ନୂଆଦିଲ୍ଲୀରେ ପ୍ରେମିକ ସହ ମଲ୍ ବୁଲିଛି ଚଉଠି ରାତିରେ ସ୍ୱାମୀକୁ ଛାଡ଼ି ଚାଲି ଯାଇଥିବା ସ୍ତ୍ରୀ

 

ଓଡ଼ିଆ ଗସିପ୍ ବ୍ୟୁରୋ: କି ଯୁଗ ହେଲାରେ ନାରଣ, ଏଆଖି କଣ କଣ ଆଉ ଦେଖିବାକୁ ବାକି ରହିଲା । କଣ କଣ ସବୁ ଆଉ ଶୁଣିବାକୁ ବାକି ରହିଲା । ହଇରେ ନାରମ ପ୍ରେମ ଯଦି ଏତେ ଥିଲା ବିହା ହେଉଥିଲ କାହିଁକି ? ଯଦି ବାହା ହେଲ ବେଦୀରେ ନ ବସି ଚଉଠି ରାତିରେ ସ୍ୱାମୀକୁ ପଶୁପାଳ କରି ଚାଲି ଗଲ କାହିଁକି ? ଗଲ ତ ଗଲ ନୂଆଦିଲ୍ଲୀରେ ମଲରେ ବୁଲିବାର ଫଟୋ ଭିଡିଓ ଭାଇରଲ କଲ କାହିଁକି ? ହଁ ଏବେ ଏମିତି କିଛି ଘଟଣାକୁ ନେଇ ଚର୍ଚ୍ଚା ଓ ଆଲୋଚନା ଆରମ୍ଭ ହୋଇଛି ।
ଅଧିକ ପଢ଼ନ୍ତୁ: ସକାଳୁ ସକାଳୁ ନିଦ ଭାଙ୍ଗିଲା ବେଳକୁ ଟ୍ରେନ୍‌ ଲାଇନ ନିକଟକୁ ମାଡ଼ିଗଲା ବସ୍‌; ତା ପରେ ଯାହା ଘଟିଲା


ଭୁବନେଶ୍ବରରେ ଚତୁର୍ଥୀ ରାତିରେ ନବବଧୂ ଫେରାର ଘଟଣାରେ ଆସିଛି ନୂଆ ମୋଡ଼ । ସ୍ବାମୀଙ୍କୁ ଛାଡ଼ି ଦିଲ୍ଲୀର ଏକ ସପିଂ ମଲରେ ପ୍ରେମିକ ସହିତ ବୁଲୁଛି ନବବଧୂ । ଏହା ସହିତ ଦିଲ୍ଲୀରୁ ସ୍ତ୍ରୀଙ୍କ ବୟଫ୍ରେଣ୍ଡ ସ୍ବାମୀଙ୍କୁ ଧମକ ଦେଇଥିବା ଜଣାପଡିଛି ।


୫ ଦିନ ଭିତରେ ପ୍ରେମିକାର ପିଛା ଛାଡ଼, ନହେଲେ ଜୀବନରୁ ମାରି ଦେବାର ଧମକ ଦେଇଛି ପ୍ରେମିକ । ପ୍ରେମିକାକୁ ଧରି ଦିଲ୍ଲୀର ଏକ ସପିଂ ମଲରେ ବୁଲା ବୁଲି କରିବା ସହିତ ଫୋଟ ସେୟାର କରିଛନ୍ତି ପ୍ରେମିକ । ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ଜୀବନରୁ ମାରିଦେବାକୁ ସ୍ବାମୀଙ୍କୁ ଧମକ ଦେଇଛନ୍ତି ।


ଅଧିକ ପଢ଼ନ୍ତୁ: ସବୁ ସୀମା ଟପିଗଲେ ନିଶାଡ଼ିଙ୍କ ' ନିଶା ' ; ରିପୋର୍ଟରଙ୍କୁ ଦୋ ଅକ୍ଷରି କହି ସୋଧିଲେ, ଭିଡିଓ ଭାଇରାଲ

ଏଭଳି ଅଭିଯୋଗ ଆଣିଛନ୍ତି ସ୍ବାମୀ ସମୀର ମୁଦୁଲି । ତାଙ୍କ ସ୍ତ୍ରୀକୁ ଏବେ ଭଲ ପାଉଥିବା ବେଳେ ସ୍ତ୍ରୀର ପୁରୁଷ ବନ୍ଧୁଙ୍କୁ ଫେରେଇ ଦେବାକୁ ସ୍ବାମୀ ମେସେଜ କରିଥିବା ଜଣାପଡିଛି । ଏତେ ସବୁ ଘଟିଲା ପରେ ସ୍ତ୍ରୀ ସାତ ଜନମର ସାଥୀ କରିବାକୁ କହିଛନ୍ତି ସମୀର ମୁଦୁଲି । 

ଅଧିକ ପଢ଼ନ୍ତୁ: ସ୍ତନ କର୍କଟର ଶିକାର ହୋଇଥିଲେ ଅଭିନେତ୍ରୀ ମହିମା ଚୌଧୁରୀ, ଦ୍ୱିତୀୟ ଜନ୍ମକୁ ଡାକ୍ତରଙ୍କୁ କଲେ ସମର୍ପିତ

ଗତ ୨୯ ତାରିଖରେ ଆମୋଫୋଇରେ ଉଭୟଙ୍କ ବିବାହ ହୋଇଥିଲା । ଦୁଇ ତାରିଖରେ ଚତୁର୍ଥୀ ଥିବା ବେଳେ ପୂର୍ବଦିନ ତଥା ଏକ ତାରିଖ ଦିନ ପୁରୁଷ ବନ୍ଧୁଙ୍କ ସହିତ ସମୀରଙ୍କ ସ୍ତ୍ରୀ ଫେରାର ହୋଇ ଯାଇଥିବା ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଥିଲା ।