ଅଧିନାୟକ ରୋହିତ ଶର୍ମାଙ୍କ ଏହି ଭୁଲ୍‌ ନିଷ୍ପତ୍ତି ପାଇଁ ଇନ୍ଦୋର ଟେଷ୍ଟ ହାରିବ ଭାରତ!

 

ଓଡ଼ିଆ ଗସିପ ବ୍ୟୁରୋ : ସ୍ଥାନୀୟ ହୋଲକାର କ୍ରିକେଟ ଷ୍ଟାଡିୟମରେ ବୁଧବାରଠାରୁ ଖେଳାଯାଉଥିବା ଭାରତ ଓ ଭ୍ରମଣକାରୀ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟେଷ୍ଟର ପରାଜୟ ଦ୍ବାର ଦେଶରେ ପହଞ୍ଚିଛି ଭାରତ । ପ୍ରଥମ ଇନିଂସ ପରି ଦ୍ୱିତୀୟ ଇନିଂସରେ ମଧ୍ୟ ଅଷ୍ଟ୍ରେଲିଆର ସ୍ପିନ ଜାଲରେ ଫସିଯାଇଛନ୍ତି ଭାରତୀୟ ବ୍ୟାଟର।ତୃତୀୟ ଟେଷ୍ଟର ପ୍ରଥମ ଇନିଂସରେ ମାତ୍ର ୧୦୯ରନରେ ଅଲଆଉଟ୍ ହୋଇଯାଇଥିବା ଭାରତ ନିଜର ୨ୟ ଇନିଂସରେ ୧୬୩ ରନରେ ଅଲଆଉଟ୍ ହୋଇଯାଇଛି ।

ଅଷ୍ଟ୍ରେଲିଆ ନିଜର ପ୍ରଥମ ଇନିଂସରେ ୧୯୭ରନ କରିଥିଲା । ଏହା ଫଳରେ ଅଷ୍ଟ୍ରେଲିଆକୁ ବିଜୟ ପାଇଁ ୭୬ରନର ଆବଶ୍ୟକତା ରହିଛି। ଖେଳକୁ ଆହୁରି ୩ ଦିନ ବାକି ଥିବା ବେଳେ ଅଷ୍ଟ୍ରେଲିଆ ବିଜୟ ଲକ୍ଷ୍ୟକୁ ସହଜରେ ହାସଲ କରିନେବ ବୋଲି ଆକଳନ କରାଯାଉଛି । ଗତକାଲି ପ୍ରଥମ ପାଳି ଆରମ୍ଭ କରି ଭାରତ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଗୋଟିଏ ପରେ ଗୋଟିଏ ୱିକେଟ ହରାଇଥିଲା । ଫଳରେ ମାତ୍ର ଅଢ଼େଇ ଘଣ୍ଟା ମଧ୍ୟରେ ଭାରତ ଅଲଆଉଟ ହୋଇଥିଲା ।

ଆହୁରି ପଢ଼ନ୍ତୁ : ୫ ପିଲାଙ୍କ ସହ କେନାଲକୁ ଡେଇଁ ପଡିଲେ ସ୍ବାମୀ- ସ୍ତ୍ରୀ, ଆଉ ତା' ପରେ... 

ଦୁଇ ଓପନର ରୋହିତ ଓ ଗିଲ୍‌‌ ଭଲ ଆରମ୍ଭ କରିଥିଲେ । ୨୭ ରନରେ ରୋହିତ ଆଉଟ୍‌‌ ହୋଇଥିଲେ ଓ ଭାରତ ପ୍ରଥମ ୱିକେଟର ପତନ ହୋଇଥିଲା । ଏହାପରେ ଭାରତୀୟ ପାଳି ତାସ୍‌‌ଘର ପରି ଭୁଷୁଡି ପଡ଼ିଥିଲା । ରୋହିତ ୧୨ ରନକରି ସ୍ପିନର ମାଥ୍ୟୁ କୁନେମାନଙ୍କ ଦ୍ୱାରା ଷ୍ଟମ୍ପ ଆଉଟ ହେବା ପରେ ଗିଲ୍‌‌ ୨୧ ରନ କରିଥିବା ବେଳେ ପ୍ରଥମ ସ୍ଲିପ୍‌‌ରେ ସ୍ମିଥ୍‌‌ଙ୍କୁ କ୍ୟାଚ୍‌‌ ଦେଇ ଆଉଟ ହୋଇଥିଲେ ।

ଅଭିଜ୍ଞ ବିରାଟ କୋହଲି ୨୨, ୱିକେଟରକ୍ଷକ ବ୍ୟାଟର ଶ୍ରୀକର ଭରତ ୧୭, ଉମେଶ ଯାଦବ ୧୭ ରନକରି ଆଉଟ ହୋଇଥିବା ବେଳେ ଅକ୍ଷର ପଟେଲ ୧୨ ରନକରି ଅପରାଜିତ ରହିଥିଲେ । ଅନ୍ୟମାନେ ଦୁଇଅଙ୍କ ଛୁଇଁ ପାରିନଥିଲେ । ଏହିକ୍ରମରେ ଅଭିଜ୍ଞ ଚେତେଶ୍ୱର ପୂଜାରା ୧, ରବୀନ୍ଦ୍ର ଜାଡେଜା ୪, ରବିଚନ୍ଦ୍ରନ ଅଶ୍ୱିନ ୩ ରନ କରି ଆଉଟ ହୋଇଥିବା ବେଳେ ଶ୍ରେୟାସ ଆୟର ଓ ମହମ୍ମଦ ସିରାଜ ଖାତା ଖୋଲିପାରି ନଥିଲେ । ବୋଲିଂରେ ଅଷ୍ଟ୍ରେଲିଆ ତରଫରୁ ଯୁବ ସ୍ପିନର କୁନେମାନ ସର୍ବାଧିକ ୫, ଅଭିଜ୍ଞ ସ୍ପିନର ନାଥନ ଲିୟନ ୩, ଟୋଡ ମର୍ଫି ଗୋଟିଏ ୱିକେଟ ଅକ୍ତିଆର କରିଥିଲେ ।

ତେବେ ଏହାପରେ ପ୍ରଥମ ଇନିଂସ ଆରମ୍ଭ କରି ଅଷ୍ଟ୍ରେଲିଆ ଦମ୍‌‌ଦାର ଆରମ୍ଭ କରିଥିଲା ଓ ପ୍ରଥମ ଦିବସ ଖେଳ ଶେଷ ବେଳକୁ ୫୪ ଓଭରରେ ୪ ୱିକେଟ ହରାଇ ୧୫୬ ରନ ସଂଗ୍ରହ କରିଥିଲା । ଫଳରେ ଅଷ୍ଟ୍ରେଲିଆ ୬ ୱିକେଟ ହାତରେ ରଖି ୪୭ ରନର ମହତ୍ତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଥିଲା । ଏହାପରେ ଆଜି ଦିନ ଆରମ୍ଭରୁ ପ୍ରଥମ ଏକ ଘଣ୍ଟା ଗତକାଲିର ଦୁଇ ଅପରାଜିତ ବ୍ୟାଟର କାମେରନ ଗ୍ରୀନ ଓ ପିଟିର ହ୍ୟାଣ୍ଡସ୍କମ୍ବ ଦମଦାର ବ୍ୟାଟିଂ କରିଥିଲେ ।

ଆହୁରି ପଢ଼ନ୍ତୁ : ୨୬ ବର୍ଷ ବ୍ୟକ୍ତିଙ୍କ ବ୍ୟାଗରୁ ମିଳିଲା ୮୦୦ ବର୍ଷର ଗର୍ଲଫ୍ରେଣ୍ଡ, କହିଲା ସେ ମୋର...

ଏଥିସହ ଦଳୀୟ ସ୍କୋରକୁ ୧୮୬ରେ ପହଞ୍ଚାଇ ଦେଇଥିଲେ।ଲାଗୁଥିଲା ଅଷ୍ଟ୍ରେଲିଆ ବିଶାଳ ଲିଡ୍‌ ହାସଲ କରି ନେବ । କିନ୍ତୁ ଡ୍ରିଙ୍କ୍ସ ବ୍ରେକ ପରେ କମାଲ କରିଥିଲେ ରବି ଅଶ୍ୱିନ ଓ ଉମେଶ ଯାଦବ । ପ୍ରଥମେ ଅଶ୍ୱିନ ୧୯ ରନ କରିଥିବା ହ୍ୟାଣ୍ଡସ୍କମ୍ବଙ୍କୁ ଆଉଟ କରିଥିଲେ । ଏହାପରେ ଉମେଶ ଯାଦବ ୨୧ ରନ କରିଥିବା ଗ୍ରୀନଙ୍କ ୱିକେଟ ନେଇଥିଲେ। ମିଚେଲ ଷ୍ଟାର୍କ(୧) ଓ ଟଡ୍‌ ମର୍ଫୀ(୦)ଙ୍କୁ ମଧ୍ୟ ଉମେଶ ବୋଲ୍ଡ କରି ବିପର୍ଯ୍ୟୟ ସୃଷ୍ଟି କରିଥିଲେ । ଆଲେକ୍ସ କେରୀ(୩) ଓ ନାଥନ ଲାୟନ(୫)ଙ୍କୁ ଆଉଟ କରି ଅଶ୍ୱିନ ଅଷ୍ଟ୍ରେଲିଆ ଇନିଂସକୁ ୧୯୭ରେ ଶେଷ କରି ଦେଇଥିଲେ । ଅଷ୍ଟ୍ରେଲିଆ ତା’ ଶେଷ ୬ ୱିକେଟ ୧୧ ରନ ଭିତରେ ହରାଇଥିଲା ।

ଅଷ୍ଟ୍ରେଲିଆ ଅଲଆଉଟ ହୋଇଯିବାରୁ ଲଞ୍ଚ ବ୍ରେକ ପୂର୍ବରୁ ଭାରତ ତା’ର ଦ୍ୱିତୀୟ ଇନିଂସ ଆରମ୍ଭ କରିଥିଲା । ଲଞ୍ଚ ସୁଦ୍ଧା ଦଳ ବିନା ୱିକେଟରେ ୧୩ ରନ କରି ନେଇଥିଲା । ହେଲେ ଲଞ୍ଚ ପରେ ଆରମ୍ଭ ହୋଇଥିଲା ବିପର୍ଯ୍ୟୟ । ନାଥନ ଲାୟନଙ୍କ ସ୍ପିନ ଯାଦୁରେ ଫସିଥିଲେ ଭାରତୀୟ ବ୍ୟାଟର ଏବଂ ଭାରତ ନିଜର ୨ୟ ଇନିଂସରେ ୧୬୩ ରନରେ ଅଲଆଉଟ୍ ହୋଇଯାଇଥିଲା । ଅଷ୍ଟ୍ରେଲିଆ ପକ୍ଷରୁ ନାଥନ ଲିଅନ ୮ଟି ଓ୍ବିକେଟ ନେଇଥିଲେ ।

ଆତ୍ମଘାତୀ ସାବ୍ୟସ୍ତ ହେଲା ରୋହିତଙ୍କ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି

ଇନ୍ଦୋର ଟେଷ୍ଟରେ ନିଜ ଜାଲରେ ଫସିଯାଇଛି ଭାରତ । ଭାରତ ସ୍ପିନରଙ୍କୁ ସୁହାଉଥିବା ପିଚ୍‌‌ ଚାହୁଁଥିବା ବେଳେ ସେମିତି ପିଚ୍‌ ମଧ୍ୟ ପ୍ରସ୍ତୁତ କରାଯାଇଛି । ଏହା ସତ୍ବେ ଟସ୍‌ ଜିତି ଭାରତର ଅଧିନାୟକ ରୋହିତ ଶର୍ମା ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲେ । ଯାହା ଭାରତ ପାଇଁ କାଳ ସାବ୍ୟସ୍ଥ୍ୟ ହୋଇଛି। ରୋହିତଙ୍କ ଏହି ନିଷ୍ପତ୍ତି ଭାରତ ପାଇଁ ତାଙ୍କୁ କ୍ରିକେଟ୍ ବିଶେଷଜ୍ଞ ମାନେ ମଧ୍ୟ ସମାଲୋଚନା କରିଛନ୍ତି । ରୋହିତ ଜାଣିଥିଲେ ପିଚ୍‌ରେ ବଲ୍‌ ବହୁତ ଟର୍ନ ହେବ, ଏହା ଜାଣିବା ପରେ କେମିତି ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଆହୁରି ପଢ଼ନ୍ତୁ : ବାହା ହେଲେ ଓଡ଼ିଆ ଜଗତର ଚୁଲ୍‌ବୁଲି ଅଭିନେତ୍ରୀ ଲିପ୍‌‌ସା ମିଶ୍ର, ଜାଣନ୍ତୁ କିଏ ସେହି ଉଦ୍ୟୋଗପତି ପୁଅ...

ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେବା ଏଠାରୁ ମ୍ୟାଚ୍ ହାତରୁ ଖସିଯିବା ଆରମ୍ଭ କରିଥିଲା । ପିଚ୍‌ରେ ବହୁତ ଟର୍ନ ହୋଇଥିଲା ଏବଂ ଭାରତୀୟ ବ୍ୟାଟ୍ସମ୍ୟାନ୍‌ମାନେ କିଛି ବୁଝି ପାରିନଥିଲେ । ମ୍ୟାଚ୍ର ପ୍ରଥମ ଦିନରେ ଟିମ୍ ଇଣ୍ଡିଆ ୧୦ ୱିକେଟ୍ ହରାଇଥିଲା। ତା’ପରେ ଅଷ୍ଟ୍ରେଲିଆ ମଧ୍ୟ ୪ ଟି ୱିକେଟ୍ ହରାଇଥିଲା । ଦ୍ୱିତୀୟ ଦିନରେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଥିଲା । ଏଭଳି ପରିସ୍ଥିତିରେ ଯଦି ରୋହିତ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥାନ୍ତେ, ତେବେ ବୋଧହୁଏ ମ୍ୟାଚ୍‌ର ଭାରସାମ୍ୟ ଭାରତ ସପକ୍ଷରେ ଯାଇଥାନ୍ତା ବୋଲି କ୍ରିକେଟ୍ ବିଶେଷଜ୍ଞ ମାନେ ମତ ଦେଇଛନ୍ତି ।