶଙ୍କା ବୃଦ୍ଧି ପାଇଥାଏ:

ଅସନ୍ତୁଳିତ ଖାଦ୍ୟ ପେୟ: ସ୍ୱାସ୍ଥ୍ୟ ବିଶେଜ୍ଞଙ୍କ କହିବାନୁଯାୟୀ ଅସନ୍ତୁଳିତ ଖାଦ୍ୟପେୟ ଆମ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ । ଏହା ବ୍ୟତୀତ ଉଚ୍ଚ ସୋଡ଼ିୟମ ଯୁକ୍ତ ଖାଦ୍ୟ ମେଦବହୁଳତା ଏବଂ ଉଚ୍ଚ ରକ୍ତଚାପ ଆଶଙ୍କାକୁ ବୃଦ୍ଧି କରିଥାଏ ଯାହା ଷ୍ଟ୍ରୋକର ମୁଖ୍ୟ କାରଣ ଅଟେ । ତେଣୁ ଡାଏଟ୍ ଚାର୍ଟରେ ସତେଜ ଫଳ, ପନିପରିବା, ଅଙ୍କୁରିତ ଚଣା ସାମିଲ କରନ୍ତୁ ଯାହା ଉଚ୍ଚ ରକ୍ତଚାପ ଏବଂ କଲେଷ୍ଟ୍ରୋଲକୁ ନିୟନ୍ତ୍ରିତ ରଖିଥାଏ ।

ଆଧିକ ପଢନ୍ତୁ : କିଡନୀ ଖରାପ ବୋଲି ଜାଣିବେ କେମିତି ? ଏସବୁ ଲକ୍ଷଣ ଦେଖାଦେଲେ ହୋଇଯାଆନ୍ତୁ ସାବଧାନ! 

ଧୂମପାନ କରିବା: ଯଦି ଆପଣଙ୍କର ଧୂମପାନ କରିବାର ଅଭ୍ୟାସ ଅଛି ତେବେ ସାବଧାନ! ଧୂମପାନ କରିବା ଦ୍ୱାରା ରକ୍ତବାହୀ ଗୁଡ଼ିକ ସଙ୍କୀର୍ଣ୍ଣ ଓ କଠୋର ହୋଇଯାଏ ଏବଂ ଏହା ରକ୍ତ ଜମାଟ ବାନ୍ଧିବା ଆଶଙ୍କାକୁ ବୃଦ୍ଧି କରିଥାଏ । ତେଣୁ ଯେତେ ଦୂର ସମ୍ଭବ ସଧୂମପାନ, ବିଡ଼ି ଏବଂ ହୁକ୍କାର ଅଭ୍ୟାସ ଛାଡ଼ନ୍ତୁ ।

ଶାରୀରିକ କ୍ରୀଡ଼ା: ଶାରୀରିକ କ୍ରୀଡ଼ା କମ କରୁଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ବ୍ରେନ୍ ଷ୍ଟ୍ରୋକ୍ ହେବାର ଆଶଙ୍କା ବୃଦ୍ଧି କରିଥାଏ । ଶାରୀରିକ କ୍ରୀଡ଼ଶ ଦ୍ୱାରା ଶରୀର ସୁସ୍ଥ ରହିବା ସହ ରକ୍ତଚାପ ନିୟନ୍ତ୍ରିତ ରୁହେ । ଏହା ବ୍ରେନ୍ ଷ୍ଟ୍ରୋକର ଆଶଙ୍କାକୁ କମ କରିଥାଏ ।

ଆଧିକ ପଢନ୍ତୁ :ଏଭଳି ନୀଳ ଶିରା ଗୋଡରେ କାହିଁକି ଦେଖାଯାଏ ? ହୋଇପାରେ ଏହି ଗମ୍ଭୀର ରୋଗର ଲକ୍ଷଣ

ମଦ୍ୟପାନ: ଅତ୍ୟାଧିକ ମଧ୍ୟପାନ ଦ୍ୱାରା ରକ୍ତଚାପ ବୃଦ୍ଧି ହେବା ସହ ହୃଦସ୍ପନ୍ଦନ ମଧ୍ୟ ବଢ଼ିଥାଏ । ମଦ୍ୟପାନର କୁଅଭ୍ୟାସ ଯକୃତ ଏବଂ ଶରୀରର ଅନ୍ୟ ଅଙ୍ଗକୁ କ୍ଷତି ପହଂଚାଇଥାଏ । ତେଣୁ ଯେତେଦୂର ସମ୍ଭବ ମଦ୍ୟପାନ କମ କରନ୍ତୁ ବା ମଦ୍ୟପାନର କୁଅଭ୍ୟାସକୁ ଛାଡ଼ି ଦିଅନ୍ତୁ । ଏହା ଦ୍ୱାରା ବ୍ରେନ୍ ଷ୍ଟ୍ରୋକ୍ ହେବା ଆଶଙ୍କା କମିଥାଏ ।

ଅଧିକ ଚାପ: ବ୍ରେନ୍ ଷ୍ଟ୍ରୋକ୍ ଆଶଙ୍କାକୁ କମ୍ କରିବାକୁ ହେଲେ ଅଧିକ ଚିନ୍ତା କରିବା ବନ୍ଦ କରିଦିଅନ୍ତୁ । ଏହା ଉଚ୍ଚ ରକ୍ତଚାପର କାରଣ ପାଲଟିଥାଲଏ ଏବଂ ଅନିଦ୍ରା ସମସ୍ୟା ଦେଖାଦେଇଥାଏ । ଅତି କମରେ ଦିନକୁ ୮ ଘଣ୍ଟା ଶୁଅନ୍ତୁ ।

ଆଧିକ ପଢନ୍ତୁ : ଜଣେ ବୟସ୍କ ବ୍ୟକ୍ତି କମ୍ ବୟସର ଝିଅକୁ ବାହା ହେଲେ କଣ ହେବ ? ଜାଣନ୍ତୁ ଚାଣକ୍ୟ ନୀତି କଣ କହୁଛି...