ସୁଶାନ୍ତଙ୍କ ବିବାହକୁ ନେଇ କିଛି ଏମିତି କହିଲେ ବାପା, ସୋସିଆଲ ମିଡିଆରେ ଏମିତି ଆସିଲା ପ୍ରତିକ୍ରିୟା

ସୁଶାନ୍ତଙ୍କ ବିବାହକୁ  ନେଇ କିଛି ଏମିତି କହିଲେ ବାପା, ସୋସିଆଲ ମିଡିଆରେ ଏମିତି ଆସିଲା ପ୍ରତିକ୍ରିୟା
ସୁଶାନ୍ତଙ୍କ ବିବାହକୁ  ନେଇ କିଛି ଏମିତି କହିଲେ ବାପା, ସୋସିଆଲ ମିଡିଆରେ ଏମିତି ଆସିଲା ପ୍ରତିକ୍ରିୟା

ଓଡ଼ିଆ ଗସିପ୍ ବ୍ୟୁରୋ: ଦିବଂଗତ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆସନ୍ତା ବର୍ଷ ବିବାହ କରିଥାନ୍ତେ । ଏବେ କିନ୍ତୁ ଅଧାରେ ରହିଗଲା ସୁଶାନ୍ତଙ୍କ ପରିବାର ଲୋକଙ୍କ ଏହି ଆଶା । 2021 ବର୍ଷ ଆରମ୍ଭ ବେଳକୁ ବିବାହ ବନ୍ଧନରେ ଆବଦ୍ଧ ହୋଇଥାନ୍ତେ ହେଲେ ସବୁ କିଛି ଦୁଃସ୍ୱପ୍ନ ଭଳି କେବଳ ଯନ୍ତ୍ରଣା ଦେଉଛି । ସୁଶାନ୍ତଙ୍କ ଚାଲିଯିବା ପରେ ଏମିତି ତ ଅନେକ କଥା ଶୁଣିବାକୁ ମିଳୁଛି । ଆଗକୁ ମଧ୍ୟ ଅନେକ ଅଜଣା କଥା ସାମ୍ନାକୁ ଆସିବ ।

ତେବେ ସୁଶାନ୍ତଙ୍କ ବାପା କେକେ ସିଂହଙ୍କ ସୂଚନା ଅନୁସାରେ ବିବାହ ତାରିଖ ପ୍ରାୟ ସ୍ଥିରିକୃତ ହୋଇ ସାରିଥିବା ବେଳେ ଲକଡାଉନ ଯୋଗୁଁ ସେ ବିବାହ କରିବାକୁ ଆଗ୍ରହ ପ୍ରକାଶ କରିନଥିଲେ ବୋଲି ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଛନ୍ତି ।

ସୁଶାନ୍ତଙ୍କ ବିବାହକୁ ନେଇ ତାଙ୍କ ବାପା ଖୁଲାସା କରିଥିବା ବେଳେ କାହାକୁ ସେ ବିବାହ କରିଥାନ୍ତେ ସେ କଥା କିନ୍ତୁ ସ୍ପଷ୍ଟ କରିନାହାନ୍ତି ।

ସୁଶାନ୍ତଙ୍କ ପ୍ରେମିକାମାନଙ୍କ ପ୍ରସଙ୍ଗରେ ପଚରାଯାଇଥିବା ପ୍ରଶ୍ନରେ କେକେ ସିଂହ କେବଳ ଅଙ୍କିତାଙ୍କ ସମ୍ପର୍କରେ ଜାଣିଥିଲେ କିନ୍ତୁ ରେହା ଚକ୍ରବର୍ତ୍ତିଙ୍କ ସମ୍ପର୍କରେ ସେ କିଛି ବି ଜାଣିନାହାନ୍ତି ବୋଲି କହିଛନ୍ତି ।

ସୁଶାନ୍ତ ସିଂହ ରାଜପୁତଙ୍କ ସମ୍ପର୍କରେ ଆଉ ଏକ ଖୁଲାସା କରିଛନ୍ତି ତାଙ୍କ ବାପା କେକେ ସିଂହ କହିଛନ୍ତି, ସେ ସବୁବେଳେ ବିନ୍ଦାସ ଓ ମଜାଳିଆ ପ୍ରକୃତିର ଥିଲେ କିନ୍ତୁ କେବେ ତାଙ୍କ ମନ ଭିତରେ କଣ ଚାଲୁଥିଲା କେବେ କାହାକୁ ଜଣାଉନଥିଲେ ଏମିତିକି ମୋତେ ବି ନୁହେଁ ବୋଲି କହିଛନ୍ତି ସୁଶାନ୍ତଙ୍କ ବାପା କେକେ ସିଂହ ।

ବଲିଉଡର ଅଭିନେତା ସୁଶାନ୍ତ ସିଂ ରାଜପୁତ ଜୁନ୍‌ ୧୪ ତାରିଖରେ ମୁମ୍ବାଇସ୍ଥିତ ତାଙ୍କ ଘରେ ଆତ୍ମହତ୍ୟା କରିଥିଲେ । ସୁଶାନ୍ତ ସିଂ ଗତ ୬ମାସ ଧରି ଡିପ୍ରେସନରେ ଥିଲେ । ଏଥିସହିତ ସୁଶାନ୍ତଙ୍କ ମୃତ୍ୟୁ ପରଠାରୁ ବଲିଉଡରେ ବଂଶବାଦକୁ ନେଇ ପୁଣି ଥରେ ବିବାଦ ଉଠିଛି । କିଛି ବଲିଉଡ କଳାକାର ଏହାର ଖୁଲାସା କରୁଥିବା ବି ଦେଖିବାକୁ ମିଳିଛି ।

ଯେଉଁଥିରେ ଅଭିନେତ୍ରୀ କଙ୍ଗନା ରାନାୱତ, ଅଭିନେତା ସାହିଲ ଖାନ ଏବଂ ନିର୍ଦ୍ଦେଶକ ଅଭିନବ କାଶ୍ୟପ ସାମିଲ ଅଛନ୍ତି ।

Share this story

World Odia Language Conferene