ଅପରାହଣ 2ଟାରେ ଧ୍ୱଂସ ହୋଇପାରେ ପୃଥିବୀ!: ମହା ବିପତ୍ତିରୁ ଏଭଳି ବଞ୍ଚିବ ପୃଥିବୀ

ଅପରାହଣ 2ଟାରେ ଧ୍ୱଂସ ହୋଇପାରେ ପୃଥିବୀ!: ମହା ବିପତ୍ତିରୁ ଏଭଳି ବଞ୍ଚିବ ପୃଥିବୀ
ଅପରାହଣ 2ଟାରେ ଧ୍ୱଂସ ହୋଇପାରେ ପୃଥିବୀ!: ମହା ବିପତ୍ତିରୁ ଏଭଳି ବଞ୍ଚିବ ପୃଥିବୀ

ଓଡ଼ିଆ ଗସିପ୍ ବ୍ୟୁରୋ: ବୈଜ୍ଞାନିକଙ୍କ ସୂଚନା ଅନୁସାରେ ଆଜି ଅର୍ଥାତ ୬ ସେପ୍ଟେମ୍ବର ୨୦୨୦ ଅପରାହ୍ନ ୨ଟା ୮ ମିନିଟରେ ଗ୍ରହାଣୁ ୪୬୫୮୨୪,୨୦୧୦ ଏଫ.ଆର ପୃଥିବୀର ନିକଟତର ହେବ । ସେତେବେଳେ ଏହାର ଦୂରତା ପ୍ରାୟ ୭୭ ଲକ୍ଷ କିଲୋମିଟର ଅର୍ଥାତ ଏହା ପୃଥିବୀ ଚନ୍ଦ୍ର ଦୂରତାର ପ୍ରାୟ ୧୯ ଗୁଣ ଦୂରତାରେ ରହିବ ।

ଏହାର ହାରାହାରି ବେଗ ଘଣ୍ଟାପ୍ରତି ୫୧ ହଜାର କିଲୋମିଟର ରହିଛି । ଏହାର ଦୈର୍ଘ୍ୟ ୧୨୦ ମିଟର ହୋଇଥିବା ବେଳେ ପ୍ରସ୍ଥ ୨୭୦ ମିଟର । ଏହା ୪୩୯ ଦିନରେ ଥରେ ସୂର୍ଯ୍ୟ ଚାରିପଟେ ବୁଲେ ଏବଂ ପ୍ରତି ୪ରୁ ୬ ବର୍ଷରେ ଥରେ ପୃଥିବୀର ନିକଟତର ହୋଇଥାଏ । ଏହା ୧୫ ମାର୍ଚ୍ଚ୨୦୧୬ ମସିହାରେ ପୃଥିବୀର ନିକଟତର ହୋଇଥିଲା । ସୂଚନା ମୁତାବକ ଏହା ୧୧ ସେପ୍ଟେମ୍ବର ୨୦୨୬ରେ ପୁଣି ପୃଥିବୀର ନିକଟତର ହେବ ।

ଯଦି କେବେ କୌଣସି ଗ୍ରହାଣୁ ପୃଥିବୀ ସହିତ ଧକ୍କା ହେବ ତେବେ ପୃଥିବୀ ଧ୍ୱଂସ ହୋଇଯିବ କି ବୋଲି ମନରେ ଯଦି ପ୍ରଶ୍ନ ଉଙ୍କି ମାରୁଥାଏ ତେବେ ଏହା ମନରୁ ଦୂରେଇ ଦିଅନ୍ତୁ । ଏହାକୁ ନେଇ ଏକାଧିକ ପ୍ରଶ୍ନ ମନରେ ଉଙ୍କି ମାରେ ପାରେ ମାରିବାକୁ ସ୍ୱାଭାବିକ ।

ତେବେ ଆପଣ ଜାଣି ରଖିବା ଉଚିତ୍ ଯେ, ଭାବନା ଏବଂ ବୈଜ୍ଞାନିକଙ୍କ ସୂଚନା ମଧ୍ୟରେ ବେଶ୍ ତଫାତ ରହିଛି । ଅଧିକାଂଶ ସମୟରେ ଗ୍ରହାଣୁ ପୃଥିବୀର ପାଖାପାଖି ପହଞ୍ଚି ଗତି କରିଥିବା ଦେଖିବାକୁ ମିଳିଛି ।

ସୂଚନାଯୋଗ୍ୟ ଏକାଧିକ ଗ୍ରହାଣୁ ମଙ୍ଗଳ ଏବଂ ବୃହସ୍ପତ୍ତି ଗ୍ରହ କକ୍ଷ ମଧ୍ୟରେ ସୂର୍ଯ୍ୟଙ୍କୁ ପରିକ୍ରମା କରୁଛନ୍ତି । ଏମାନଙ୍କ ସଂଖ୍ୟା ଲକ୍ଷ ଲକ୍ଷ ଏବଂ ଆକାର ୧ ମିଟରରୁ ଆରମ୍ଭ ହୋଇ ଶହ ଶହ କିଲୋକିଟର ପର୍ଯ୍ୟନ୍ତ ରହିଥାଏ ।

ଏହି ଗ୍ରହାଣୁ ଗୁଡ଼ିକ ବେଳେବେଳେ ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ଦ୍ୱାରା ପୃଥିବୀ ଆଡ଼କୁ ଆକର୍ଷିତ ହୋଇଥାନ୍ତି । ସେଗୁଡ଼ିକ ମଧ୍ୟରୁ ୯୯ ପ୍ରତିଶତ ପୃଥିବୀ ପୃଷ୍ଠରେ ପଡ଼ିବା ପୂର୍ବରୁ ବାୟୁମଣ୍ଡଳରେ ଜଳି ପାଉଁଶ ହୋଇଯାଆନ୍ତି ।

ନିକଟରେ ବୈଜ୍ଞାନିକମାନେ୨୩ ହଜାର ୪୨୮ଟି ବଡ଼ ଆକାରର ଗ୍ରହାଣୁ ଗୁଡ଼ିକର ତାଲିକା ପ୍ରସ୍ତୁତ କରିଛନ୍ତି । ଏଗୁଡ଼ିକ ପୃଥିବୀ ନିକଟରେ ରହିଛନ୍ତି । ତେବେ ଏହା ଉପରେ ନଜର ରଖିଛନ୍ତି ବୈଜ୍ଞାନିକ ।

ସମ୍ଭାବ୍ୟ ବିପଦଜନକ ଗ୍ରହାଣୁ ମଧ୍ୟରେ ମାତ୍ର ୧୦୭୫ଟି ଗ୍ରହାଣୁକୁ ଶ୍ରେଣୀଭୁକ୍ତ କରାଯାଇଛି । ଏଭଳି ମହା ବିପତ୍ତିରୁ କିଭଳି ଭାବରେ ପୃଥିବୀ ସୁରକ୍ଷିତ ହୋଇ ପାରିବ ତାହାକୁ ନେଇ ଜ୍ୟାତିର୍ବିଜ୍ଞାନୀ ଓ ବୈଜ୍ଞାନିକମାନେ ଉଦ୍ୟମ ଜାରି ରଖିଛନ୍ତି ।

Share this story

World Odia Language Conferene