ଚିଙ୍ଗୁଡ଼ି ପ୍ରୋସେସିଂ ପ୍ଲାଣ୍ଟରେ ଗ୍ୟାସ୍‌ ଲିକ୍‌ ଘଟଣା: ପ୍ଲାଣ୍ଟ ସିଲ୍‌ କଲା ପୁଲିସ୍‌, ୭ ଅଟକ

ଚିଙ୍ଗୁଡ଼ି ପ୍ରୋସେସିଂ ପ୍ଲାଣ୍ଟରେ ଗ୍ୟାସ୍‌ ଲିକ୍‌ ଘଟଣା: ପ୍ଲାଣ୍ଟ ସିଲ୍‌ କଲା ପୁଲିସ୍‌, ୭ ଅଟକ
ଚିଙ୍ଗୁଡ଼ି ପ୍ରୋସେସିଂ ପ୍ଲାଣ୍ଟରେ ଗ୍ୟାସ୍‌ ଲିକ୍‌ ଘଟଣା: ପ୍ଲାଣ୍ଟ ସିଲ୍‌ କଲା ପୁଲିସ୍‌, ୭ ଅଟକ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଖନ୍ତପଡ଼ା ଥାନା ଅନ୍ତର୍ଗତ ପଣପଣାରେ ଥିବା ଫାଲକନ ଚିଙ୍ଗୁଡ଼ି ପ୍ରୋସେସିଂ ପ୍ଲାଣ୍ଟରେ ଆମୋନିଆ ଗ୍ୟାସ୍‌ ଲିକ୍‌ ହେବା ଦ୍ୱାରା ପାଖାପାଖି ୧୦୦ ଜଣ କର୍ମଚାରୀ ଅସୁସ୍ଥ ହୋଇଛନ୍ତି । ସେଥିମଧ୍ୟରୁ ପ୍ରାୟ ୮୮ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ପ୍ରଥମେ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ପରେ ସେମାନଙ୍କୁ ବାଲେଶ୍ୱର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା ।

ଆଜି ଏହି ଘଟଣାରେ କମ୍ପାନୀ ବିରୋଧରେ ମାମଲା ରୁଜୁ ହୋଇଛି । ଏହାସହ ଏହି ଘଟଣାରେ ପ୍ଲାଣ୍ଟର ୭ ଅଧିକାରୀଙ୍କୁ ଅଟକ ରଖାଯାଇ ସେମାନଙ୍କୁ ଜେରା କରାଯାଉଥିବା ସୂଚନା ମିଳିଛି ।

ଗତକାଲି ରାତିରେ ଏହି ଚିଙ୍ଗୁଡ଼ି ପ୍ରୋସେସିଂ ପ୍ଲାଣ୍ଟରେ ଆମୋନିଆ ଗ୍ୟାସ୍ ଲିକ୍ ଯୋଗୁ ୮୮ଜଣ ମହିଳା କର୍ମଚାରୀ ଅଣନିଃଶ୍ୱାସୀ ହୋଇ ଅସୁସ୍ଥ ହୋଇପଡ଼ିଥିଲେ । ପ୍ରଥମେ ସେମାନଙ୍କୁ ଖନ୍ତାପଡ଼ା ମେଡିକାଲ୍‌ ଓ ପରେ ବାଲେଶ୍ୱର ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଏହି ଅଘଟଣ ଆମୋନିଆ ଗ୍ୟାସ୍ ଯୋଗୁ ନୁହେଁ ବରଂ କ୍ଲୋରିନ୍‌ ଗ୍ୟାସ୍ ଲିକ୍‌ରୁ ହୋଇଥିବା ବାଲେଶ୍ୱର ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି ।

ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଅଛି ଓ ଅସୁସ୍ଥ ସବୁ କର୍ମଚାରୀଙ୍କର ମଧ୍ୟ ଚେତା ଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଅସୁସ୍ଥଙ୍କ ଚିକିତ୍ସା ପାଇଁ ମୟୂରଭଞ୍ଜ ଓ କଟକରୁ ଅଧିକ ଡାକ୍ତରଙ୍କୁ ଡକାଯାଇଛି । ତେବେ ପ୍ଲାଣ୍ଟରେ ୧୮ ବର୍ଷରୁ କମ୍ ବୟସର ଶ୍ରମିକଙ୍କୁ କାମରେ ଲଗାଯାଉଥିବା ଅଭିଯୋଗର ତଦନ୍ତ କରାଯିବ ବୋଲି ବୋଲି ଜିଲ୍ଲାପାଳ କହିଛନ୍ତି । ସେପଟେ କୌଣସି ରୋଗୀଙ୍କ ଅବସ୍ଥା ଗୁରୁତର ନାହିଁ’ ବୋଲି ସିଡିଏମ୍‌ଓ ସୂଚନା ଦେଇଛନ୍ତି ।

ଗ୍ୟାସ ଲିକ୍‌ ଖବର ଜାଣିବା ପରେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ ବାଲେଶ୍ୱର ମେଡିକାଲ୍‌ରେ ପହଞ୍ଚି ଅସୁସ୍ଥଙ୍କ ସ୍ୱାସ୍ଥାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି । ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯିବା ସହ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

ଏହି ଘଟଣା ଘଟିବା ପରେ ପରେ ପ୍ଲାଣ୍ଟ ସିଲ୍‌ କରିଛି ପୁଲିସ୍‌ । ପ୍ଲାଣ୍ଟର ସମସ୍ତ କର୍ମଚାରୀଙ୍କୁ ବାହାରକୁ ବାହାର କରାଯାଇ ପ୍ଲାଣ୍ଟକୁ ସିଲ୍‌ କରାଯାଇଛି । ଫୋରେନସିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଥିବା ନେଇ ମଧ୍ୟ ଟ୍ୱିଟ୍ ଯୋଗେ ଡିଜିପି ସୂଚନା ଦେଇଛନ୍ତି ।

ଅପରପକ୍ଷରେ ଗ୍ୟାସ ଲିକ ଯୋଗୁ କର୍ମଚାରୀଙ୍କ ଏପରି ଅବସ୍ଥା ହୋଇନଥିବା ପ୍ଲାଣ୍ଟ ମୁଖ୍ୟ ମତ ରଖିଛନ୍ତି । ଘଟଣାର ତଦନ୍ତ ଚାଲିଥିବା ସେମାନେ କହିଛନ୍ତି ।

Share this story

World Odia Language Conferene