World Odia Language Conferene

ପ୍ରିୟ ଓଡ଼ିଆ ସହ ‘ନବୀନ ଓଡ଼ିଶା’ର ବିକଳ୍ପ ବିହୀନ ସମ୍ରାଟ

ପ୍ରିୟ ଓଡ଼ିଆ ସହ ‘ନବୀନ ଓଡ଼ିଶା’ର ବିକଳ୍ପ ବିହୀନ ସମ୍ରାଟ
ପ୍ରିୟ ଓଡ଼ିଆ ସହ ‘ନବୀନ ଓଡ଼ିଶା’ର ବିକଳ୍ପ ବିହୀନ ସମ୍ରାଟ

ଓଡ଼ିଆ ଗସିପ ବ୍ୟୁରୋ: ଦୀର୍ଘ ୨୧ ବର୍ଷ ସୁଶାସନ । କେତେ ବିପର୍ଯ୍ୟୟ କେତେ ଦୁର୍ବିପାକ ଆଉ ଝଡ଼ଝଞ୍ଜା । ତଥାପି ସେ ହାରିନାହାନ୍ତି, ଥକି ନାହାନ୍ତି । ଆଗକୁ ବଢ଼ିଛନ୍ତି ରାଜ୍ୟକୁ ଆଗକୁ ବଢ଼ାଇ ନେବାକୁ ଅହରହ ସଂଗ୍ରାମ କରୁଛନ୍ତି । ସେ ସାଢ଼େ 4କୋଟି ଓଡ଼ିଆଙ୍କ ପ୍ରିୟ ଓଡ଼ିଆ, ପ୍ରିୟ ମୁଖ୍ୟମନ୍ତ୍ରୀ ଆଉ କହିବାକୁ ଗଲେ ନୂତନ ଓଡ଼ିଶାର ସେ ହେଉଛନ୍ତି ବିକଳ୍ପ ବିହୀନ ସମ୍ରାଟ । ଯାହାଙ୍କ ପଥକୁ ରୋକିପାରନି ଚକ୍ରାନ୍ତକାରୀଙ୍କ ହିନ ଚକ୍ରାନ୍ତ ।

ବିରୋଧୀଙ୍କ ତିରସ୍କାର କିମ୍ବା ଅଟକାଇ ପାରନି ମିଥ୍ୟା କପୋଳକଳ୍ପିତ ଆଧାରକୁ ନେଇ ନିନ୍ଦୁକଙ୍କ ନିନ୍ଦା । ସେ ସବୁଠାରୁ ଲୋକପ୍ରିୟ, ଦେଶରେ ଯିଏ ରାଜ୍ୟର ଯଶ ବଢ଼ାଇଛି ସେ ଆଉ କେହି ନୁହଁନ୍ତି ଓଡ଼ିଶାର ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯାହା କେବଳ ଏକ ନା ନୁହେଁ ଏକ ସଂଗଠନ ଓ ଆଶା ଓ ବିଶ୍ୱାସର ଠିକଣା ।

ଏବେ ଆସନ୍ତୁ ଜାଣିବା କାହିଁକି ଏତେ ଲୋକପ୍ରିୟ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ :

ପଞ୍ଚମ ପାଳିର ଦ୍ୱିତୀୟ ବର୍ଷରେ ପାଦ ରଖିଛି ନବୀନ ସକରାର । ବିପର୍ଯ୍ୟୟ ମଧ୍ୟରେ ପୁଣିଥରେ ଓଡ଼ିଶାକୁ ଆଗେଇ ନେବାର ସଂକଳ୍ପ ନେବେ ରାଜ୍ୟ ସରକାର । ଚ୍ୟାଲେଞ୍ଚର ବର୍ଷକୁ ସଫଳତାର ସହ ସୁପରିଚାଳନା କରିଥିବା ରାଜ୍ୟ ସରକାରଙ୍କ ପାଇଁ ଆଗକୁ ରହିଛି ଅନେକ ଆହ୍ଵାନ । ଆର୍ଥିକ ସ୍ଥିତିକୁ ସଜାଡ଼ିବା, କରୋନ ସହ ଜୀବନଜୀବିକାକୁ ସ୍ୱାଭାବିକ କରିବା ଓ ବିକାଶମୂଳକ କାର୍ଯ୍ୟକ୍ରମକୁ ପୁଣିଥରେ ଆଗେଇ ନେବା ରାଜ୍ୟ ସରକାରଙ୍କ ପାଇଁ ବଡ଼ ଆହ୍ଵାନ ଭାବେ ଉଭା ହୋଇଛି । ପଂଚମ ପାଳିର ବର୍ଷର ହିସାବନିକାଶ ସହ ଭବିଷ୍ୟତ ପାଇଁ ବ୍ଳୁ ପ୍ରିଣ୍ଟ ପ୍ରସ୍ତୁତ କରିବାକୁ ଯାଉଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ।

ପଞ୍ଚମ ପାଳିର ପ୍ରଥମ ବର୍ଷ । ନବୀନଙ୍କ ୨୧ବର୍ଷ ଶାସନର ସବୁଠାରୁ ବଡ଼ ଅଗ୍ନିପରୀକ୍ଷା । ଶପଥ ନେବା ପୂର୍ବରୁ ଫନି ଓ ସରକାର ଗଢ଼ିବା ପରେ ବୁଲ୍‌ବୁଲ୍‌ । ଆଉ ଏବେ ମହାମାରୀ କରୋନା । କେତେବେଳେ ବିପର୍ଯ୍ୟୟ ତ ପୁଣି କେତେବେଳେ ମହାବିପର୍ଯ୍ୟୟ । ସୁପରମ୍ୟାନ୍‌ ନବୀନ କିନ୍ତୁ ଅବିଚଳିତ । ପ୍ରତିଥର ପରି ଏଥର ମଧ୍ୟ ଫୁଙ୍କିଥିଲେ ମୁକାବିଲାର ମନ୍ତ୍ର ।

ନବୀନଙ୍କ ସଶକ୍ତ ରଣନୀତି ପୁଣି ବଞ୍ଚାଇଥିଲା ରାଜ୍ୟବାସୀଙ୍କ ଜୀବନ । ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ । ଜାତୀୟ ସ୍ତରରେ ପୁଣି ଉଦାହରଣ ସାଜିଲା ଓଡ଼ିଶା । ଏସବୁ ଭିତରେ ଲୋକଙ୍କ ଘରେ ପହଞ୍ଚିଲା ସରକାର । ଆରମ୍ଭ ହେଲା 5-ଟି ଓ ମୋ ସରକାର କାର୍ଯ୍ୟକ୍ରମ । ପଞ୍ଚମ ପାଳିର ପ୍ରଥମ ବର୍ଷରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଳୟ ସହ ସିଧା କଥା ହେଲେ ଜନତା । ଆଉ ରାଜ୍ୟରେ କରୋନା ପଶୁ ପଶୁ ମାଳ ମାଳ କୋଭିଡ୍‌ ହସପିଟାଲ୍‌ ପ୍ରତିଷ୍ଠା କରି ଦେଶ ପାଇଁ ଉଦାହାରଣ ସାଜିଲେ ନବୀନ ।

ସଫଳତାର ସହ ପ୍ରଥମ ବର୍ଷ ଅତିକ୍ରମ କରିବା ପରେ ଏବେ ଆରମ୍ଭ ହୋଇଛି ଆଗାମୀ ପ୍ରସ୍ତୁତି । ଆସନ୍ତାକାଲି ଠାରୁ ଶ୍ରୀକ୍ଷେତ୍ର ଓ ଏକାମ୍ରକ୍ଷେତ୍ରର ସୌନ୍ଦର୍ଯ୍ୟକରଣ ବିକାଶମୂଳକ କାମ ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

Share this story