୬ ମାସ ଶିଶୁପୁତ୍ରର ତଣ୍ଟି କାଟିଦେଲା ଜନ୍ମକଲା ମାଆ
 

Woman kills 6-month-old son in Odisha's Balangir
 
ଜନ୍ମଦାତ୍ରୀ ମା’ ସାଜିଲା ପିଶାଚୀନି

ଓଡ଼ିଆ ଗସିପ୍ ବ୍ୟୁରୋ: ଜନ୍ମଦାତ୍ରୀ ମା’ ସାଜିଲା ପିଶାଚୀନି । ନିଜ ୬ ମାସ ଶିଶୁର ତଣ୍ଟିକାଟି ହତ୍ୟା କରିବା ପରେ ଫେରାର ହେଲା ମା’ । ପୁଇଁତଳା ଥାନା ଖାଲିଆପାଲି ଗାଁରେ ଘଟିଛି ଏପରି ଏକ ଅଭାବନୀୟ ଘଟଣା । ଭୀମଭୋଇ ମେଡ଼ିକାଲ କଲେଜରେ ଶିଶୁୁଟିକୁ ମୃତ ଘୋଷଣା କରିଛନ୍ତି ଡାକ୍ତର । 

ଅଧିକ ପଢନ୍ତୁ :୪ଟି ବଡ଼ ଗ୍ରହର ଗତି ପରିବର୍ତ୍ତନ, ଏହି ରାଶିର ଲୋକଙ୍କ ଉପରେ ପଡିବ ଗଭୀର ପ୍ରଭାବ!

ନୃଂଶସ ମା’ ଫେରାର ଥିବା ବେଳେ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ଅଭିଯୁକ୍ତ ମାଆର ମାନସିକ ସ୍ଥିତି ଠିକ୍ ନଥିବା ପରିବାର ଲୋକେ କହିଛନ୍ତି I
ସୂଚନା ଅନୁସାରେ, ଜେଜେ ମା’ ଶିଶୁଟିକୁ ତେଲ ମାଲିସ କରିବାକୁ ଆସିଥିଲେ। ଏହି ସମୟରେ ଶିଶୁଟି ରକ୍ତଜୁଡ଼ୁଜୁଡ଼ୁ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ। 

ଅଧିକ ପଢନ୍ତୁ :ଏହି ଖାଦ୍ୟ ଖାଇବା ଶୀଘ୍ର ବନ୍ଦ କରନ୍ତୁ ; ନଚେତ୍ ଭୋଗିବେ ପେଟ କ୍ୟାନ୍ସର, ଜାଣନ୍ତୁ ଏହାର ଲକ୍ଷଣ

ଏନେଇ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକେ ଶିଶୁଟିକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଭୀମଭୋଇ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଥିଲେ।

ଅଧିକ ପଢନ୍ତୁ :ଅନାବଶ୍ୟକ ଚିନ୍ତା ଘାରିବା ସହ ଏହି ରାଶି ବ୍ୟକ୍ତିଙ୍କୁ ଅର୍ଥର ଅଭାବ ହେବ! ପଢନ୍ତୁ ଆଜିର ରାଶିଫଳ