ଅନୁଭବ ମହାନ୍ତିଙ୍କୁ ଶକ୍ତ ଝଟକା, କୋର୍ଟର ଆଦେଶ ପରେ ଜାଣନ୍ତୁ କଣ ପ୍ରତିକ୍ରିୟା ଦେଲେ କେନ୍ଦ୍ରାପଡ଼ା ସାଂସଦ 

Cuttack family court Rejects divorce Petition of Anubhav mohanty
 
 
Cuttack family court Rejects divorce Petition of Anubhav mohanty
ଅନୁଭବ ମହାନ୍ତିଙ୍କୁ ଶକ୍ତ ଝଟକା

ଓଡ଼ିଆ ଗସିପ୍ ବ୍ୟୁରୋ: ଅନୁଭବ ଏବଂ ବର୍ଷାଙ୍କ ଭିତରେ ବିବାଦ ପୁଣି ଥରେ ଚର୍ଚ୍ଚାର ବିଷୟ ପାଲଟିଛି, କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କୁ ଝଟକା। ବିବାହ ବିଚ୍ଛେଦ ପାଇଁ ଆବେଦନ କରିଥିବା ଯାଚିକାକୁ ଆଜି ଫ୍ୟାମିଲ କୋର୍ଟ ଖାରଜ କରିଦେଇଛନ୍ତି। ସେପଟେ ସ୍ୱାମୀ-ସ୍ତ୍ରୀ ଭାବେ ରହିବାକୁ ଅଭିନେତ୍ରୀ ତଥା ଅନୁଭବଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ଆବେଦନକୁ ମଧ୍ୟ ଖାରଜ କରିଦେଇଛନ୍ତି କୋର୍ଟ। 

ଫଳରେ ଉଭୟଙ୍କୁ ଆଜି ଅଦାଲତି ଝଟକା ଦେଇଛନ୍ତି। ସେପଟେ ବର୍ଷା ଓ ଅନୁଭବ ମହାନ୍ତି ଗୋଟିଏ ଜାଗାରେ ରହିପାରିବେନି କି ଛାଡ଼ପତ୍ର ମଧ୍ୟ ଦେଇ ପାରିବେନାହିଁ ବୋଲି ଏକ ପ୍ରକାର ସ୍ପଷ୍ଟ ହୋଇଛି। 

ଅଧିକ ପଢ଼ନ୍ତୁ: ଚାଣକ୍ୟ ନୀତି ଅନୁଯାୟୀ ଭୁଲ୍‌ରେ ବି ସ୍ତ୍ରୀଙ୍କୁ କୁହନ୍ତୁନି ଏହି ୪ ଟି କଥା, ଶାନ୍ତିରେ ବଞ୍ଚିବା ବି ହୋଇଯିବ କାଠିକର ପାଠ

ସୂଚନାଯୋଗ୍ୟ ୨୦୨୦ ମସିହାରୁ ଅନୁଭବ ଏବଂ ବର୍ଷାଙ୍କ ଭିତରେ ବିବାଦ ଲାଗି ରହିଥିଲା ଏବଂ ଏହି ମାମଲା ପରିବାର କୋର୍ଟରେ ବିଚାରାଧୀନ ଥିଲା। ହାଇକୋର୍ଟଙ୍କ ଆଦେଶ କ୍ରମେ  ଏବେ ପରିବାର କୋର୍ଟ ତାଙ୍କ ଆବେଦନ ଶୁଣାଣି କରିଥିଲେ। ଏହାପରେ ଅନୁଭବଙ୍କ ଆବେଦନକୁ ଖାରଜ କରିଛନ୍ତି। ଏହାସହ ବର୍ଷାଙ୍କ ଆବେଦନକୁ ମଧ୍ୟ ଖାରଜ ରାଯାଇଛି।

ଅଧିକ ପଢ଼ନ୍ତୁ: କାହା ପାଇଁ ଭଲ ତ କାହା ପାଇଁ ଖରାପ; କେମିତି କଟିବ ଏହି ସପ୍ତାହ, ଜାଣନ୍ତୁ ଏ ସପ୍ତାହର ରାଶିଫଳ

କୋର୍ଟଙ୍କ ଏହି ନିଷ୍ପତ୍ତି ପରେ ଏବେ ଉଭୟ ଏକାଠି ରହିବାର ସମ୍ଭାବନା ରହୁନାହିଁ। ଆମେ କୋର୍ଟଙ୍କ ଏହି ଆଦେଶକୁ ପୁଙ୍ଖାନୁପୁଙ୍ଖ ପଢ଼ିଲାପରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବୁ ବୋଲି କହିଛନ୍ତି ଅନୁଭବଙ୍କ ଓକିଲ ଲଳିତେନ୍ଦୁ ମିଶ୍ର। ଅପରପକ୍ଷେ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ମଧ୍ୟ ଏହି ଆଦେଶକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। 

ଯାହା ନିଷ୍ପତ୍ତି ନେବେ ତାହାକୁ ଆମେ ମାନିବୁ। ନ୍ୟାୟ ସବୁବେଳେ ଜିତିବା ଆବଶ୍ୟକ। ଏହାଠୁ ବଡ଼ ଆଉ କେହି ନୁହନ୍ତି ବୋଲି ସେ କହିଛନ୍ତି। ସବୁକିଛି ଶେଷ ହୋଇଯିବା ପୂର୍ବରୁ ମୋ ବାପା ମାଆଙ୍କୁ ଶାନ୍ତିରେ ନିଃଶ୍ୱାସ ମାରିବାକୁ ଦିଅନ୍ତୁ ବୋଲି ବର୍ଷାଙ୍କ ଉଦ୍ଦେଶ୍ୟରେ ସୋସିଆଲ ମିଡିଆରେ ଅନୁଭବ ପୋଷ୍ଟ କରିଥିଲେ । ଖାଲି ସେତିକି ନୁହେଁ, ଦୁହିଁଙ୍କ ମଧ୍ୟରେ ଛାଡ଼ପତ୍ରକୁ ନେଇ ଅନେକ ଦିନ ହେଲା ବିବାଦ ଲାଗି ରହିଛି ।

ଅଧିକ ପଢ଼ନ୍ତୁ: ସକାଳ ବା ପାହାନ୍ତିଆ ସେକ୍ସ ଶରୀରକୁ ଦେଇଥାଏ ଏହି ସବୁ ଫାଇଦା, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ