ସୋସିଆଲ ମିଡିଆରେ ଶ୍ରୀଜିଉଙ୍କୁ ନେଇ ହୋଇଥିବା କାର୍ଟୁନ ଭାଇରାଲ, କଡ଼ା ଭର୍ସନା

ସୋସିଆଲ ମିଡିଆରେ ଶ୍ରୀଜିଉଙ୍କୁ ନେଇ ହୋଇଥିବା କାର୍ଟୁନ ଭାଇରାଲ, କଡ଼ା ଭର୍ସନା
ସୋସିଆଲ ମିଡିଆରେ ଶ୍ରୀଜିଉଙ୍କୁ ନେଇ ହୋଇଥିବା କାର୍ଟୁନ ଭାଇରାଲ, କଡ଼ା ଭର୍ସନା

ଓଡ଼ିଆ ଗସିପ୍ ବ୍ୟୁରୋ: ସୋସିଆଲ ମିଡିଆରେ ଶ୍ରୀଜିଉମାନଙ୍କୁ ନେଇ ପୁଣି ଥରେ ବ୍ୟଙ୍ଗ କରାଯାଇଛି । ଆଉ ଏହାକୁ ନେଇ ଏବେ ସୋସିଆଲ ମିଡିଆରେ ସରଗରମ ଚର୍ଚ୍ଚା । ଅବଶ୍ୟ କିଏ କାର୍ଟିନିଷ୍ଟଙ୍କୁ ସୁନ୍ଦର ପ୍ରୟାସ କହି ପ୍ରଶଂସା କରୁଛି ତ କିଏ ପୁଣି ଏହାକୁ ନେଇ କଡ଼ା ସମାଲୋଚନା କରିଛନ୍ତି । କହିବାକୁ ଗଲେ ସୋସିଆଲ ମିଡିଆରେ ଜଗାକୁ ନେଇ ହୋଇଥିବା କାର୍ଟୁନକୁ କିଏ ଭଲ ତ ଆଉ କିଏ ଭେଲ ହିସାବରେ ଦେଖି ନିଜ ନିଜ ମତ ରଖୁଛନ୍ତି । ଆମେ ସେମିତି କିଛି ପ୍ରତିକ୍ରିୟା ଆପଣଙ୍କ ନିକଟରେ ରଖୁଛୁ ।

ଜଗାକୁ କାର୍ଟୁନ ନେଇ ପ୍ରତିକ୍ରିୟା…

‘ଲାଇକ, କମେଣ୍ଟ ପାଇବା ପାଇଁ କିଛି ଲୋକ ଫେସବୁକ୍ ପେଜ୍ ଓ ଗ୍ରୁପ କରି ଲୋକଙ୍କୁ ଯୋଡୁଛନ୍ତି, ଆମ ଆରଧ୍ୟ ଠାକୁର ଙ୍କୁ କାଟୁନ୍ ବନାଉଛନ୍ତି, ସମାଲୋଚନା ମଧ୍ୟ କରୁଛନ୍ତି । ଦୟାକରି ବନ୍ଦ କରାଯାଉ । ମାନ୍ୟବର କୋର୍ଟଙ୍କ ଦ୍ୱାରସ୍ଥ ହେବି ବୋଲି କହିଛନ୍ତି ସମାଜସେବୀ ତଥା ଓଡ଼ିଶୀ ନୃତ୍ୟଶିଳ୍ପୀ ରୋମା ଦାସମହାପାତ୍ର । ଏମିତି ଆହୁରି ଅନେକ ଜଣ ସୋସିଆଲ ମିଡିଆରେ ନିଜ ନିଜ ପ୍ରତିକ୍ରିୟା ଦେଇ କୋର୍ଟକୁ ଯିବାକୁ କହିଥିବା ବେଳେ ଅନେକ ଏଭଳି କାର୍ଟୁନକୁ ନାପସନ୍ଦ କରିଛନ୍ତି ।

ପୂର୍ବରୁ ମଧ୍ୟ ଏମିତି ଶ୍ରୀଜଗନ୍ନାଥଙ୍କୁ ନେଇ କାର୍ଟୁନ୍ କରାଯାଇଥିଲା ଯାହା ଥାନା ପର୍ଯ୍ୟନ୍ତ କଥା ଯାଇଥିଲା । ସୋଶାଲ୍‌ ମିଡିଆରେ ସେତେବେଳେ ଭାଇରାଲ ହୋଇଥିବା ଫୋଟରେ ମହାପ୍ରଭୁ ଜଗନ୍ନାଥଙ୍କୁ ଜ୍ୱର ହୋଇଥିବାର ଦର୍ଶାଯାଇଥିଲା । ବେଡ୍‌ ଉପରେ ପ୍ରଭୁ ଶ୍ରୀଜଗନ୍ନାଥ, ଦେବୀ ସୁଭଦ୍ରା ଓ ଶ୍ରୀ ବଳଭଦ୍ର ମହାପ୍ରଭୁ । ଥର୍ମୋ ମିଟରରେ ତାଙ୍କ ଜ୍ୱର ମପା ଯାଉଥିବାର ଚିତ୍ର ସୋଶାଲ୍‌ ମିଡିଆରେ ଘୂରି ବୁଲିଥିଲା । ଯାହାକୁ ନିନ୍ଦା କରିଥିଲେ ଦଇତା ସେବକ ଓ ଶ୍ରୀ ଜଗନ୍ନାଥ ସଂସ୍କୃତି ଗବେଷକ ।

ଏ ଦୁଇଟି ଘଟଣାରେ ଏହା ପ୍ରମାଣିତ ହେଉଛି ଯେ, ସନାତନଧର୍ମକୁ ନଷ୍ଟଭ୍ରଷ୍ଟ କରିବା ପାଇଁ ଏଭଳି ହୀନ ଉଦ୍ୟମ କରାଯାଉଛି ଵୋଲି ମତ ପ୍ରକାଶ ପାଇଛି ।

Share this story

World Odia Language Conferene