ରିୟାଙ୍କ ସହ ସମ୍ପର୍କ ପରେ ସୁଶାନ୍ତ ନେଉଥିଲେ କିଛି ଅଜଣା ଔଷଧ, ଗୁମର ଖୋଲିଲେ ଜିମ୍ ଟ୍ରେନର, ସେପଟେ ବିହାର ପୁଲିସକୁ ସହଯୋଗ କରୁନି ମୁମ୍ବାଇ ପୁଲିସ…

ରିୟାଙ୍କ ସହ ସମ୍ପର୍କ ପରେ ସୁଶାନ୍ତ ନେଉଥିଲେ କିଛି ଅଜଣା ଔଷଧ, ଗୁମର ଖୋଲିଲେ ଜିମ୍ ଟ୍ରେନର, ସେପଟେ ବିହାର ପୁଲିସକୁ ସହଯୋଗ କରୁନି ମୁମ୍ବାଇ ପୁଲିସ…
ରିୟାଙ୍କ ସହ ସମ୍ପର୍କ ପରେ ସୁଶାନ୍ତ ନେଉଥିଲେ କିଛି ଅଜଣା ଔଷଧ, ଗୁମର ଖୋଲିଲେ ଜିମ୍ ଟ୍ରେନର, ସେପଟେ ବିହାର ପୁଲିସକୁ ସହଯୋଗ କରୁନି ମୁମ୍ବାଇ ପୁଲିସ…

ଓଡ଼ିଆ ଗସିପ୍ ବ୍ୟୁରୋ: ଏବେ ବଲିଉଡ଼ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଘଟଣାରେ ଦିନକୁ ଦିନ ନୁଆ ନୁଆ ତଥ୍ୟ ସାମ୍ନାକୁ ଆସୁଛି । ଯେମିତି ପୁରା ରହସ୍ୟମୟ ଆଡକୁ ଗତି କରୁଛି ଏହି ମାମଲା । ସୁଶାନ୍ତଙ୍କ ଜିମ୍ ଟ୍ରେନର ଏବେ ଏକ ବଡ଼ ଖୁଲାସା କରିଛନ୍ତି । ଯାହା ସୁଶାନ୍ତଙ୍କ ଫ୍ୟାନ୍‌ଙ୍କୁ ଚକିତ କରିଦେଇଛି ।

ସୁଶାନ୍ତଙ୍କ ବ୍ୟକ୍ତିଗତ ଜିମ୍ ଟ୍ରେନର ସମି ଅହମ୍ମଦଙ୍କ କହିବା ଅନୁସାରେ ସୁଶାନ୍ତ ଗତ ଡିସେମ୍ବର ମାସରୁ କିଛି ଅଜଣା ଔଷଧ ସେବନ କରୁଥିଲେ । ଏଥିପାଇଁ ମଧ୍ୟ ସୁଶାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରେ ଲାଗିଥିଲା । ଖାଲି ଏମିତି ନୁହେଁ ସୁଶାନ୍ତ ଠିକ୍ ଭାବେ ଛିଡା ହୋଇପାରୁନଥିଲେ । ତାଙ୍କ ପାଦ ଥରୁଥିଲା ବୋଲି ଦାବି କରିଛନ୍ତି ଜିମ୍ ଟ୍ରେନର । କାରଣ ଜିମ୍ ଟ୍ରେନର ସମି ଗତ ୫ବର୍ଷ ଧରି ସୁଶାନ୍ତଙ୍କ ଟ୍ରେନର ଥିଲେ ।

ଏକ ଗଣମାଧ୍ୟମ ଚ୍ୟାନେଲକୁ ସାକ୍ଷାତକାରରେ ସମି କହିଥିଲେ ଯେ, ସୁଶାନ୍ତଙ୍କ ମେଡିକାଲ କଣ୍ଡିସନ ରିପୋର୍ଟ ତାଙ୍କୁ ଜଣାନାହିଁ । କାରଣ ରିୟା ଏସବୁ ଭିତରକୁ ଯିବାକୁ ଦେଉନଥିଲେ । କିନ୍ତୁ ଏତିକି ଜାଣିଛି ଯେ, ଯେବେଠାରୁ ସୁଶାନ୍ତ ରିୟାଙ୍କୁ ଡେଟ୍ କରିବା ଆରମ୍ଭ କରିଥିଲେ, ସେବେଠାରୁ ସୁଶାନ୍ତ କିଛି ଅଜଣା ଔଷଧ ଖାଉଥିଲେ । ଯାହା ସେ ପୂର୍ବରୁ ଏମିତି କିଛି ଔଷଧ ସେବନ କରୁନଥିବା ସେ କହିଛନ୍ତି ।

ଅନ୍ୟପଟରେ ଜଣାପଡିଛି କି, ସୁଶାନ୍ତଙ୍କ ଏହି ରହସ୍ୟମୟ ମୃତ୍ୟୁ ପଛରେ ମୁମ୍ବାଇ ପୁଲିସ କିଛି ତଥ୍ୟ ଲୁଚାଉଛି । କାରଣ ଏହି ମାମଲାର ତଦନ୍ତ କରିବାକୁ ବିହାର ପୁଲିସ ମୁମ୍ବାଇରେ ପଂହଚିଥିଲେ । ହେଲେ ମୁମ୍ବାଇ ପୁଲିସ ତାଙ୍କୁ ସହଯୋଗ କରିନଥିଲେ । ତଦନ୍ତ ପାଇଁ ବିହାର ପୁଲିସକୁ ମୁମ୍ବାଇ ପୁଲିସ ଗାଡି ଯୋଗାଇନଥିବା ସୂଚନା ମିଳିଛି । ଆଉ ଏଥିପାଇଁ ୩ କିଲୋମିଟର ପାଦରେ ଚାଲି ଚାଲି ଯିବାକୁ ପଡିଥିଲା ବିହାର ପୁଲିସକୁ ।

ବିହାର ସରକାରଙ୍କ ଆଡଭୋକେଟ୍ ଜେନରାଲ ଲଲିତ କିଶୋର ଏକ ବୟାନ ଜାରି କରି କହିଛନ୍ତି ଯେ, ଗୋଟିଏ ରାଜ୍ୟର ପୋଲିସ ଯେତେବେଳେ ଅନ୍ୟ ଗୋଟିଏ ରାଜ୍ୟକୁ କୌଣସି ତଦନ୍ତ କରିବାକୁ ଯାଏ ସେତେବେଳ ସଂପୃକ୍ତ ରାଜ୍ୟ ସରକାର ସହଯୋଗ କରନ୍ତି ।

କିନ୍ତୁ ମୁମ୍ବାଇ ପୋଲିସ ତରଫରୁ ବିହାର ପୋଲିସକୁ ସହଯୋଗ ମିଳୁନାହିଁ । ବିହାର ସରକାରଙ୍କ ଏହି ଅଭିଯୋଗକୁ ସେତେବେଳେ ବଳ ମିଳିଲା ଯେତେବେଳେ ମୁମ୍ବାଇ ପୋଲିସ ବିହାର ପୋଲିସକୁ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେଙ୍କୁ ପଚରା ଉଚରା କରିବାକୁ ତାଙ୍କ ଘରକୁ ଯିବା ପାଇଁ ୩ କିଲୋମିଟର ରାସ୍ତା ପାଦରେ ଚାଲିବାକୁ ପଡିଥିଲା ।

ଅଭିଯୋଗ ହେଉଛି ଯେ, ମୁମ୍ବାଇ ପୋଲିସ ସହଯୋଗ ନ କରିବାରୁ ପାଟନା ପୋଲିସ ଟିମକୁ ଅତ୍ୟନ୍ତ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । କରୋନା ଭାଇରସ କାରଣରୁ ମୁମ୍ବାଇ ସଡକରେ ଅଟୋ,ଟ୍ୟାକ୍ସିର ଅଭାବ ରହିଛି । ଏମିତିରେ ଗୁରୁବାର ଦିନ ପାଟନା ପୋଲିସ ଟିମ ମଲାଡ ସ୍ଥିତ ଅଙ୍କିତାଙ୍କ ଘରକୁ ଯିବାକୁ ତିନି କିଲୋମଟିର ଚାଲିବାକୁ ପଡିଥିଲା ।

କାରଣ ମୁମ୍ବାଇ ପୋଲିସ ସେମାନଙ୍କ ପାଇଁ ଗାଡି ବ୍ୟବସ୍ଥା କରିନଥିଲା । ତିନି କିଲୋମିଟର ଚାଲିବା ପରେ ଟିମ ଅଟୋରେ ଅଙ୍କିତାଙ୍କ ଘରେ ପହଂଚିଥିଲା । ସେଠାରେ ସେମାନେ ଅଙ୍କିତାଙ୍କୁ ପ୍ରଶ୍ନ ପଚାରିଥିଲେ । ଫେରିବା ବେଳେ ଅଙ୍କିତା ସେମାନଙ୍କୁ ଯିବା ପାଇ ନିଜ ଜାଗୁଆର କାର ଦେଇଥିଲେ । ମିଡିଆଠାରୁ ପୋଲିସ ଟିମକୁ ଦୁରେଇ ରଖିବା ପାଇଁ ଅଙ୍କିତା ନିଜ ଗାଡି ଦେଇଥିଲେ ।

Share this story

World Odia Language Conferene