ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଉଡ଼ାଣ ସମ୍ପର୍କୀତ 3ଟି ଦିଗରେ ମିଛ ଖବର ପ୍ରସାରଣ କରି ଅଡୁଆରେ ଓଟିଭି, ସତ ବଖାଣିଲା AAI

ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଉଡ଼ାଣ ସମ୍ପର୍କୀତ 3ଟି ଦିଗରେ ମିଛ ଖବର ପ୍ରସାରଣ କରି ଅଡୁଆରେ ଓଟିଭି, ସତ ବଖାଣିଲା AAI
ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଉଡ଼ାଣ ସମ୍ପର୍କୀତ 3ଟି ଦିଗରେ ମିଛ ଖବର ପ୍ରସାରଣ କରି ଅଡୁଆରେ ଓଟିଭି, ସତ ବଖାଣିଲା AAI

ଓଡ଼ିଆ ଗସିପ ବ୍ୟୁରୋ: ରାଜ୍ୟବାସୀଙ୍କୁ ମିଛ ଖବର ଦେଖାଇ ଏବେ ଅଡୁଆରେ ଓଟିଭି । ତାହା ପୁଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବଦନାମର ଦାଗ ଲଗେଇ ପୁଣି ଷଡଯନ୍ତ୍ର ରଚିଛି ଓଟିଭି । ପ୍ରଥମେ କୋଭିଡ୍ ଚିକିତ୍ସା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇ ମିଛ ଖବର ପ୍ରସାରଣ । ଆଉ ଏବେ ମୁଖ୍ୟମନ୍ତ୍ରୀଙ୍କୁ ବଦନାମ ।

ଗତକାଲି ଓଟିଭି ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଞ୍ଚଳ ଗସ୍ତ ଉପରେ ପ୍ରଶ୍ନ ଉଠାଇ ଖବର ପ୍ରସାରଣ କରିଥିଲା । ଯେଉଁ ଖବରରେ କୁହାଯାଇଥିଲା ୨୦୨୦ ଅଗଷ୍ଟ ୩୧ ତାରିଖରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ବିମାନବନ୍ଦରରୁ ୧୯ ମିନିଟରେ କେଉଁ ବନ୍ୟାଞ୍ଚଳ ଆକାଶ ମାର୍ଗରୁ ପରିଦର୍ଶନ କଲେ । କିନ୍ତୁ ଏହା ଭିତରେ ଓଟିଭିର ଏହି ମିଛ ଖବରର ପୋଲ୍ ଖୋଲିଛନ୍ତି ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ ।

1) VVIP ଶ୍ରେଣୀରେ ଆସନ୍ତି ନାହିଁ ରାଜ୍ୟର ମୁଖ୍ୟମନ୍ତ୍ରୀ:

ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ ପକ୍ଷରୁ କୁହାଯାଇଛି- କୌଣସି ରାଜ୍ୟର ମୁଖ୍ୟମନ୍ତ୍ରୀ VVIP ଶ୍ରେଣୀରେ ଆସନ୍ତି ନାହିଁ । ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଉଡ଼ାଣକୁ VVIP ମୁଭମେଣ୍ଟରେ ଉଲ୍ଲେଖ କରାଯାଇନାହିଁ ।

2) ଉଡ଼ାଣ ୧୯ ମିନିଟ ନୁହେଁ ୩୦ ମିନିଟ୍ ଥିଲା:

ଠିକ ଖବର ହେଉଛି- ହେଲିକପ୍ଟରଟି ଟେକ୍ ଅଫ୍ ଓ ଲ୍ୟାଣ୍ଡିଂକୁ ମିଶାଇ ୧୯ ମିନିଟ୍ ଉଡ଼ିଥିବା ଓଟିଭି ଖବର ପ୍ରସାରଣ କରିଥିଲା । ଏହାକୁ ବି ମିଛ ବୋଲି କହିଛି ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ । ମୁଖ୍ୟମନ୍ତ୍ରୀ ବ୍ୟବହାର କରିଥିବା ହେଲିକପ୍ଟରଟି ଟେକ୍ ଅଫ-ଲ୍ୟାଣ୍ଡିଂକୁ ମିଶାଇ ୧୯ ମିନିଟରୁ ଅଧିକ ସମୟ ଉଡ଼ିଥିଲା । ମୁଖ୍ୟମନ୍ତ୍ରୀଙ୍କ ଯାତ୍ରା ସମୟ ୩୦ ମିନିଟରୁ ଅଧିକ ଥିବାବେଳେ ୧୯ ମିନିଟ୍ ଉଡ଼ାଣ କରିଥିବା ଖବର ପ୍ରସାରଣ କରିଥିଲା ଓଟିଭି ।

3) ଭୁବନେଶ୍ୱରରୁ ବନ୍ୟାଞ୍ଚଳ ଲାଗେ ୬ ମିନିଟ୍:

ମିଛ ଖବର ହେଉଛି- ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ମାତ୍ର ୧୯ ମିନିଟରେ ବନ୍ୟାଞ୍ଚଳ ବୁଲି ଫେରିବା ସମ୍ଭବ ନୁହେଁ ଓଟିଭି ପ୍ରସାରଣ କରିଥିଲା ।

ସତ ହେଉଛି- ମୁଖ୍ୟମନ୍ତ୍ରୀ ବ୍ୟବହାର କରୁଥିବା ହେଲିକପ୍ଟର ଉଚ୍ଚକ୍ଷମତା ସମ୍ପନ୍ନ । ଏହି ହେଲିକପ୍ଟର ୨ଟି ଇଞ୍ଜିନ୍ ବିଶିଷ୍ଟ । ଏହି ଅତ୍ୟାଧୁନିକ ହେଲିକପ୍ଟର ଭୁବନେଶ୍ୱରରୁ ମାତ୍ର ୫ରୁ ୬ ମିନିଟ୍ ମଧ୍ୟରେ ବନ୍ୟାଞ୍ଚଳ ପହଞ୍ଚିବାରେ ସକ୍ଷମ । ମୁଖ୍ୟମନ୍ତ୍ରୀ ସେହିଦିନ ଆକାଶ ମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ ସାରିବା ପରେ ଗଣମାଧ୍ୟମକୁ ସେ ସମ୍ପର୍କିତ ଫଟୋ ଓ ଭିଡିଓ ମଧ୍ୟ ଜାରି କରାଯାଇଥିଲା ।

4) ସକାଳେ ନୁହେଁ ଅପରାହ୍ଣରେ ଯାଇଥିଲେ ମୁଖ୍ୟମନ୍ତ୍ରୀ:

ମିଛ ଖବର ହେଉଛି- ପ୍ରସାରିତ ଖବରରେ ଓଟିଭି ଦର୍ଶାଇଥିଲା ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ସକାଳ ୧୦ଟା ୧୨ରେ ବିମାନବନ୍ଦର ଛାଡ଼ିଥିବା ବେଳେ ୧୦ଟା ୩୧ରେ ଫେରି ଆସିଥିଲା । ଏହା ବି ଡାହା ମିଛ । ଓଟିଭି ବିନା ଅନୁସନ୍ଧାନରେ ଭୁଲ୍ ସମୟ ଦର୍ଶାଇଛି ।

ସତ ଖବର ହେଉଛି – ଭାରତୀୟ ବିମାନ ବନ୍ଦର ପ୍ରାଧିକରଣଙ୍କ ଅନୁସାରେ ଭାରତୀୟ ସମୟ (+5.30 IST) ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଅପରାହ୍ଣ ୩ଟା ୪୨ରେ ଉଡ଼ାଣ ଭରି ୪ଟା ୧ରେ ଫେରିଥିଲା । ମୋଟ ଯାତ୍ରା ସମୟ ୩୦ ମିନିଟ୍ ହୋଇଥିବା ବେଳେ ଓଟିଭି ୧୯ ମିନିଟ୍ ଦର୍ଶାଇ ମିଛ ଓ ଭୁଲ୍ ଖବର ପ୍ରସାରଣ କରିଥିଲା ।

Share this story

World Odia Language Conferene