ବାପାଙ୍କ ଇଚ୍ଛା ଏମିତି ପୁରଣ କଲା ପୁଅ, ମୃତ ଶରୀରକୁ ଷ୍ଟେଥୋସ୍କୋପ ପକାଇ କଲା ଚିକିତ୍ସା, ସ୍ୱପ୍ନ ସତ ହିଁ ହେଲା କିନ୍ତୁ...

 

ଓଡ଼ିଆ ଗସିପ୍ ବ୍ୟୁରୋ: ବାପାଙ୍କ ଇଚ୍ଛା ଥିଲା ପୁଅ ଡାକ୍ତର ହେବ ଲୋକଙ୍କ ସେବା କରିବ, ଆଉ ତାହା ଭାବି ପୁଅକୁ ଡାକ୍ତରୀ ପାଠ ପଢାଇଲେ ବାପା । ଆଉ କିଛି ଦିନ ପରେ ପୁଅର ଡାକ୍ତରୀ ପାଠ ବି ସରିଥାନ୍ତା ହେଲେ ପୁଅର ସେବା ଦେଖିବା ଆଗରୁ ଚାଲିଗଲେ ବାପା ।

ପୁଅର ଡାକ୍ତରୀ ପାଠ ସରିନି କି ଡାକ୍ତର ହୋଇ ଲୋକଙ୍କ ସେବା କରିବା ବି ବାପା ଦେଖିପାରିଲେନି । କିନ୍ତୁ ବାପାଙ୍କ ଇଚ୍ଛା ପୁରଣ କରିବାକୁ ଯାଇ ମୃତ ବାପାଙ୍କୁ ଷ୍ଟେଥୋସ୍କୋପ ସହାୟତାରେ ଚିକିତ୍ସା କରିଥିଲେ । ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ ଗୁଡିଆବନ୍ଧ ଗାଁରେ ।

ଆହୁରି ପଢ଼ନ୍ତୁ : ମହିଳାଙ୍କୁ ମାରି ତା’ର ହାର୍ଟକୁ କାଟି ଆଳୁ ପକେଇ ରାନ୍ଧିଲା, ଘର ଲୋକଙ୍କୁ ଖାଇବାକୁ ଦେଇ ପୁଣି ଦୁଇ ଜଣଙ୍କୁ ହତ୍ୟା କଲା ନୃଶସ୍ ହତ୍ୟାକାରୀ

ଗୁଡିଆବନ୍ଧ ଗାଁର ପାଣିପଞ୍ଚାୟତ କମିଟି ଅଧ୍ୟକ୍ଷ ତଥା ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଥିଲେ ଲାଡି ସୋମେଶ୍ୱର ରାଓ । ତାଙ୍କର ଇଚ୍ଛା ଥିଲା ପୁଅ ଡାକ୍ତର ହୋଇ ଲୋକଙ୍କ ସେବା କରିବ । ଆଉ ସେ ଦେଖିଥିବା ସ୍ୱପ୍ନ ସତ ହିଁ ହେଲା ।

ତାଙ୍କର ପୁଅ ଲାଡି ରାକେଶ ଏମ୍‌ବିବିଏସ୍‌ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ କଟକ ଏସସିବିରେ ଡାକ୍ତରୀ ପାଠ ପଢୁଛନ୍ତି । ବାପାଙ୍କ ଇଚ୍ଛାକୁ ପୂରଣ କରିବା ପାଇଁ ଦିନରାତି ଏକ କରିଦେଇଥିଲେ ରାକେଶ ।

ଆହୁରି ପଢ଼ନ୍ତୁ : ୫ ବର୍ଷ ଧରି ଗର୍ଲଫ୍ରେଣ୍ତ ସହ ଶାରିରୀକ ସମ୍ପର୍କ ରଖିଥିଲେ ; କୋର୍ଟ କହିଲେ, ଦୁଷ୍କର୍ମ ନୁହେଁ...

କିନ୍ତୁ ଭାଗ୍ୟର ବିଡ଼ମ୍ବନା, ପୁଅ ଡାକ୍ତର ହେବା ପୂର୍ବରୁ ବାପା ଆଖି ବୁଜିଲେ ।  ଗତ ଡିସେମ୍ବର ୧୮ରେ ବାପା ସୋମେଶ୍ୱରଙ୍କ ହୃଦ୍‌ଘାତରେ ମୃତ୍ୟୁ ହୋଇଛି । ଏପରି ଦୁଃଖଦ ଖବରକୁ ନେଇ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ତେବେ ବାପାଙ୍କ ଇଚ୍ଛା ପୂରଣ କରିବାକୁ ଯାଇ ପୁଅ ରାକେଶ ପ୍ରଥମେ ବାପାଙ୍କ ଚିକିତ୍ସା, ତାହା ବି ମୃତ ଅବସ୍ଥାରେ ।

ମୃତ ବାପାଙ୍କୁ ଷ୍ଟେଥୋସ୍କୋପ ସହାୟତାରେ ଚିକିତ୍ସା କରିଥିଲେ । ଏଭଳି ଦୃଶ୍ୟ ଉପସ୍ଥିତ ବନ୍ଧୁ ପରିଜନଙ୍କ କୋହକୁ ଅଟକାଇ ପାରିନଥିଲେ । ରାକେଶଙ୍କ ଏପରି କାର୍ଯ୍ୟ ସମସ୍ତଙ୍କୁ ହତବାକ କରିଦେବା ସହ ଉପସ୍ଥିତ ଲୋକଙ୍କ ଆଖିରୁ ପାଣି ଚାଲିଆସିଥିଲା ।