ଇନଷ୍ଟାଗ୍ରାମରେ ନିଆଁ ଲଗାଇଲେ ଉର୍ବଶୀ: ଭରା ଯୌବନ ଦେଖି ବାଜେ କମେଣ୍ଟ ଦେଲେ ୟୁଜର୍ସ

ଇନଷ୍ଟାଗ୍ରାମରେ ନିଆଁ ଲଗାଇଲେ ଉର୍ବଶୀ: ଭରା ଯୌବନ ଦେଖି ବାଜେ କମେଣ୍ଟ ଦେଲେ ୟୁଜର୍ସ
ଇନଷ୍ଟାଗ୍ରାମରେ ନିଆଁ ଲଗାଇଲେ ଉର୍ବଶୀ: ଭରା ଯୌବନ ଦେଖି ବାଜେ କମେଣ୍ଟ ଦେଲେ ୟୁଜର୍ସ

ଓଡ଼ିଆ ଗସିପ୍ ବ୍ୟୁରୋ: ବଲିଉଡ୍ ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କୁ ଅବା କିଏ ନ ଜାଣେ । ନିଜର ମାଦକତା ଭରା ଚେହେରା, ନଶେଲି ଆଖି । ଅଭିନୟ ହେଉ ଅବା ଡ୍ୟାନ୍ସ ଆଇଟମ ସଙ୍ଗ ସବୁଥିରେ ପାରଙ୍ଗମ ଏହି ଏଭିନେତ୍ରୀ ଜଣଙ୍କ ।
ସୋସିଆଲ ମିଡିଆରେ ବେଶ୍ ସକ୍ରିୟ ରହୁଥିବା ଉର୍ବଶୀ ସବୁବେଳେ ନିଜର ବୋଲ୍ଡ ଆନ୍ଦାଜର ଫଟୋ ପୋଷ୍ଟ କରି ନିଜ ପ୍ରଶଂସକଙ୍କୁ ଖୁସି କରାଇଥାନ୍ତି । ଏବେ ମଧ୍ୟ ସେମିତି କିଛି ଫଟୋ ପୋଷ୍ଟ କରିଛନ୍ତି ।

ନିଜ ଅଫିସିଆଲ ଇନଷ୍ଟାଗ୍ରାମ ପୋଷ୍ଟରେ ଉର୍ବଶୀ ଏହି ଫଟୋ ସବୁ ପୋଷ୍ଟ କରିଛନ୍ତି । ଆପଣ ବି ଏହାର ଝଲକ ଦେଖିନିଅନ୍ତୁ ।

ଇନଷ୍ଟାଗ୍ରାମରେ ବର୍ତ୍ତମାନ ସୁଦ୍ଧା ଉର୍ବଶୀଙ୍କ 27.6 ମିଲିୟନ ଆକ୍ଟିଭ୍ ୟୁଜର୍ସ ରହିଛନ୍ତି । ବର୍ତ୍ତମାନ ଉର୍ବଶୀଙ୍କ ଯେଉଁ ସ୍ୱିମ୍ ପୁଲ୍ ଫଟୋ ଓ ଭିଡିଓ ସେୟାର କରିଛନ୍ତି ତାକୁ 3 କୋଟି 45 ଲକ୍ଷ ଲୋକ ଦେଖିସାରିଲେଣି । ଏନେକ ୟୁଜର୍ସ ମିଶ୍ର ପ୍ରତିକ୍ରିୟା ଦେଇଥିବା ବେଳେ ଅନେକ କିଛି ଆଡଲ୍ଟ ମେସେଜ୍ ମଧ୍ୟ ଦେଇଛନ୍ତି । ଏପରିକି ପୋଷାକକୁ ନେଇ କିଛି କଟୁ ମନ୍ତବ୍ୟ ମଧ୍ୟ ଦେଇଛନ୍ତି ।

ସୂଚନା ଥାଉକି, ଉର୍ବଶୀ ରୌତେଲା ମାତ୍ର ୧୫ ବର୍ଷ ବୟସରେ ତାଙ୍କ ଜୀବନର ବଡ଼ ସଫଳତା ପାଇଥିଲେ । ସେ ମିସ୍ ଟିନ୍ ଇଣ୍ଡିଆ ପ୍ରତିଯୋଗିତାରେ ବିଜୟିନୀ ହୋଇଥିଲେ । ଜଣେ କିଶୋରୀ ମଡେଲ ଭାବରେ ଲାକ୍‌ମି ଫ୍ୟାସନ୍ ଉଇକ୍ ଏବଂ ଆମାଜନ୍ ଫ୍ୟାସନ୍ ଉଇକ୍ ରାମ୍ପରେ ଚାଲିଥିଲେ ।

ଏହାପରେ ୧୭ ବର୍ଷ ବୟସରେ ଉର୍ବଶୀ ଇଣ୍ଡିଆନ୍ ପ୍ରିନ୍ସେସ୍ ଏବଂ ମିସ୍ ଟୁରିଜିମ୍ କୁଇନ୍ ଅଫ୍ ଦ ଇଅର ପ୍ରତିଯୋଗିତାରେ ବିଜୟୀ ହୋଇଥିଲେ । ସେହି ସମୟରେ ଉର୍ବଶୀଙ୍କୁ ବଲିଉଡ୍ ଫିଲ୍ମ ‘ଇସକ୍‌ଜାଦେ’ ଫିଲ୍ମରେ ଅଭିନୟ ପାଇଁ ସୁଯୋଗ ମିଳିଥିଲା, ମାତ୍ର ସେ ମିସ୍ ଇଉନିଭର୍ସ ପାଇଁ ଏହି ଫିଲ୍ମରେ ଅଭିନୟ କରିନଥିଲେ ।

୨୦୧୨ ମସିହାରେ ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ ତାଙ୍କୁ ଆଇ ଆମ୍ ସି ଟାଇଟେଲ୍ ମିଳିଥିଲା, ମାତ୍ର ବୟସ କମ୍ ଥିବା ହେତୁ ତାଙ୍କୁ ଏହି ଟାଇଟେଲ୍ ଫେରସ୍ତ କରିବାକୁ ପଡ଼ିଥିଲା ।

୨୦୧୫ ମସିହାରେ ଉର୍ବଶୀ ପୁଣିଥରେ ମିସ୍ ୟୁନିଭର୍ସ ଇଣ୍ଡିଆର ବିଜେତା ହୋଇଥିଲେ । ସେ ହେଉଛନ୍ତି ପ୍ରଥମ ଏବଂ ଏକମାତ୍ର ମହିଳା ଯିଏକି ମିସ୍ ୟୁନିଭର୍ସ ଦୁଇଥର ଜିତିଛନ୍ତି । ୨୦୧୫ ମସିହାର ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ ଉର୍ବଶୀ ଭାରତ ପାଇଁ ପ୍ରତିନିଧିତ୍ୱ କରିଥିଲେ ।

ଉର୍ବଶୀ ରୌତେଲା ୨୫ ଫେବୃଆରୀ ୧୯୯ରେ ଜନ୍ମଗ୍ରହଣ କରିଥିଲା । ଜଣେ ଭାରତୀୟ ମଡେଲ ଏବଂ ଅଭିନେତ୍ରୀ, ଯିଏକି ମୁଖ୍ୟତଃ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ କରନ୍ତି ।

ଉର୍ବଶୀ ୨୦୧୩ ମସିହାରେ ହିନ୍ଦୀ ଫିଲ୍ମ ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ ଓଡ଼ିଆ ଫିଲ୍ମ ଥିଲା ସିଂହ ସାହେବ ଦ ଗ୍ରେଟ୍ । ଏହାପରେ ସେ ସନମରେ (୨୦୧୬), ଗ୍ରେଟ୍ ଗ୍ରାଣ୍ଡ୍ ମସ୍ତି (୨୦୧୬), ହେଟ୍ ଷ୍ଟୋରୀ ୪ (୨୦୧୮), ପାଗଲ୍ ପନ୍ଥି (୨୦୧୯) ଭଳି ହିନ୍ଦୀ ଫିଲ୍ମରେ ଅଭିନୟ କରିଛନ୍ତି ।

Share this story

World Odia Language Conferene