ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ ଶେଷ, ୧୫ଟି ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ

fifteen proposals has been approved in state cabinet meeting

ଓଡ଼ିଆ ଗସିପ ବ୍ୟୁରୋ : ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଏହି ବୈଠକ ବସିଥିଲା । ତେବେ ବୈଠକରେ ୧୫ଟି ପ୍ରସ୍ତାବ ପାରିତ ହୋଇଛି ।

ସଉରା ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ ପ୍ରସ୍ତାବ ଆଜି ବୈଠକରେ ପାରିତ ହୋଇଛି । ତେବେ ଏନେଇ କେନ୍ଦ୍ରକୁ ପ୍ରସ୍ତାବ ପଠାଯିବ ବୋଲି କୁହାଯାଇଛି ।

- ଅନ୍ୟପଟେ ଆଜି କ୍ୟାବିନେଟ୍ ବୈଠକରେ ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୃଷ୍ଟି ଯୋଜନାକୁ ଅନୁମୋଦନ କରାଯାଇଛି ।

ଅଧିକ ପଢ଼ନ୍ତୁ : ଯୌନ ଶୋଷଣ ମାମଲା: ସିଙ୍ଗର ସୌରିନ ଭଟ୍ଟଙ୍କୁ ଧରିବା ପାଇଁ କମିଶନରେଟ ପୋଲିସର ଚଢ଼ଉ

- ଯୋଗାଯୋଗ ନଥିବା ରାଜ୍ୟର ସବୁ ଗାଁକୁ ହେବ ରାସ୍ତା।  ମୁଖ୍ୟମନ୍ତ୍ରୀ ସଡ଼କ ଯାେଜନାରେ ସବୁ ଗାଁକୁ ରାସ୍ତା ନିର୍ମାଣ ନେଇ କ୍ୟାବିନେଟ ମଞ୍ଜୁରୀ ମିଳିଛି ।

- ଶୀତଳାପଲ୍ଲୀରେ ହେବ ମଳ୍ଟିସ୍ପେଶାଲିଟି ହସ୍ପିଟାଲ । ଟାଟା ଷ୍ଟିଲ ପକ୍ଷରୁ ପ୍ରସ୍ତାବିତ ହସ୍ପିଟାଲ ପାଇଁ ଜମି ଦେବେ ସରକାର । ୪୩.୦୫ ଏକର ଜମି ପାଇଁ ବାର୍ଷିକ ରେଣ୍ଟ ଛାଡ କରିଛନ୍ତି ସରକାର । ଓଡ଼ିଶା ଜିଏସଟି ଆଇନରେ ସଂଶୋଧନ ହୋଇଛି ।

Share this story