ଅଶୁଭ ସୋମବାର: କାଉଡ଼ିଆଙ୍କ ଅଟୋକୁ ପଛପଟୁ ଧକ୍କା ଦେଲା ଟ୍ରକ୍; ପୁଣି ୩ ମୃତ, ୩ ଗୁରୁତର

 

ଓଡ଼ିଆ ଗସିପ୍ ବ୍ୟୁରୋ: କାଉଡ଼ିଆଙ୍କ ଅଟୋକୁ ପଛପଟୁ ଧକ୍କା ଦେଲା ଟ୍ରକ୍ । ଦୁର୍ଘଟଣାରେ ୩ ଜଣ ମୃତ୍ୟୁବରଣ କରିଥିବାବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ଖିରେଇଟାଙ୍ଗିରୀ ଠାକୁରାଣୀ ଶାଳ ନିକଟର ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ।

ଏଥିସହ ୩ ଜଣ ଗୁରୁତର ଆହତ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଘଟଣାସ୍ଥଳରେ ତୁରୁମୁଙ୍ଗା ପୋଲିସ ପହଁଚି ତଦନ୍ତ ଜାରି ରଖିଛି ।

ଅଧିକ ପଢ଼ନ୍ତୁ: ସବୁ କରିବାକୁ ହଁ ଭରିଲା, ଜିଲ୍ଲାପାଳଙ୍କୁ କ୍ଷମା ମାଗିବି ହେଲେ ପାଣ୍ଡିଆନଙ୍କୁ କ୍ଷମା ମାଗିବିନି, କେମିତି ବହୁତ କିଛି କହିଲେ ଭାସ୍କର ସାହୁ

ଅଧିକ ପଢ଼ନ୍ତୁ: ବିଭୀଷଣ ହୋଇ କାହାକୁ ଫାଇଦା ପହଞ୍ଚାଉଛନ୍ତି ସୁବିଧାବାଦୀ ସୌମ୍ୟ?

ସୂଚନା ଅନୁସାରେ, ତେଲକୋଇ ଅଞ୍ଚଳର ସନ୍ତେଇଭଞ୍ଜ କାଉଡ଼ିଆ ସଙ୍ଘ ପକ୍ଷରୁ ଏକ ଡାଲା ଅଟୋରେ ଆସି ପାଟଣା ଶିବ ମନ୍ଦିରରୁ ପାଣି ଢାଳି ଫେରୁଥିବା ସମୟରେ ଏକ ଟ୍ରକ ପଛ ପଟୁ ଧକ୍କା ଦେଇଥିଲା ।

ଘଟଣା ସ୍ଥଳରେ ଦୁଇ ଜଣଙ୍କର ମୃତ୍ୟ ଘଟିଥିବା ବେଳେ ଅନ୍ୟ ଜଣଙ୍କର କେନ୍ଦୁଝର ମେଡ଼ିକାଲରେ ମୃତ୍ୟ ଘଟିଥିବା ଜଣାପଡିଛି । ଅନ୍ୟମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କେନ୍ଦୁଝର ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ମୃତକ ଓ ଆହତଙ୍କ ପରିଚୟ ମିଳି ନଥିବାବେଳେ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି।