ହୃତ୍‌ପିଣ୍ଡକୁ ସୁସ୍ଥ ରଖିବା ପାଇଁ ଖାଆନ୍ତୁ ଏସବୁ ଖାଦ୍ୟ, କମିବ ହୃଦ୍‌ଘାତ ହେବାର ଆଶଙ୍କା
 

Healthy Eating to Protect Your Heart
 
 
ହୃତ୍‌ପିଣ୍ଡକୁ ସୁସ୍ଥ ରଖିବା ପାଇଁ ଖାଆନ୍ତୁ ଏସବୁ ଖାଦ୍ୟ

ଓଡ଼ିଆ ଗସିପ୍ ବ୍ୟୁରୋ: ହୃତ୍‌ପିଣ୍ଡ ଆମ ଶରୀରର ମୁଖ୍ୟ ଅଙ୍ଗ। ହୃତ୍‌ପିଣ୍ଡ ସୁସ୍ଥ ରହିଲେ, ଆମେ ସୁସ୍ଥ ରହିପାରିବା। ଆଜିକାଲିର ଅନିୟମିତ ଓ ଅନିୟନ୍ତ୍ରିତ ଖାଦ୍ୟ ଶୈଳୀ ଏବଂ ପରିବେଶ ପ୍ରଦୂଷଣ ଯୋଗୁଁ ହୃଦ୍‌ରୋଗୀଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ହୃତ୍‌ପିଣ୍ଡକୁ ସୁସ୍ଥ ରଖିବା ପାଇଁ ବ୍ୟାୟାମ ସହିତ ବିଭିନ୍ନ ପ୍ରକାର ପୋଷକତତ୍ତ୍ବ ଯୁକ୍ତ ଖାଦ୍ୟର ଆବଶ୍ୟକତା ରହିଛି। ତେବେ କେଉଁସବୁ ଖାଦ୍ୟ ହୃତ୍‌ପିଣ୍ଡକୁ ସୁସ୍ଥ ରଖେ, ତାହା ନିମ୍ନରେ ଦିଆଯାଇଛି।

ଅଧିକ ପଢ଼ନ୍ତୁ: ଡାଇବେଟିସ ହେବା ପୂର୍ବରୁ ଶରୀରରେ ଦେଖା ଦିଏ ଏସବୁ ଲକ୍ଷଣ, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ

-ହୃତ୍‌ପିଣ୍ଡକୁ ସୁସ୍ଥ ରଖିବା ପାଇଁ ପାଳଙ୍ଗ ବହୁତ ହିତକାରୀ। ଏଥିରେ ଥିବା ଓମେଗା ୩ ଫ୍ୟାଟି ଏସିଡ୍‌ ହୃତ୍‌ପିଣ୍ଡକୁ ସୁସ୍ଥ ରଖେ।

ଅଧିକ ପଢ଼ନ୍ତୁ: ଲିଭର ସୁସ୍ଥ ରହିଲେ ମିଳିବ ଅନେକ ରୋଗରୁ ରକ୍ଷା, ଜାଣନ୍ତୁ ଲିଭରକୁ ସଫା କରିବାର ୭ଟି ଉପାୟ

-ଅଖରୋଟ୍‌କୁ ପ୍ରତିଦିନ ସୀମିତ ପରିମାଣରେ ଖାଇବା ଦ୍ବାରା ଖରାପ କୋଲେଷ୍ଟ୍ରଲ୍‌ର ସ୍ତର ହ୍ରାସ ହୁଏ। ରକ୍ତଚାପ ନିୟନ୍ତ୍ରଣ ହୋଇଥାଏ ଏବଂ ହୃଦ୍‌ଘାତର ଆଶଙ୍କା କମ୍ ହୁଏ।

-ଟମାଟୋ ଖାଇବା ଦ୍ବାରା ରକ୍ତ ଜମାଟ ବାନ୍ଧିପାରେ ନାହିଁ, ଯାହାକି ରକ୍ତ ସଞ୍ଚାଳନ ସଠିକ୍‌ କରିଥାଏ ଏବଂ ହୃତ୍‌ପିଣ୍ଡ ସୁସ୍ଥ ରହେ।

-ବାଦାମ୍‌ ହେଉଛି ମୋନୋଅନ୍‌ସାଚୁରେଟେଡ୍‌ ଫ୍ୟାଟ୍‌ ଏବଂ ଫାଇବର୍‌ର ମୁଖ୍ୟ ସ୍ରୋତ। ଏହା ଦ୍ବାରା ଅତିରିକ୍ତ କୋଲେଷ୍ଟ୍ରଲ୍‌ ହ୍ରାସ ହୋଇ ହୃତ୍‌ପିଣ୍ଡର ରକ୍ତ ସଞ୍ଚାଳନ ନିୟନ୍ତ୍ରଣରେ ରହିଥାଏ।

ଅଧିକ ପଢ଼ନ୍ତୁ: ସେକ୍ସ ଟାଇମିଂକୁ ନେଇ କନଫ୍ୟୁଜ୍ କି? ପାର୍ଟନରଙ୍କ ଶୀଘ୍ର ପତନ ପାଇଁ ଚିନ୍ତିତ ? ଜାଣନ୍ତୁ କଣ କରିବେ

-ରସୁଣରେ ପ୍ରଚୁର ମାତ୍ରାରେ ମାଙ୍ଗାନିଜ୍‌, କ୍ୟାଲ୍‌ସିୟମ୍‌, ସେଲେନିୟମ୍‌, ଭିଟାମିନ୍‌ ସି’ ଆଦି ରହିଛି, ଯାହାକି ହୃତପିଣ୍ଡ ପାଇଁ ବେଶ୍‌ ଜରୁରି।

-ବ୍ରକୋଲିରେ ଥିବା ଫାଇବର୍‌ ଓ ପୋଟାସିୟମ୍‌ ହୃତ୍‌ପିଣ୍ଡକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ।

-ପ୍ରତିଦିନ ଗାଜରକୁ ଖାଦ୍ୟରେ ସାମିଲ କରିବା ଦ୍ବାରା ହୃତ୍‌ପିଣ୍ଡ ସୁସ୍ଥସବଳ ରହିଥାଏ।

ଅଧିକ ପଢ଼ନ୍ତୁ: ଓଏଏସ୍‌‌ ସ୍ତରରେ ଅଦଳ ବଦଳ କଲେ ରାଜ୍ୟ ସରକାର, ଜାଣନ୍ତୁ କେଉଁ ଅଧିକାରୀ କେଉଁଠି ପାଇଲେ ନିଯୁକ୍ତି

-ଏଭୋକାଡୋ ମଧ୍ୟ ହୃତ୍‌ପିଣ୍ଡକୁ ସୁସ୍ଥ ରଖିବାରେ ବେଶ୍‌ ସହାୟକ ହୋଇଥାଏ।

-ବିଭିନ୍ନ ପ୍ରକାର ଫଳ ଏବଂ ଶସ୍ୟଜାତୀୟ ଖାଦ୍ୟକୁ ମଧ୍ୟ ପ୍ରତିଦିନ ଖାଇବା ଉଚିତ।

-କ୍ଷୀର ଚା’ ପରବର୍ତ୍ତେ ବ୍ଲାକ୍‌ ଟି’ ବା ଗ୍ରୀନ୍‌ ଟି’ ପିଇବା ହୃତ୍‌ପିଣ୍ଡ ପାଇଁ ହିତକର।

ଅଧିକ ପଢ଼ନ୍ତୁ: ଆର୍ଥିକ ବାଧା ସହ ଅଧିକ ଖର୍ଚ୍ଚାନ୍ତ ଯୋଗ ଯୋଗୁଁ କଠିନ ପରିସ୍ଥିତି ଦେଇ ଗତି କରିବେ, ପଢନ୍ତୁ ଆଜିର ରାଶିଫଳ