ଫୁଟ୍‌ବଲ୍ ତାରକା ରୋନାଲ୍‌ଡୋ କିଣିଲେ ୮୩ କୋଟି ଟଙ୍କାର କାର୍‌, ଜାଣନ୍ତୁ ଏହି କାରରେ କ’ଣ ସବୁ ସୁବିଧା ରହିଛି?

ଫୁଟ୍‌ବଲ୍ ତାରକା ରୋନାଲ୍‌ଡୋ କିଣିଲେ ୮୩ କୋଟି ଟଙ୍କାର କାର୍‌, ଜାଣନ୍ତୁ ଏହି କାରରେ କ’ଣ ସବୁ ସୁବିଧା ରହିଛି?
ଫୁଟ୍‌ବଲ୍ ତାରକା ରୋନାଲ୍‌ଡୋ କିଣିଲେ ୮୩ କୋଟି ଟଙ୍କାର କାର୍‌, ଜାଣନ୍ତୁ ଏହି କାରରେ କ’ଣ ସବୁ ସୁବିଧା ରହିଛି?

ଓଡ଼ିଆ ଗସିପ୍ ବ୍ୟୁରୋ: ଆମେ ଜାଣିଛୁ ମଣିଷ ଘର ଭଳି ଗାଡ଼ି ମଟରରେ ମଧ୍ୟ ସୌକ ରଖେ । ସେହିଭଳି ପର୍ତ୍ତୁଗାଲ ତଥା ଜୁଭେଣ୍ଟସ୍ ଫୁଟ୍‌ବଲ୍ ତାରକା କ୍ରିଷ୍ଟିଆନୋ ରୋନାଲ୍‌ଡୋ ବୁଗାଟ୍ଟି ସେଣ୍ଟୋଡାଏସି ଲିମିଟେଡ୍ ଏଡିସନ୍ କାର୍ କିଣିଛନ୍ତି ।

ଏହି କାର୍‌ର ମୂଲ୍ୟ ୮୫ ପାଉଣ୍ଡ ବା ଭାରତୀୟ ମୁଦ୍ରାରେ ପାଖାପାଖି ୮୩ କୋଟି ଟଙ୍କା । ସ୍କୁଡେଟୋ ବିପକ୍ଷ ମ୍ୟାଚ୍ ଜିତାଇ ରୋନାଲ୍‌ଡୋ ଜୁଭେଣ୍ଟସ୍‌କୁ ୩୬ତମ ସିରିଜ-ଏ ମୁକୁଟ ଉପହାର ଦେଇଥିଲେ ।

ଜୁଭେଣ୍ଟସ୍ ଲଗାତାର ନବମ ଥର ଏହି ଟ୍ରଫି ଜିତିବାର ସ୍ମୃତିକୁ ଆହୁରି ସ୍ମରଣୀୟ କରିବାକୁ ରୋନାଲ୍‌ଡୋ ନିଜ ଗ୍ୟାରେଜ୍‌କୁ ଏହି ବିଳାଶପୂଣ୍ଣ କାର୍‌କୁ ଆଣିବାକୁ ସ୍ଥିତ କରିଥିଲେ ।

ଫୁଟ୍‌ବଲ୍ ତାରକା ରୋନାଲ୍‌ଡୋ କିଣିଲେ ୮୩ କୋଟି ଟଙ୍କାର କାର୍‌, ଜାଣନ୍ତୁ ଏହି କାରରେ କ’ଣ ସବୁ ସୁବିଧା ରହିଛି?

ବୁଗାଟ୍ଟି ପ୍ରତି ରୋନାଲ୍‌ଡୋଙ୍କ ଏହା ନୂଆ ପ୍ରେମ ନୁହେଁ । ପୂର୍ବରୁ ତାଙ୍କ ପାଖରେ ଏହି କମ୍ପାନିର ଚିରୋନ, ଭେରନ୍ ଓ ଲା ଭଇଚୁର ନୋଇରେ ଗାଡ଼ି ରହିଛି ।

କମ୍ପାନି ଚିରୋନ ଉପରେ ଆଧାରିତ ଏହି ବିଳାଶପୂର୍ଣ୍ଣ କାର୍‌ର ୧୦ଟି ମଡେଲ ବାହାର କରିଛି । ବୁଗାଟ୍ଟିର ଏହି ନୂଆ ସୁପରକାର୍‌ରେ ୧୬୦୦ ହର୍ସପାୱାର ବିଶିଷ୍ଟ ୮ ଲିଟର ଡବ୍ଲୁ-୧୬ ଇଞ୍ଜିନ ରହିଛି ।

ମାତ୍ର ୨.୪ ସେକେଣ୍ଡ୍‌ରେ ଗାଡ଼ିର ବେଗ ଘଣ୍ଟା ପ୍ରତି ୦-୧୦୦ କିଲୋମିଟରରେ ପହଞ୍ôଚଯାଏ । ଗାଡ଼ିର ସର୍ବାଧିକ ବେଗ ଘଣ୍ଟାପ୍ରତି ୩୫୦ କିଲୋମିଟର ରହିଛି । ଆସନ୍ତା ବର୍ଷ ସେଣ୍ଟୋଡାଏସି ମାଲିକଙ୍କୁ ହସ୍ତାନ୍ତର କରାଯିବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି ।

Share this story

World Odia Language Conferene