ଉବୁ ଟୁବୁ କଲାଣୀ ଉଗ୍ର ଲଘୁଚାପ; ରହି ରହି ଛେଚୁଛି, କାଚି କାଚି ବର୍ଷୁଛି, ହାହାକାର ଚାଷୀ

ଉବୁ ଟୁବୁ କଲାଣୀ ଉଗ୍ର ଲଘୁଚାପ; ରହି ରହି ଛେଚୁଛି, କାଚି କାଚି ବର୍ଷୁଛି, ହାହାକାର ଚାଷୀ
ଉବୁ ଟୁବୁ କଲାଣୀ ଉଗ୍ର ଲଘୁଚାପ; ରହି ରହି ଛେଚୁଛି, କାଚି କାଚି ବର୍ଷୁଛି, ହାହାକାର ଚାଷୀ

ଓଡ଼ିଆ ଗସିପ୍ ବ୍ୟୁରୋ: ରାଜ୍ୟରେ ଉଗ୍ର ମୌସୁମୀ ଏବଂ ଲଘୁଚାପ କୋହରାମ ମଚାଇଛି । ଅଧାରୁ ଅଧିକ ଜିଲ୍ଲାରେ ଏବେ ବର୍ଷାର ତାଣ୍ଡବ ଜାରି ରହିଛି । କେଉଁଠି ଲଗାଣ ବର୍ଷାରେ ସ୍ଥିତି ବେହାଲ ହେଲାଣି ତ କେଉଁଠି ପୁଣି ବର୍ଷା ଜନଜୀବନକୁ ପ୍ରଭାବିତ କରିଛି ।

ରାସ୍ତା, ଘାଟ ନାଳ ନର୍ଦ୍ଦମାରେ ପାଣି ଭର୍ତ୍ତି । ଅନେକ ନଦୀରେ ଜଳ ସ୍ତର ବୃଦ୍ଧି ପାଉଥିବାକୁ ବନ୍ୟା ଆଶଙ୍କା ରହିଛି । ସରକାର କିନ୍ତୁ ରାଜ୍ୟ ପ୍ରତି ବନ୍ୟା ଆଶଙ୍କା ନାହିଁ ବୋଲି କହିଛନ୍ତି ।

ଦିନେ କି ଦୁଇ ଦିନ ନୁହଁ ସପ୍ତାହେରୁ ଅଧିକ ଦିନ ହେଲାଣି, ଲଗାଣ ବର୍ଷା ଯୋଗୁଁ ମାଲକାନଗିରି ଜିଲ୍ଲା ତ ଏକପ୍ରକାର ଜଳବନ୍ଦୀ ହୋଇଯାଇଛି । ମାଲକାନଗିରି ସମେତ କୋରାପୁଟ, ନବରଙ୍ଗପୁର, ମୟୁରଭଞ୍ଜ, ବାଲେଶ୍ୱର, ଯାଜପୁର ସହ ଭଦ୍ରକ ଜିଲ୍ଲାରେ ମଧ୍ୟ ଲଗାଣ ବର୍ଷା ବିପର୍ଯ୍ୟୟ ଆଣିଛି ।

ଉବୁ ଟୁବୁ କଲାଣୀ ଉଗ୍ର ଲଘୁଚାପ; ରହି ରହି ଛେଚୁଛି, କାଚି କାଚି ବର୍ଷୁଛି, ହାହାକାର ଚାଷୀ

ସ୍ୱତନ୍ତ୍ର ରିଲିଫ୍ କମିଶନର କହିଛନ୍ତି ଯେ, ଏଥର ସାଧାରଣ ବୃଷ୍ଟିପାତଠୁ ଅଧିକ ରହିଥିବାବେଳେ ନିଅଣ୍ଟିଆ ବର୍ଷା ଥିବା ଜିଲ୍ଲାରେ ସ୍ଥିତି ସାମାନ୍ୟ ରହିଛି ।

ସେପଟେ ଆସନ୍ତାକାଲି ଅର୍ଥାତ ୨୩ ତାରିଖରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି । ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଆଉ ଏକ ଲଘୁଚାପ ସୃଷ୍ଟି ହେବ । ୨୩ ତାରିଖରେ କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ବାଲେଶ୍ୱର, ଯାଜପୁର ଓ ଭଦ୍ରକ ଜିଲାରେ ପ୍ରବଳ ବର୍ଷା ହେବ ।

ଏହା ସହ ୨୪ ତାରିଖ ପାଇଁ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ , ମୟୂରଭଂଜ, କେନ୍ଦୁଝର ଓ ଢେଙ୍କାନାଳ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଏ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଆଲର୍ଟ କରିଛନ୍ତି ଏସ୍‌ଆର୍‌ସି। ଫଳରେ ୨୬ ତାରିଖ ପର୍ଯ୍ୟନ୍ତ ୪ ଦିନ ପ୍ରବଳ ବର୍ଷା ହୋଇପାରେ ।

Share this story

World Odia Language Conferene