କୁସ୍ତି ସଭାପତି ମହିଳା କୁସ୍ତିମାନଙ୍କୁ କରିନ୍ତି ଯୌନ ଶୋଷଣ, ମୋତେ ମାରି ଦେବାକୁ ମିଳିଛି ଧମକ: ଗୋଲ୍ଡେନ୍ ଗାର୍ଲ୍ ଭିନେଶ ଫୋଗାଟ

 

ଓଡ଼ିଆ ଗସିପ ବ୍ୟୁରୋ: ଷ୍ଟାର ରେସଲର ଭିିନେଶ ଫୋଗାଟ କୁସ୍ତି ମହାସଙ୍ଘର ସଭାପତିଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଛନ୍ତି । ବୁଧବାର ରେସଲିଂ ଫେଡେରେସନ ଅଫ୍‌ ଇଣ୍ଡିଆ (ଡବ୍ଲ୍ୟୁଏଫଆଇ) ସଭାପତି ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଏକ ସଙ୍ଗୀନ ଅଭିଯୋଗ ଆଣି ସେ ମହିଳା କୁସ୍ତିଯୋଦ୍ଧାଙ୍କୁ ଯୌନ ଉତ୍ପୀଡ଼ନ କରିଥିବା ଅଭିଯୋଗ କରିଛନ୍ତି ।

ଭିିନେଶ ଫୋଗାଟ ଅଭିଯୋଗ ଅନୁଯାୟୀ, ସେ ବ୍ରିଜ ଭୂଷଣଙ୍କ ଦ୍ୱାରା ମାନସିକ ନିର୍ଯାତନାର ଶିକାର ହୋଇଥିଲେ ଏବଂ ସେ ଆତ୍ମହତ୍ୟା କରିବାକୁ ସୁଦ୍ଧା ଚିନ୍ତା କରିଥିଲେ । ଏସୀୟ କ୍ରୀଡା ଏବଂ ରାଜ୍ୟଗୋଷ୍ଠୀ କ୍ରୀଡା ସ୍ୱର୍ଣ୍ଣ ପଦକ ବିଜେତା ଫୋଗାଟ କହିଛନ୍ତି ଯେ ଯୌନ ଉତ୍ପୀଡ଼ନ ବିରୋଧରେ ନ କହିବା ପାଇଁ ତାଙ୍କୁ ଅତୀତରେ ଚୁପ୍‌ କରାଯାଇଥିଲା ।

ଏହି ଘଟଣାକୁ କେନ୍ଦ୍ର କରି ଅଲିମ୍ପିକ୍‌ ପଦକ ବିଜେତା ସାକ୍ଷୀ ମଲ୍ଲିକ ଏବଂ ବଜରଙ୍ଗ ପୁନିଆଙ୍କ ସମେତ ୩୧ ଜଣ କୁସ୍ତିଯୋଦ୍ଧା ନୂଆଦିଲ୍ଲୀର ଜନ୍ତର ମନ୍ତରରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ଭିନେଶ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଦୁଃଖ ବଖାଣୁ ଥିବା ବେଳେ ସଂପୂର୍ଣ୍ଣ ରୂପେ ଭାଙ୍ଗି ପଡି କାନ୍ଦି ପକାଇଥିଲେ ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ଚିତ୍କାର ସତ୍ତ୍ୱେ ଅଟକିଲେନି ମଦୁଆ କାର ଡ଼୍ରାଇଭର, ରାତି ୩ଟା ରେ ମହିଳା କମିଶନ ଅଧ୍ୟକ୍ଷାଙ୍କ ସହ କଲା ଏଭଳି ଖରାପ କାମ

କୁସ୍ତିଯୋଦ୍ଧାମାନେ ଡବ୍ଲୁଏଫଆଇ ପ୍ରଶାସନରେ ପରିବର୍ତ୍ତନ ଦାବି କରିଥିଲେ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଭାରତର କ୍ରୀଡା ପ୍ରାଧିକରଣକୁ ଏ ଘଟଣାରେ ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିବେଦନ କରିଥିଲେ ।

ଉଲ୍ଲେଖଯୋଗ୍ୟ, ବ୍ରିଜ ଭୂଷଣ ଶରଣ ସିଂ ମଧ୍ୟ ଉତ୍ତରପ୍ରଦେଶର କାଇଜରଗଞ୍ଜର ଭାରତୀୟ ଜନତା ପାର୍ଟି (ବିଜେପି)ର ସାଂସଦ ଅଟନ୍ତି । ଦେଶରେ ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଥିବା ମଲ୍ଲଯୋଦ୍ଧା କ୍ୟାମ୍ପରେ ପ୍ରଶିକ୍ଷକଙ୍କ ସମେତ ସଂଘ ସଭାପତି ମଧ୍ୟ ମହିଳା ମଲ୍ଲଯୋଦ୍ଧାମାନଙ୍କୁ ଯୌନ ନିର୍ଯାତନା ଦେଇଥିବା ସେମାନେ ଅଭିଯୋଗ କରି ତୁରନ୍ତ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ।

ସେପଟେ ତିନି ଦିନ ମଧ୍ୟରେ ଏହି ଅଭିଯୋଗ ସମ୍ପର୍କରେ ମତାମତ ରଖିବାକୁ ଭାରତୀୟ କୁସ୍ତି ଯୋଦ୍ଧା ସଂଘକୁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଥିବା କୁହାଯାଇଛି ।

ସୂଚନା ଅନୁଯାୟୀ, ଗତକାଲି ରାତିରେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିବା ସତ୍ତ୍ବେ ଆନ୍ଦୋଳନକାରୀ ଓହରି ନାହାନ୍ତି । ଇସ୍ତଫା ଦେବା ଲାଗି ବ୍ରିଜ ଭୂଷଣଙ୍କୁ କେନ୍ଦ୍ରମନ୍ତ୍ରୀ ୨୪ ଘଣ୍ଟା ମହଲତ ଦେଇଥିଲେ ବି ସେ ଇସ୍ତଫା ଦେବେ ନାହିଁ ବୋଲି କହିଛନ୍ତି ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ୭୧ ବର୍ଷ ବ୍ୟକ୍ତିଙ୍କୁ ସ୍କୁଟି ପଛରେ ଘୋଷାଡି ଘୋଷାଡି ରକ୍ତାତ କଲେ ଯୁବକ, ଦେଖନ୍ତୁ ଭିଡିଓ...

ତେଣେ ବ୍ରିଜ ଭୂଷଣଙ୍କ ବିରୋଧରେ ଆଜି ଆନ୍ଦୋଳନକାରୀ ଏଫଆଇଆର ଦେଇପାରନ୍ତି ବୋଲି ସୂଚନା ମିଳିଛି । ଗତକାଲି ଆନ୍ଦୋଳନରତ ରେସଲରଙ୍କୁ ଭେଟି କେନ୍ଦ୍ର କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର କହିଥିଲେ ମି-ଠୁ ଅଭିଯୋଗ ଅତି ସାଂଘାତିକ । ଏହା ବିରୋଧରେ ପଦକ୍ଷେପ ନିଆଯିବ ।

୭୨ ଘଣ୍ଟା ଭିତରେ ରିପୋର୍ଟ ଦେବାକୁ ଗତକାଲି ଫେଡେରେସନକୁ ନିର୍ଦ୍ଦେଶ ଦେଇଥିଲା କ୍ରୀଡ଼ା ମନ୍ତ୍ରାଳୟ । ଅଭିଯୋଗର ତଦନ୍ତ ଲାଗି ଏକ ୩ ଜଣିଆ କମିଟି ବି ହୋଇପାରେ ଗଠନ । ବିକ୍ଷୋଭରେ ବିନେଶ ଫୋଗାଟ, ବଜରଙ୍ଗ ପୁନିଆ, ସାକ୍ଷୀ ମଲ୍ଲିକ, ସରିତା ମୋର, ସୁମିତ ମଲିକଙ୍କ ସମେତ ବହୁ ପ୍ରତିଷ୍ଠିତ ରେସଲର ହୋଇଛନ୍ତି ସାମିଲ । କେବଳ ଲକ୍ଷ୍ମୌ ନ୍ୟାସନାଲ କ୍ୟାମ୍ପ ନୁହେଁ ଅନ୍ୟାନ୍ୟ କ୍ଷେତ୍ରରେ ବି ବ୍ରିଜ ଭୂଷଣ ଓ କୋଚ ଯୌନ ଶୋଷଣ କରିଛନ୍ତି ବୋଲି ରେସଲର କରିଥିଲେ ଅଭିଯୋଗ ।

ବିବାଦର ସମାଧାନ ଲାଗି ମଧ୍ୟସ୍ଥତା କରୁଥିବା ବବିତା ଫୋଗାଟଙ୍କ ଅନୁରୋଧ ବି ପ୍ରତ୍ୟାଖ୍ୟାନ କରିଥିଲେ ଆନ୍ଦୋଳନକାରୀ । ଯୌନ ନିର୍ଯାତନାର ଅନେକ ପ୍ରମାଣ ସେମାନଙ୍କ ନିକଟରେ ରହିଛି ବୋଲି କହିଥିଲେ ଆନ୍ଦୋଳନକାରୀ ।