ମାନବ ସଭ୍ୟତା ପାଇଁ ଅଭିଶାପ ‘କରୋନା’: ଆଜି ଗଡ଼ିଲା ୯ ମୁଣ୍ଡ, ଦେଶର ସ୍ଥିତି ଅତି ସଙ୍ଗିନ

ମାନବ ସଭ୍ୟତା ପାଇଁ ଅଭିଶାପ ‘କରୋନା’: ଆଜି ଗଡ଼ିଲା ୯ ମୁଣ୍ଡ, ଦେଶର ସ୍ଥିତି ଅତି ସଙ୍ଗିନ
ମାନବ ସଭ୍ୟତା ପାଇଁ ଅଭିଶାପ ‘କରୋନା’: ଆଜି ଗଡ଼ିଲା ୯ ମୁଣ୍ଡ, ଦେଶର ସ୍ଥିତି ଅତି ସଙ୍ଗିନ

ଓଡ଼ିଆ ଗସିପ୍ ବ୍ୟୁରୋ: ମୃତ୍ୟୁର ଭାଇରସ ଆଜି ବି ନେଇଛି ମୁଣ୍ଡ । ଜଣଙ୍କ ପରେ ଜଣଙ୍କ ମୁଣ୍ଡ ନେଉଥିବା କରୋନା ଏବେ ମାନବ ସଭ୍ୟତା ପାଇଁ ଅଭିଶାପ ପାଲଟିଯାଇଛି । ଆଜି ରାଜ୍ୟରେ କରୋନାରେ ଆଉ ୯ ଜଣଙ୍କର ମୃତ୍ୟୁ ଘଟିଛି ।

ଏହାଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୨୫କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୬ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବା ବେଳେ ଗଜପତିରୁ, କେନ୍ଦୁଝର ଓ ଖୋର୍ଦ୍ଧାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି ।

ଗଞ୍ଜାମରୁ ମୃତ୍ୟୁ ଘଟିଥିବା ୬ ଜଣଙ୍କ ମଧ୍ୟରୁ ୩ ଜଣଙ୍କର କରୋନା ସଂକ୍ରମଣ ପୂର୍ବରୁ ଅଲଗା ରୋଗ ଥିଲା । ଗଞ୍ଜାମର ୪୨ ବର୍ଷିଅ ବ୍ୟକ୍ତିଙ୍କର  ପୂର୍ବରୁ ମଧୁମେହ ଥିବା ବେଳେ ୫୩ ବର୍ଷିଅ ବ୍ୟକ୍ତିଙ୍କର ହାଇପରଟେନ୍‌ସନ ଥିଲା ଓ ୬୩ ବର୍ଷିଅ ବ୍ୟକ୍ତିଙ୍କର ମଧୁମେହ ସହ କିଡ୍‌ନି ରୋଗ ମଧ୍ୟ ଥିଲା ।

ସେହିପରି ୫୫ ବର୍ଷ ବୟସ୍କ ସୁନ୍ଦରଗଡ଼ର ବ୍ୟକ୍ତି ଓ କେନ୍ଦୁଝରର ୨୧ ବର୍ଷିଅ ଯୁବକଙ୍କର  ପୂର୍ବରୁ ମଧୁମେହ ରହିଥିଲାଅନ୍ୟ ପକ୍ଷରେ ଆଜି ଦୁଇ ଜଣ କରୋନା ସଂକ୍ରମିତ ଅନ୍ୟ ରୋଗରେ ପୀଡ଼ିତ ଥାଇ ମୃତ୍ୟୁମୁଖରେ ପଡ଼ିଛନ୍ତି ।

ସେହିପରି ଦେଶର ଚିତ୍ର ମଧ୍ୟ ଭୟଙ୍କର । ଅଗଷ୍ଟ ୫ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୧, ୯୦୮, ୨୫୪ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି ।

ଆକ୍ରାନ୍ତଙ୍କ ମଧ୍ୟରୁ ୧୨୮୨୨୧୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି। ବାକି ୩୯୭୫୯ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ୨୪ ଘଣ୍ଟା ମଧ୍ୟରେ ଜଣାପଡ଼ିଥିବା ୫୨, ୫୦୯ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୫୮୬୨୪୪ ରହିଛି । ୨୪ ଘଣ୍ଟାରେ ୮୫୭ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି ।

Share this story

World Odia Language Conferene