ରାଜଧାନୀରେ ସିରିଜ୍‌ ଦୁର୍ଘଟଣା, ୩ ଗାଡ଼ି ପଛକୁ ପଛ ଧକ୍କା, ୩ ଆହତ
 

Series road accidents in bhubaneswar 3 injured
 
୨ଟି କାର୍‌କୁ ପଛରୁ ଧକ୍କା ଦେଲା ବସ୍ 
 

ଓଡ଼ିଆ ଗସିପ୍ ବ୍ୟୁରୋ: ରାଜଧାନୀରେ ସିରିଜ୍‌ ଦୁର୍ଘଟଣା । ଭୁବନେଶ୍ବର ସତସଙ୍ଗ ବିହାର ନିକଟରେ ଘଟିଛି ଏହି ଦୁର୍ଘଟଣା । ୨ଟି କାର୍‌କୁ ପଛରୁ ଧକ୍କା ଦେଲା ଏକ ଘରୋଇ ବସ୍ । ଦୁର୍ଘଟଣାରେ ୩ ଜଣ ସାମାନ୍ୟ ଆହତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଦୁର୍ଘଟଣା ପରେ ବାଣୀବିହାରରୁ ରସୁଲଗଡ଼ ରାସ୍ତା ଜାମ୍ ହୋଇଯାଇଥିଲା ।

ଅଧିକ ପଢନ୍ତୁ : ବୟସ ଅନୁସାରେ ଶରୀର ଓଜନ କେତେ ରହିବା ଦରକାର? ଜାଣି ନାହାନ୍ତି ଯଦି ନିଶ୍ଚୟ ଜାଣନ୍ତୁ..

ସୂଚନା ଅନୁସାରେ, ସତସଙ୍ଗବିହାର ସମ୍ମୁଖ ରାସ୍ତାରେ ଜଣେ ବୋଲେରୋ ଚାଳକ ଓ ଜଣେ ବାଇକ୍ ଚାଳକ କଥାବାର୍ତ୍ତା ହେଉଥିଲେ, ଯାହା ଫଳରେ ଦ୍ରୁତ ଗତିରେ ଆସୁଥିବା ଏକ ବସ୍ ହଠାତ୍ ବ୍ରେକ ମାରିବାରୁ ସେହି ଦିଗରେ ଆସୁଥିବା ଏକ କାର ସହ ଯାଇ ଧକ୍କା ହୋଇଥିଲା ଏବଂ ଉକ୍ତ କାର ଯାଇ ଅନ୍ୟ କାର ଗୁଡିକ ସହ ଶକ୍ତ ଭାବରେ ଧକ୍କା ହୋଇଥିଲା ।

ଅଧିକ ପଢନ୍ତୁ : ହୃଦଘାତର ସୂଚନା ଦିଏ ଶରୀରର ଏହି ସବୁ ଲକ୍ଷଣ! ଜାଣନ୍ତୁ ଏବଂ ସତର୍କ ହୋଇଯାଆନ୍ତୁ...

ସ୍ଥାନୀୟ ଲୋକେ କାର ଚାଳକଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ସହାୟତାରେ ହସ୍ପିଟାଲ୍ ପଠାଇଛନ୍ତି। ତେବେ ଅନ୍ୟ ଗୋଟିଏ କାରର ସାମାନ୍ୟ କ୍ଷତି ହୋଇଥିବା ବେଳେ ବସରେ ଯାତ୍ରା କରୁଥିବା ଯାତ୍ରୀମାନେ ସମସ୍ତେ ସୁରକ୍ଷିତ ଥିବା ଜଣାପଡ଼ିଛି। ତେବେ ଏହି ଦୁର୍ଘଟଣା ଯୋଗୁଁ ବାନ୍ ବାଣୀବିହାର ଠାରୁ ରସୁଲଗଡ଼ ଓ ପଳାଶୁଣି ଯାଏଁ ଟ୍ରାଫିକ୍ ଜାମ୍ ହୋଇଥିଲା। 

ଅଧିକ ପଢନ୍ତୁ : ଛୋଟ ଛୋଟ କଥାକୁ ନେଇ ଚିନ୍ତାରେ ରହିବା ସହ କାର୍ଯ୍ୟରେ ବାଧାବିଘ୍ନ ସୃଷ୍ଟି ହେବ! ପଢନ୍ତୁ ଏ ସପ୍ତାହର ରାଶିଫଳ