ଆଦିତ୍ୟଙ୍କ ଶେଷ ମନର କଥା: ସ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି ମାତ୍ର କେଇ ଧାଡ଼ି, ତଦନ୍ତରେ ଆଉ ଏକ ପାଦେ ଆଗେଇଲା ପୋଲିସ

ଓଡ଼ିଆ ଗସିପ୍ ବ୍ୟୁରୋ: ଯିବା ଲୋକ ତ ଚାଲିଗଲେଣି ହେଲେ କାହିଁକି, କେମିତି ଓ କଣ ପାଇଁ ଗଲେ ତାହାର କାରଣ ଜାଣିବାକୁ ସମସ୍ତେ ଚାହୁଁଛନ୍ତି । ଏଥିପାଇଁ ତଦନ୍ତ ପ୍ରକ୍ରିୟା ଅଧିକ ଜୋରଦାର ହେଉ ବୋଲି ସମସ୍ତେ କହିବା ସହ ମାନବପ୍ରେମୀ ଆଦିତ୍ୟଙ୍କୁ ନ୍ୟାୟ ମିଳୁ ଦାବି ବି ଉଠିଲାଣି ।

ଆଉ ଏହି ସବୁ ଦାବିକୁ ଖୋରାକ ଯୋଗାଇଛି ପୋଲିସକୁ ମିଳିଥିବା ଆଦିତ୍ୟଙ୍କ ଡାଏରୀର କିଛି ଲେଖା । ଅନ୍ୟ ସବୁ ପ୍ରସଙ୍ଗ ଉପରେ ସେ ଖୋଲାଖୋଲି ଲମ୍ବା ଚଉଡ଼ା କରି ଲେଖିଥିବା ବେଳେ ନିଜ ପତ୍ନୀଙ୍କ ପାଇଁ ମାତ୍ର ଚାରି ଧାଡ଼ି ଲେଖିଛନ୍ତି ଆଦିତ୍ୟ ।

ନିଜ ପତ୍ନୀ ବିଦ୍ୟାଶ୍ରୀଙ୍କ ଉଦ୍ଦେଶ୍ୟରେ ଆଦିତ୍ୟ ଲେଖିଛନ୍ତି ଏହି ଚାରିଟି ବାକ୍ୟ: ‘‘ବୋଧ ହୁଏ ଏତିକି ଦିନ ହିଁ ମୋ’ର ଆୟୁଷ ଥିଲା । ଶ୍ରୀ ତୁମେ ବହୁତ ଭଲ । ତୁମକୁ ମୋ’ର ବହୁତ ଭଲପାଇବା । ଉପରେ ରହି ମୁଁ ତୁମକୁ ବହୁତ ମିସ୍‌ କରିବି ।’’

‘‘ବିକାଶ, ମୋ’ ବାପା ମା’ ତୋତେ ଲାଗିଲେ । ତାଙ୍କ କଥା ବୁଝୁଥିବୁ,’’ ନିଜ ସାଙ୍ଗକୁ ଏସବୁ କଥା କହିଥିବା ବେଳେ ପତ୍ନୀଙ୍କୁ ନେଇ କିଛି କହିନାହାନ୍ତି । ଆଉ ଏହାକୁ ନେଇ ଏବେ ସାଧାରଣରେ ପ୍ରଶ୍ନ ଉଠିବା ସ୍ୱାଭାବିକ ବୋଲି ଲୋକେ କହୁଛନ୍ତି ।

ସେପଟେ ଏହି ସୁଇସାଇଡ୍‌ ନୋଟ୍‌ ଆଦିତ୍ୟଙ୍କ ହାତଲେଖା ନା ଅନ୍ୟ କାହାର ତାହା ଜାଣିବା ପାଇଁ ପୋଲିସ ଏହାର ଫରେନସିକ୍‌ ଟେଷ୍ଟ କରିବ । ଗୁରୁବାର ଫରେନସିକ ଟେଷ୍ଟ ପାଇଁ ଏହି ଚିଠି ପଠାଯିବ ।

Share this story

World Odia Language Conferene