ଗ୍ୟାଙ୍ଗଷ୍ଟର ବିକାଶ ଦୁବେର ମୃତ ଦେହକୁ ନେଲେନି ପରିବାର ଲୋକ; ଏହା ହେଉଛି କାରଣ…

ଗ୍ୟାଙ୍ଗଷ୍ଟର ବିକାଶ ଦୁବେର ମୃତ ଦେହକୁ ନେଲେନି ପରିବାର ଲୋକ; ଏହା ହେଉଛି କାରଣ…
ଗ୍ୟାଙ୍ଗଷ୍ଟର ବିକାଶ ଦୁବେର ମୃତ ଦେହକୁ ନେଲେନି ପରିବାର ଲୋକ; ଏହା ହେଉଛି କାରଣ…

ଓଡ଼ିଆ ଗସିପ୍ ବ୍ୟୁରୋ: ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର ବିକାଶ ଦୁବେର ମୃତ ଶରୀରକୁ ନେବାକୁ ମନା କଲେ ପରିବାର ଲୋକ । ପିତା ରାମ କୁମାର ଦୁବେ, ମା ଶରଳା ଓ ପତ୍ନୀ ଋଚା ମନା କରିଦେଇଛନ୍ତି ।

ଏପରିକି ତାଙ୍କ ପିତା ଯିଏ ଶବ ଆଣିଛି ସେହିଁ ତାର ସତ୍କାର କରୁ ଆମେ ଯିବୁନି ବୋଲି ସଫା ସଫା ଶୁଣେଇ ଦେଇଥିଲେ । ଶେଷରେ ପୋଲିସ ବିକାଶଙ୍କ ଭିଣୋଇ ଦିନେଶ ତିୱାରୀଙ୍କୁ ଶବ ସମର୍ପଣ କରି ନିଜ ଦାୟିତ୍ୱ ଶେଷ କରିଛି ।

ଉଜ୍ଜୈନ ପୋଲିସ ଦ୍ୱାରା ଗୁରୁବାର ଗିରଫ ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ଶୁକ୍ରବାର ସକାଳେ ୟୁପି ପୋଲିସ ଏନକାଉଣ୍ଟରରେ ପ୍ରାଣ ହରାଇଥିଲା । ପୋଲିସ ମୃତ ବିକାଶର ପଞ୍ଚନାମା କରିବା ପରେ ପୋଷ୍ଟମର୍ଟମ କରାଇ ପରିବାରକୁ ହସ୍ତାନ୍ତର କରିବା ବେଳେ ଏମିତି କିଛି ଘଟିଥିଲା ।

କାନପୁର ପୋଲିସର ଜଣେ ଡିଏସପିଙ୍କ ସମେତ ୮ ଜଣ ପୋଲିସ କର୍ମଚାରୀଙ୍କୁ ହତ୍ୟାକରି ଫେରାର ଥିବା ବିକାଶ ଦୁବେ ଉତ୍ତରପ୍ରଦେଶରୁ ଖସି ପଳାଇବାରେ ସକ୍ଷମ ହୋଇଥିଲା । ଗୁରୁବାର ମଧ୍ୟପ୍ରଦେଶ ଉଜ୍ଜୈନର ମହାକାଳେଶ୍ୱର ମନ୍ଦିରରେ ପୂଜା କରିବା ବେଳେ ଫୁଲଦୋକାନୀ ସନ୍ଦେହରେ ମନ୍ଦିରର ସୁରକ୍ଷା କର୍ମୀଙ୍କୁ ଜଣାଇବାରୁ ପୋଲିସ ପହଞ୍ଚି ଗିରଫ କରିଥିଲା ।

ଗିରଫଦାରୀ ବେଳେ ମୁଁ କାନପୁରର ସେହି ବିକାଶ ଦୁବେ ବୋଲି ଚିଲେଇ ଚିଲେଇ କହୁଥିଲା । ଦିନତମାମ ପୋଲିସ ପଚରା ଉଚରାପରେ ସନ୍ଧ୍ୟାରେ ତାକୁ କୋର୍ଟରେ ହାଜର କରାଯାଇଥିବା ଉଜ୍ଜୈନ ଏସପି ମନୋଜ କୁମାର ସିଂହ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ।

କୋର୍ଟରୁ ଉତ୍ତରପ୍ରଦେଶ ପୋଲିସ ଦୁବେକୁ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ନେଇଥିବାର ଏସପି ସିଂହ ଗଣମାଧ୍ୟମକୁ କହିଥିଲେ । ତେବେ ଶୁକ୍ରବାର ସକାଳେ ତାକୁ ଏସଟିଏଫ କାନପୁର ଆଣିବା ବାଟରେ ସହରଠାରୁ ୧୮ କିଲୋମିଟର ଦୂର ଭୌତୀ ନିକଟରେ ସଡକ ଦୁର୍ଘଟଣା ଘଟିଥିଲା ।

ଯେଉଁଗାଡିରେ ଏସଟିଏଫ ବିକାଶକୁ ନେଇ ଆସୁଥିଲା ତାହା ରାସ୍ତାରେ ଓଲଟି ପଡିଥିଲା । ତେବେ ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା ବିକାଶ ଖସି ପଳାଇବାକୁ ଉଦ୍ୟମ କରିବା ବେଳେ ପୋଲିସ ତାର ଏନକାଉଣ୍ଟର କରିଥିବାର କହିଛି ପୋଲିସ ।

Share this story

World Odia Language Conferene