ତାତିଲେ କର୍ମଚାରୀ, ଦରମା ନ ମିଳିବାରୁ ଅଫିସ ଆଗରେ ଅଳିଆ ଫିଙ୍ଗି ଅଭିନବ ପ୍ରତିବାଦ କଲେ…

ତାତିଲେ କର୍ମଚାରୀ, ଦରମା ନ ମିଳିବାରୁ ଅଫିସ ଆଗରେ ଅଳିଆ ଫିଙ୍ଗି ଅଭିନବ ପ୍ରତିବାଦ କଲେ…
ତାତିଲେ କର୍ମଚାରୀ, ଦରମା ନ ମିଳିବାରୁ ଅଫିସ ଆଗରେ ଅଳିଆ ଫିଙ୍ଗି ଅଭିନବ ପ୍ରତିବାଦ କଲେ…

ବାରିପଦା: ବାରିପଦା ପୌରପାଳିକା କାର୍ଯ୍ୟାଳୟରେ ଠିକା କର୍ମଚାରୀ ଭାବେ କାମ କରୁଥିବା ସଫେଇ କର୍ମଚାରୀ ଆଜି ତାତି ଉଠିଛନ୍ତି । ସେମାନେ ଘଣ୍ଟାଏ କାଳ ଅଭିନବ ପ୍ରତିବାଦ କରିଛନ୍ତି । ଦୀର୍ଘ ଦିନ ଧରି ଦରମା ନ ମିଳିବାରୁ ଅଫିସ୍‌ ପରିସରରେ ଅଳିଆ ଫିଙ୍ଗିଲେ । ଏପରି ପ୍ରତିବାଦ ଦେଖିବାକୁ ମିଳିଛି ବାରିପଦା ପୌରପାଳିକା କାର୍ଯ୍ୟାଳୟ ପରିସରରେ ।

ସଫେଇ କର୍ମଚାରୀମାନେ ଆଜି ସକାଳେ ପୂରା ସହରରୁ ଅଳିଆ ଆବର୍ଜନା ଗୋଟାଇ ଡମ୍ପିୟାର୍ଡରେ ନ ଫୋଫାଡ଼ି ସିଧାସଳଖ ପୌରପାଳିକା କାର୍ଯ୍ୟାଳୟ ପରିସରରେ ଫୋପାଡ଼ି ଥିଲେ । ସେମାନଙ୍କର ଗୋଟିଏ ଦାବି କି ଦରମା ନ ମିଳିବା ଯାଏଁ ଏହି ପ୍ରତିବାଦ ଜାରି ରହିବ ।

ତାତିଲେ କର୍ମଚାରୀ, ଦରମା ନ ମିଳିବାରୁ ଅଫିସ ଆଗରେ ଅଳିଆ ଫିଙ୍ଗି ଅଭିନବ ପ୍ରତିବାଦ କଲେ…

ସେମାନଙ୍କ ଅଭିଯୋଗ ଅନୁଯାୟୀ ଠିକାଦାର ଙ୍କ କଥା ଅନୁଯାୟୀ ଏହି ଠିକା କର୍ମଚାରୀ ମାନେ ସକାଳୁ ସକାଳୁ ଉଠି ସହରକୁ ଅଳିଆ ମୁକ୍ତ କରୁଛନ୍ତି । ହେଲେ ଦରମା ସମୟ ହେଲେ ଠିକାଦାର ଏବହେଳା କାହିଁକି କରୁଛନ୍ତି । ଦୀର୍ଘ ମାସ ଧରି ଦରମା ଏ ମିଳିବାରୁ ସେମାନେ ଆଜି ଆନ୍ଦୋଳନ କୁ ଓହ୍ଲାଇଥିବା କହିଛନ୍ତି ।

ଖବର ପାଇ ଏସ୍‌ଡିପିଓ, ଆଇଆଇସି, ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ବିକ୍ଷୋଭକାରୀଙ୍କୁ ବୁଝାଶୁଝା କରାଇବା ସହ ଆଜି ସେମାନଙ୍କୁ ଦରମା ଦେବାକୁ ଠିକା ନେଇଥିବା ସଂସ୍ଥାକୁ ନିର୍ଦେଶ ଦେଇଥିଲେ । ସରକାରୀ ଅଧିକାରୀମାନଙ୍କ ଠାରୁ ପ୍ରତିଶ୍ରୁତି ପାଇବା ପରେ ଅବୁଝା ଠିକା କର୍ମଚାରୀ ମାନେ ଆନ୍ଦୋଳନରୁ ଓହରି ଯାଇଥିଲେ । ଖାଲି ଏତିକି ନୁହେଁ ପୌରପାଳିକା କାର୍ଯ୍ୟାଳୟ ପରିସରରେ ଫିଙ୍ଗିଥିବା ଆବର୍ଜନାକୁ ସଫା ମଧ୍ୟ କରିଥିଲେ ।

Share this story

World Odia Language Conferene