ଆଗକୁ ବିପଦ ବଢ଼ାଇବ ସ୍ଥାନୀୟ ସଂକ୍ରମଣ: ସବୁ ପ୍ରୟାସ କ’ଣ ବିଫଳ ? ଆଜିର ରିପୋର୍ଟ ଚିନ୍ତାଜନକ

ଆଗକୁ ବିପଦ ବଢ଼ାଇବ ସ୍ଥାନୀୟ ସଂକ୍ରମଣ: ସବୁ ପ୍ରୟାସ କ’ଣ ବିଫଳ ? ଆଜିର ରିପୋର୍ଟ ଚିନ୍ତାଜନକ
ଆଗକୁ ବିପଦ ବଢ଼ାଇବ ସ୍ଥାନୀୟ ସଂକ୍ରମଣ: ସବୁ ପ୍ରୟାସ କ’ଣ ବିଫଳ ? ଆଜିର ରିପୋର୍ଟ ଚିନ୍ତାଜନକ

ଓଡ଼ିଆ ଗସିପ୍ ବ୍ୟୁରୋ: କରୋନା ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର କଳ, ବଳ ଏବଂ ସମସ୍ତ କୌଶଳ ଗ୍ରହଣ କରିଛନ୍ତି । ଏପର୍ଯ୍ୟନ୍ତ କିନ୍ତୁ ସ୍ଥିତିରେ କୌଣସି ସୁଧାର ଆସି ନାହିଁ ।

କୋଭିଡ-19 ମାମଲା କମିବା ପରିବର୍ତ୍ତେ ଦିନକୁ ଦିନ ବଢ଼ୁଛି । ଯେତେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି ସେତେ ସେତେ ସ୍ଥାନୀୟ ସଂକ୍ରମଣ ଭୟ ବଢ଼ୁଛି ।

ଆଜିର ରିପୋର୍ଟକୁ ଦେଖିଲେ ଲୋକେ ତ ଅଧିକ ଭୟଭିତ ହେବେ ଏଥିରେ ସନ୍ଦେହ ନାହିଁ । ଆଜି ଗୋଟିଏ ଦିନରେ ଅର୍ଥାତ ଗତକାଲିର ତଥ୍ୟ ଆଧାରରେ ରାଜ୍ୟରେ ୫୭୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

୨୨ ଜିଲ୍ଲାରୁ ନୂଆ ୫୭୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୪୧୬ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍‌ ହେଉଛି ୧୬୧ ।

ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୨୬୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

Share this story

World Odia Language Conferene