ଚିତ୍କାର କରୁଥିଲେ ଦୁଇ ଝିଅ, ଏହି କାରଣ ପାଇଁ ଅତି ନୃଶଂସଭାବେ ସ୍ତ୍ରୀକୁ ଛୁରି ଭୁସି ଭୁସି ହତ୍ୟା କଲା ସ୍ୱାମୀ 

Delhi man stabs wife to death in front of his two daughters
 
ଅତି ନୃଶଂସଭାବେ ସ୍ତ୍ରୀକୁ ଛୁରି ଭୁସି ଭୁସି ହତ୍ୟା କଲା ସ୍ୱାମୀ 

ଓଡ଼ିଆ ଗସିପ୍ ବ୍ୟୁରୋ: ସ୍ତ୍ରୀ ର ଚରିତ୍ରକୁ ସନ୍ଦେହ କରି ଆରପାରିକୁ ପଠେଇଦେଲା ସ୍ୱାମୀ, ସ୍ତ୍ରୀକୁ ଅତି ନୃଶଂସଭାବେ ସ୍ୱାମୀ କଲା ହତ୍ୟା। ଘଟଣା ସମ୍ପର୍କରେ ପୋଲିସ ସୂଚନା ପାଇବା ପରେ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିବା ସହ ଏନେଇ ଅଧିକ ପଚରାଉଚରା କରୁଛି ।

ଅଧିକ ପଢ଼ନ୍ତୁ: ଏହି ରାଶି ବ୍ୟକ୍ତିଙ୍କ ପାଇଁ ଆଗାମୀ ୧୧୮ ଦିନ ରହିବ ବରଦାନ ଭଳି, ବୃହସ୍ପତି କରିଦେବେ ମାଲାମାଲ୍

ମିଳିଥିବା ସୂଚନା ଅନୁସାରେ ଅଭିଯୁକ୍ତ ସ୍ୱାମୀ ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରୁଥିଲା । ଆଉ ଏହି କାରଣକୁ ନେଇ ବାରମ୍ବାର ଉଭୟଙ୍କ ମଧ୍ୟରେ ବଚସା ଲାଗି ରହୁଥିଲା । ହେଲେ ହଠାତ୍‌ ଗତକାଲି ବିଳମ୍ବିତ ରାତିରେ ଦୁହିଁଙ୍କ ବଚସା ଉଗ୍ରରୂପ ଧାରଣ କରିଥିଲା । 

ଅଧିକ ପଢ଼ନ୍ତୁ: ଏମାନଙ୍କ ପାଇଁ ଆଜି ଦିନଟି ଖରାପ; ଜାଣନ୍ତୁ ଆପଣଙ୍କ ରାଶିଫଳ, କେମିତି କଟିବ ଆଜିର ଦିନ 

ଫଳରେ ନୃଶଂସ ପାଲଟିଗଲା ସ୍ୱାମୀ । ଦୁଇ ଝିଅଙ୍କ ଆଗରେ ସ୍ତ୍ରୀକୁ ମାଡ଼ ମାରିବା ସହ ପରେ ଏକ ଛୁରି ଭୁସି କଲା ହତ୍ୟା । ଏପରି ଏକ ଘଟଣା ସାମ୍ନାକୁ ଆସିଛି ରାଜଧାନୀ ଦିଲ୍ଲୀରୁ । ଜାଫରାବାଦରେ ଅତି ନିର୍ମମ ଭାବେ ଜଣେ ସ୍ୱାମୀ ତାର ସ୍ତ୍ରୀକୁ ହତ୍ୟା କରିଛି ।

ଅଧିକ ପଢ଼ନ୍ତୁ: ମୃତ୍ୟୁ ପୂର୍ବରୁ ମିଳିଥାଏ ଏହି ଲକ୍ଷଣ; ୪୦ ସେକେଣ୍ଡ ପୂର୍ବରୁ ଘଟିଥାଏ ଏହି ଭୟାନକ ଓ କଷ୍ଟଦାୟକ ଘଟଣା!

ଅଭିଯୁକ୍ତର ନାଁ ସାଜିଦ ହୋଇଥିବାବେଳେ ତାଙ୍କର ଦୁଇଟି ଝିଅ ରହିଛନ୍ତି । ବଡ଼ ଝିଅର ବୟସ ୧୧ ବର୍ଷ । ସାନ ଝିଅ ୭ ବର୍ଷର ବୋଲି ଜଣାପଡ଼ିଛି । ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ କହିଛି ।

ଅଧିକ ପଢ଼ନ୍ତୁ: ସକାଳ ବା ପାହାନ୍ତିଆ ସେକ୍ସ ଶରୀରକୁ ଦେଇଥାଏ ଏହି ସବୁ ଫାଇଦା, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ 

ଅଭିଯୁକ୍ତ ସ୍ୱାମୀକୁ ପୋଲିସ ଗିରଫ କରି ଅଧିକ ତଦନ୍ତ ଚଳାଇଛି । ସେପଟେ ହତ୍ୟାକାଣ୍ଡ ସ୍ଥଳରୁ ବ୍ୟବହାର ହୋଇଥିବା ଛୁରିକୁ ଜବତ କରିଛି ପୋଲିସ । ମୃତ ମହିଳାଙ୍କ ବୟସ ୩୪ ବର୍ଷ । ଅଭିଯୁକ୍ତର ବୟସ ୩୬ ବର୍ଷ ବୋଲି ସୂଚନା ଦେଇଛି ପୋଲିସ ।

ଅଧିକ ପଢ଼ନ୍ତୁ: ଆର୍ଥିକ ସଙ୍କଟରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି, ତାହାହେଲେ ଶୁକ୍ରବାର ରାତିରେ କରନ୍ତୁ ଏହି ଗୁପ୍ତ ଉପାୟ