ବସଷ୍ଟାଣ୍ଡର ବଦଳିବ ରୂପରେଖା, ସ୍ଥିତି ଅନୁଧ୍ୟାନ କଲେ ୫ଟି ସଚିବ ଭି କେ ପଣ୍ଡିଆନ

ବସଷ୍ଟାଣ୍ଡର ବଦଳିବ ରୂପରେଖା, ସ୍ଥିତି ଅନୁଧ୍ୟାନ କଲେ ୫ଟି ସଚିବ ଭି କେ ପଣ୍ଡିଆନ
ବସଷ୍ଟାଣ୍ଡର ବଦଳିବ ରୂପରେଖା, ସ୍ଥିତି ଅନୁଧ୍ୟାନ କଲେ ୫ଟି ସଚିବ ଭି କେ ପଣ୍ଡିଆନ

କଟକରେ ଅବହଳିତ ଅବସ୍ଥାରେ ଥିବା ବହୁ ଅନୁଷ୍ଠାନ ର ରୂପରେଖା ବଦଳେଇବା ପାଇଁ ରାଜ୍ୟ ସରକାର ଏବେ ଅଣ୍ଟା ଭିଡ଼ିଛନ୍ତି । ସେ ସ୍ୱାସ୍ଥ୍ୟ ଭିତିକ ଅନୁଷ୍ଠାନ ହେଉ ବା ବ୍ୟବସାୟିକ ଅନୁଷ୍ଠାନ ଏସବୁର ରୂପରେଖା ସଜାଡ଼ିବା ପାଇଁ ଉଦ୍ୟମ ଚାଲିଛି । ତେଣୁ ଆଜି ଭୋର ୪ଟା ରୁ କଟକ ବାଦାମବାଡି ବସଷ୍ଟାଣ୍ଡ ରେ ପହଞ୍ଚିଥିଲେ ୫ ଟି ସଚିବ ଭି କେ ପାଣ୍ଡିଆନ ।

ବାଦାମବାଡି ବସଷ୍ଟାଣ୍ଡରେ ପହଁଚି ଶ୍ରୀ ପଣ୍ଡିଆନ ସ୍ଥିତି ଅନୁଧ୍ୟାନ କରିଛନ୍ତି । ରାଜ୍ୟର ବଡ ବସ ଷ୍ଟାଣ୍ଡ କୁହାଯାଉଥିବା ବାଦାମବାଡି ବସଷ୍ଟାଣ୍ଡରେ କଣ କଣ ସମସ୍ୟା ରହିଛି ସେନେଇ ଅନୁଧ୍ୟାନ କରିଛନ୍ତି । ବିଶେଷ କରି ବସଷ୍ଟାଣ୍ଡରେ ବସ୍ ରହିବା ସ୍ଥଳ, ପିଇବା ପାଣି, ଟ୍ରାଫିକ ଭଳି ମୁଖ୍ୟ ପ୍ରସଙ୍ଗ ରହିଛି ।

ବାଦାମବାଡି ବସଷ୍ଟାଣ୍ଡ ସହ ତାଳଦଣ୍ଡା କେନାଲ, ଯୋବ୍ରା, ରାଣୀହାଟ ଅଂଚଳର ଜଳ ନିଷ୍କାସନ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ପାଣ୍ଡିଆନଙ୍କ ସହ ପୋଲିସ କମିଶନର, ଜିଲ୍ଲାପାଳ ଏବଂ ଆରଡିସି ମଧ୍ୟ ଏସବୁ ସ୍ଥାନର ସମସ୍ୟା ନେଇ ଅନୁଧ୍ୟାନ କରିଛନ୍ତି ।

Share this story

World Odia Language Conferene