ପ୍ରଳୟ ଦେଖାଇଦେଲା ପ୍ରକୃତି, ପାଣିରେ ବୁଡ଼ିଗଲା ଏଇ ସବୁ ସହର…

ପ୍ରଳୟ ଦେଖାଇଦେଲା ପ୍ରକୃତି, ପାଣିରେ ବୁଡ଼ିଗଲା ଏଇ ସବୁ ସହର…
ପ୍ରଳୟ ଦେଖାଇଦେଲା ପ୍ରକୃତି, ପାଣିରେ ବୁଡ଼ିଗଲା ଏଇ ସବୁ ସହର…

ଓଡ଼ିଆ ଗସିପ୍ ବ୍ୟୁରୋ: ଅଧା ଓଡ଼ିଶାରେ ବିତ୍ପାତ ମଚାଇଛି ମୌସୁମୀ ଜନିତ ଲଗାଣ ବର୍ଷା । କେଉଁଠି ବନ୍ୟା ଭଳି ସ୍ଥିତି ଉପୁଜିଛି ତ ଅନ୍ୟ କେଉଁଠି ଜଳ ପ୍ରଳୟରେ ତ୍ରାହି ତ୍ରାହି ଡାକୁଛନ୍ତି ବିପନ୍ନ । ଏମିତି କି ଅନେକ ଜିଲ୍ଲା ଅଛି ଯେଉଁଠି ଲଗାଣ ବର୍ଷା କାରଣରୁ ହେକ୍ଟର ହେକ୍ଟର ଚାଷ ଜମି ନଷ୍ଟ ହେଲାଣି ।

ଗୋଟିଏ ପଟେ କରୋନା ମାଡ଼ ଆଉ ଅନ୍ୟପଟେ ପ୍ରକୃତିର କରାଳ ରୂପ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଛି । ଧାର କରଜ କରିଥିବା ଗରିବ ଚାଷିଟିଏ ଏବେ କଣ କରିବ ତାକୁ ନେଇ ତା ଚିନ୍ତା ବଢ଼ିଲାଣି ।

ସେପଟେ ରାସ୍ତାରେ ଆଣ୍ଠୁଏ ଆଣ୍ଠୁଏ ପାଣି ଚାଲୁଛି, କେଉଁଠି ରାସ୍ତା ଧୋଇ ଗଲାଣି ତ ପୁଣି କେଉଁଠି ନଦୀ ଓ କେନାଲରେ ପ୍ରଖର ସୁଅରେ ପାଣି ଚାଲୁଛି । ସତେ ଯେମିତି ଜଳ ପ୍ରଳୟ ମାଳିକା ବଚନକୁ ସତ ପ୍ରମାଣିତ କରି ଧ୍ୱଂସର ଲୀଳା ଖେଳା ଆରମ୍ଭ କରିସାରିଲାଣି ।

ପ୍ରଳୟ ଦେଖାଇଦେଲା ପ୍ରକୃତି, ପାଣିରେ ବୁଡ଼ିଗଲା ଏଇ ସବୁ ସହର…

ଗତ କିଛି ଦିନ ଧରି ଉତ୍ତର, ଆଭ୍ୟନ୍ତରୀଣ ଏବଂ ଦକ୍ଷିଣ ଓଡ଼ିଶାରେ ବର୍ଷାର ପରିମାଣ ପଢ଼ିଛି । ମାଲକାନଗିରିରେ ସବୁଠୁ ଅଧିକ ବର୍ଷା ହୋଇଛି । ଲଘୁଚାପ ପ୍ରଭାବରେ ମାଲକାନଗିରି ସମେତ ପଡ଼ିଆ, ମାଥିଲି, କୋରକୋଣ୍ଡା ଓ କାଲିମେଳାରେ ପ୍ରବଳ ବର୍ଷା ହୋଇଛି ।

ବର୍ଷା ଯୋଗୁଁ ଏସବୁ ଅଞ୍ଚଳ ଜଳମଗ୍ନ ହୋଇଛି । ବନ୍ୟା ପରିସ୍ଥିତି ଉପୁଜିବା ଫଳରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ମାଲକାନଗିରିରୁ କୋରାପୁଟ ଜିଲ୍ଲା ଜୟପୁର, ମାଲକାନଗିରିରୁ ମୋଟୁ, ମାଲକାନିଗିରିରୁ କାଲିମେଳା ଓ ମାଲକାନଗିରିରୁ ବାଲିମେଳାର ଯୋଗାଯୋଗ ବିଛିନ୍ନ ହୋଇଛି ।

ସେହିପରି ବର୍ଷା ଲାଗି ରହିବାରୁ ବନ୍ୟାରେ ମାଲକାନଗରିରି ଜିଲ୍ଲାର ୯୩୩ ଗାଁ ପ୍ରଭାବିତ ହୋଇଛି । ଏଥିସହିତ ୩୨୧ଟି ଘର ଭାଙ୍ଗିଛି ଯାଇଛି । ମାଲକାନଗିରିରେ ୪୬୩ ଦଶମିକ ୨୦ ମିଲିମିଟର ବର୍ଷା ରେକର୍ଡ ହୋଇଛି ।

ପ୍ରଳୟ ଦେଖାଇଦେଲା ପ୍ରକୃତି, ପାଣିରେ ବୁଡ଼ିଗଲା ଏଇ ସବୁ ସହର…

ଅନ୍ୟପଟେ ଉତ୍ତର-ପୂର୍ବ ବଙ୍ଗୋପସାଗର ଓ ଏହାର ସଂଲଗ୍ନ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ୫.୮ ମିମିରୁ ୭.୬ କିମି ଉପରେ ରହିଛି । ଏହାର ପ୍ରଭାବରେ ଆସନ୍ତାକାଲି ମଧ୍ୟରେ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବ । ଧୀରେ ଧୀରେ ଏହା ଏକ ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହୋଇ ପଶ୍ଚିମମୁହାଁ ହେବ ।

ମୌସୁମୀ ଟ୍ରଫ୍‌ ଏବେ ବିକାନିର, ଗ୍ବାଲିଅର, ରାଞ୍ଚି ଓ ବଙ୍କୁରା ଦେଇ ଦକ୍ଷିଣ-ପୂର୍ବମୁହାଁ ହୋଇ ଉତ୍ତର-ପୂର୍ବ ବଙ୍ଗୋପସାଗର ଉପରେ ରହିଛି । ଏହାର ପ୍ରଭାବରେ ଆସନ୍ତା ଦୁଇ ଦିନ ରାଜ୍ୟର କେତେକ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷିବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଏନେଇ ସତର୍କ ରହିବାକୁ ସଂପୃକ୍ତ ଜିଲ୍ଲାଗୁଡ଼ିକ ପାଇଁ କେନ୍ଦ୍ର ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି ।

Share this story

World Odia Language Conferene