ମୁଁ ଇଶ୍ୱର ନାମରେ ଶପଥ କରି କହୁଛି: ରାଜ୍ୟସଭାରେ ପଦ ଓ ଗୋପନୀୟତାର ଶପଥ ନେଲେ ଏହି ୪ ଓଡ଼ିଆ ସାଂସଦ…

ମୁଁ ଇଶ୍ୱର ନାମରେ ଶପଥ କରି କହୁଛି: ରାଜ୍ୟସଭାରେ ପଦ ଓ ଗୋପନୀୟତାର ଶପଥ ନେଲେ ଏହି ୪ ଓଡ଼ିଆ ସାଂସଦ…
ମୁଁ ଇଶ୍ୱର ନାମରେ ଶପଥ କରି କହୁଛି: ରାଜ୍ୟସଭାରେ ପଦ ଓ ଗୋପନୀୟତାର ଶପଥ ନେଲେ ଏହି ୪ ଓଡ଼ିଆ ସାଂସଦ…

ଓଡ଼ିଆ ଗସିପ୍ ବ୍ୟୁରୋ: ରାଜ୍ୟସଭା ସାଂସଦ ଭାବେ ଆଜି ନିଜ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି ୪ ଜଣ ଓଡ଼ିଆ ସାଂସଦ । ସଂସଦର ଏହି ଉଚ୍ଚ ସଦନରେ ଆଜି ବିଜେଡିର ମୁନ୍ନା ଖାଁ, ସୁଜିତ କୁମାର, ମମତା ମହାନ୍ତ ଓ ସୁବାସ ସିଂହ ରାଜ୍ୟସଭା ସଦସ୍ୟ ଭାବେ ଶପଥପାଠ କରିଛନ୍ତି । ଉପରାଷ୍ଟ୍ରପତି ତଥା ରାଜ୍ୟସଭାର ଅଧ୍ୟକ୍ଷ ଭେଙ୍କେୟା ନାଇଡ଼ୁ ଏହି ସାଂସଦମାନଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ ।

ମାର୍ଚ୍ଚ ୨୬ରେ ଅନୁଷ୍ଠିତ ନିର୍ବାଚନରେ ୪ ସଦସ୍ୟ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିଲେ । କରୋନା ଲକଡାଉନ ପାଇଁ ଏମାନେ ଦିଲ୍ଲୀ ଯାଇ ଶପଥ ନେଇପାରିନଥିଲେ । ଆଜି ନବ ନିର୍ବାଚିତ ସଦସ୍ୟମାନେ ଶପଥ ଗ୍ରହଣ କରିଛନ୍ତି ।

“ପୂର୍ବରୁ ଯେତେଥର ରାଜ୍ୟସଭା ପାଇଁ ନିର୍ବାଚନ ହେଉଥିଲା, ସେତେବେଳେ ମୁଁ ସଂସଦ ଯିବାକୁ ଇଚ୍ଛା କରୁଥିଲି । ଆଜି ମୋର ସେଇ ଇଚ୍ଛା ପୂର୍ଣ୍ଣ ହୋଇଛି । ମୋତେ ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବହୁତ ବହୁତ ଧନ୍ୟବାଦ ।” ଏହା ଥିଲା ରାଜ୍ୟ ସଭା ପ୍ରାର୍ଥୀ ଭାବେ ମୁନା ଖାଁଙ୍କୁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମ ନବୀନ ପଟ୍ଟନାୟକ ଚୟନ କରିବା ପରର ପ୍ରତିକ୍ରିୟା । ଆଉ ଆଜି ତାଙ୍କ ସ୍ୱପ୍ନ ବାସ୍ତବ ରୂପ ନେଇଛି ।

ମୁନା ଖାଁ ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣେ ଆଗ ଧାଡ଼ିର ନାୟକ ଭାବେ ଖୁବ୍ ଜଣାଶୁଣା ଥିଲେ । ଏହାପରେ ପରେ ସେ ବିଜୁ ଜନତା ଦଳର ଜଣେ ସକ୍ରିୟ ସଦସ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ନେତା ଭାବେ ସେ ଦଳରେ ପରିଚିତି ହାସଲ କରିଥିଲେ ।

ସେହିଭଳି ରାଜ୍ୟ ପ୍ରାର୍ଥୀ ଘୋଷଣା ପରେ ପ୍ରତିକ୍ରିୟାରେ ସୁଜିତ୍ କୁମାର କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ମୋତେ ରାଜ୍ୟସଭା ପ୍ରାର୍ଥୀ କରିବା, ମୋ ପାଇଁ ସରପ୍ରାଇଜ୍ । ମୁଖ୍ୟମନ୍ତ୍ରୀ ମୋତେ ଯୋଗ୍ୟ ଭାବିଥିବାରୁ ମୁଁ ତାଙ୍କଠାରେ କୃତଜ୍ଞ । ଆଦିବାସୀ ଅଂଚଳର ବିକାଶ ଲାଗି ମୁଁ ଉଦ୍ୟମ କରିବି । ଆଦିବାସୀ ଅଂଚଳର ଶିକ୍ଷା, ସ୍ୱାସ୍ଥ୍ୟର ବିକାଶ ଲାଗି ପ୍ରାଧାନ୍ୟ ଦେବି । ଏବେ ଦେଖିବାର କଥା ସେ ସାଂସଦ ହୋଇ କେମିତି ରାଜ୍ୟ ଓ ନିଜ ଅଞ୍ଚଳର ବିକାଶ କରୁଛନ୍ତି ।

ମମତା ମହାନ୍ତ ମଧ୍ୟ କହିଥିଲେ ଯେ, ମୋତେ ପ୍ରାର୍ଥୀ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛି । ମୁଖ୍ୟମନ୍ତ୍ରୀ ସବୁବେଳେ ମହିଳାଙ୍କୁ ଅଗ୍ରାଧିକାର ଦିଅନ୍ତି । ମୋ ଦାୟିତ୍ୱ ମୁଁ ସୁଚାରୁ ରୂପେ ତୁଲାଇବି । ମମତାଙ୍କୁ ନେଇ ନିଜ ଅଞ୍ଚଳବାସୀ ମଧ୍ୟ ବେଶ୍ କିଛି ଆଶା ରଖିଛନ୍ତି ।

ମୋତେ ଯେତେବେଳେ ବି ଯାହା ଦାୟିତ୍ୱ ମିଳିଛି ତୁଲାଇଛି । ଏ ଦାୟିତ୍ୱ ମଧ୍ୟ ଭଲ ଭାବେ ତୁଲାଇବି । ରାଜ୍ୟସଭା ପ୍ରାର୍ଥୀ କରିଥିବାରୁ ମୁଁ ମୁଖ୍ୟମନ୍ତ୍ରୀଙ୍କ ପାଖରେ କୃତଜ୍ଞ । ସେ ବି ଅନ୍ୟ ତିନି ସାଂସଦଙ୍କ ଭଳି କଣ ବିକାଶମୁଖି କାମ କରିବେ ତାକୁ ଏବେ ସମସ୍ତଙ୍କ ଅପେକ୍ଷା ।

Share this story

World Odia Language Conferene