ଏହି କାରଣରୁ ଟିମ୍ ଇଣ୍ଡିଆକୁ ଝଟକା ଦେଇ ପତ୍ନୀଙ୍କ ପାଖକୁ ପଳାଇ ଆସିଲେ ଭାରତୀୟ ଷ୍ଟାର ଯଶପ୍ରୀତ ବୁମରା

Jasprit Bumrah and his wife Sanjana Ganesan became parents to a baby boy
 
ଟିମ୍ ଇଣ୍ଡିଆକୁ ଝଟକା ଦେଇ ପତ୍ନୀଙ୍କ ପାଖକୁ ପଳାଇ ଆସିଲେ ଯଶପ୍ରୀତ ବୁମରା
 

ଓଡ଼ିଆ ଗସିପ୍ ବ୍ୟୁରୋ: ଗତକାଲି ଏସିଆ କପ୍ ଖେଳୁଥିବା ଟିମ୍ ଇଣ୍ଡିଆକୁ ବଡ଼ ଝଟକା ଦେଇ ଘରକୁ ପଳାଇ ଆସିଥିଲେ ଭାରତୀୟ ଦଳର ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା। ସେ ଅଚାନକ କଲମ୍ବୋରୁ ମୁମ୍ବାଇ ଆସିବା ପରେ କାହିଁକି ପଳାଇ ଆସିଲେ ବୋଲି ଜାଣିବା ପାଇଁ ଲୋକଙ୍କ ଭିତରେ ଉତ୍ସୁକତା ଦେଖିବାକୁ ମିଳିଥିଲା।

ସୂଚନା ମୁତାବକ ଟିମ୍ ଇଣ୍ଡିଆ ଦ୍ରୁତ ବୋଲର ଯଶପ୍ରୀତ ବୁମରା ବାପା ହୋଇଛନ୍ତି। ବୁମରାଙ୍କ ପତ୍ନୀ ସଞ୍ଜନା ଗଣେସନ ସୋମବାର ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ବୁମରା ଇନଷ୍ଟାଗ୍ରାମରେ ଏକ ପୋଷ୍ଟରେ ଏହି ସୂଚନା ଦେଇଛନ୍ତି। ବୁମରା ଓ ସଞ୍ଜନା ନିଜ ନବଜାତ ଶିଶୁର ନାମ ‘ଅଙ୍ଗଦ’ ରଖିଛନ୍ତି। ବୁମରା ଓ ସଞ୍ଜନା ମାର୍ଚ୍ଚ ୨୦୨୧ରେ ବିବାହ କରିଥିଲେ। ଉଭୟଙ୍କ ବିବାହ ଗୋଆରେ ଅନୁଷ୍ଠିତ ହୋଇଥିଲା । ସଞ୍ଜନା ଜଣେ ଜଣାଶୁଣା ଟେଲିଭିଜନ ଆଙ୍କର।

ଅଧିକ ପଢ଼ନ୍ତୁ: ଆଜିଠୁ ଦେଶରେ ପରିବର୍ତ୍ତନ ହେବ ଏହି ୫ଟି ନିୟମ, ସିଧା ଆପଣଙ୍କ ପକେଟ୍‌ ଉପରେ ପଡିବ ପ୍ରଭାବ 

ବୁମରା ରବିବାର ‘ବ୍ୟକ୍ତିଗତ କାରଣ’ ଦର୍ଶାଇ ଶ୍ରୀଲଙ୍କାରୁ ମୁମ୍ବାଇ ଫେରିଆସିଥିଲେ । ବୋଧେ ନିଜ ପ୍ରଥମ ସନ୍ତାନର ଜନ୍ମ ହିଁ ତାଙ୍କ ଭାରତ ଫେରିବାର କାରଣ ଥିଲା ‌ । ସେ ସୋମବାର ନେପାଳ ବିପକ୍ଷ ମ୍ୟାଚ୍ ଖେଳିବେନି । ତେବେ ଟୁର୍ଣ୍ଣାମେଣ୍ଟର ସୁପର-୪ ରାଉଣ୍ଡ ପୂର୍ବରୁ ବୁମରା ଭାରତୀୟ ଦଳ ସହ ଯୋଗଦେବେ।ସୁପର୪ର ପ୍ରଥମ ମୁକାବିଲା ସେପ୍ଟମ୍ବର ୧୦ରେ କାଣ୍ଡୀରେ ହେବ । ଏହି ପର୍ଯ୍ୟାୟକୁ ଉନ୍ନୀତ ହେବା ପାଇଁ ନେପାଳକୁ ଭାରତ ପରାସ୍ତ କରିବାକୁ ପଡିବ ।

ଅଧିକ ପଢ଼ନ୍ତୁ: ବିଶ୍ୱରେ ପ୍ରଥମ ଥର ପାଇଁ ଆବିଷ୍କାର ହେଲା ଚମତ୍କାରୀ ଇଞ୍ଜେକ୍ସନ, ମାତ୍ର ୭ ମିନିଟରେ ହେବ କ୍ୟାନ୍ସର ଚିକିତ୍ସା

ବର୍ଷା ଯୋଗୁ ଯଦି ମ୍ୟାଚ ବାତିଲ ହୋଇଯାଏ ତେବେ ମଧ୍ୟ ଭାରତ ସୁପର ୪ରେ ପ୍ରବେଶ କରିବ । ତେବେ ନେପାଳ ବିପକ୍ଷ ମ୍ୟାଚରେ ବୁମରାଙ୍କ ସ୍ଥାନରେ ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ଶାମି ଖେଳିବାର ସୁଯୋଗ ପାଇପାରନ୍ତି। ଆହତ ଯୋଗୁଁ ୧୩ ମାସ ପରେ ବୁମରା ଦିନିକିଆ ମ୍ୟାଚ ଖେଳିଥିଲେ ମଧ୍ୟ ବର୍ଷା ଯୋଗୁ କାଲି ଭାରତ-ପାକିସ୍ତାନ ମ୍ୟାଚରେ ବୋଲିଂ କରିପାରି ନ ଥିଲେ ।

ଅଧିକ ପଢ଼ନ୍ତୁ: ଏହି ୩ଟି ରାଶି ଉପରେ ସୂର୍ଯ୍ୟ-ଶନି-ରାହୁଙ୍କ ରହିବ ଘାତକ ଦୃଷ୍ଟି; ଖରାପ ହେବ ସ୍ବାସ୍ଥ୍ୟ, ଜାଣନ୍ତୁ ଏବଂ ସତର୍କ ରୁହନ୍ତୁ 

ପାକିସ୍ତାନ ବିପକ୍ଷ ମୁକାବିଲା ବର୍ଷା ଯୋଗୁ ବାତିଲ ହୋଇଯାଇଥିଲା । ଭାରତ ୨୬୭ ରନର ଟାର୍ଗେଟ ରଖିଥିଲେ ମଧ୍ୟ ବର୍ଷା ଯୋଗୁ ପାକିସ୍ତାନ ବ୍ୟାଟିଂ କରିପାରି ନ ଥିଲା । ଅନ୍ୟପଟେ ବୁମରା ଗତମାସରେ ଆୟର୍ଲାଣ୍ଡ ବିପକ୍ଷରେ ଟି-୨୦ ସିରିଜରୁ ପ୍ରତ୍ୟାବର୍ତ୍ତନ କରିଥିଲେ। ସେ ଉକ୍ତ ସିରିଜରେ ଭାରତୀୟ ଦଳର ନେତୃତ୍ବ ନେଇଥିଲେ। ତାଙ୍କ ନେତୃତ୍ୱରେ ଦଳ ତିନି ମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୦ରେ ଜିତିଥିଲା।