ଆହୁରି ଦୁଇ ଦିନ ବଡ଼ ବର୍ଷା ନେଇ ସତର୍କ କରାଇଲା ପାଣିପାଗ ବିଭାଗ: ଘରୁ ବାହାରିଲେ ଛତା ନେଇ ବାହାରନ୍ତୁ

ଆଗାମୀ ୩ ଘଣ୍ଟା ପାଇଁ ୧୪ ଜିଲ୍ଲାକୁ ସତର୍କ ସୂଚନା...

 
ଓଡ଼ିଆ ଗସିପ୍ ବ୍ୟୁରୋ: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା ଲାଗି ରହିଛି। ଆହୁରି ଦୁଇ ଦିନ ବଡ଼ ବର୍ଷା ନେଇ ପାଣିପାଗ ବିଭାଗ ସତର୍କ କରାଇଛି। ଆଗାମୀ ୩ ଘଣ୍ଟା ପାଇଁ ଟ୍ୱିନ୍‌ ସିଟି ସମେତ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

ଅଧିକ ପଢ଼ନ୍ତୁ: ଖୁସି ହୁଅନ୍ତୁ ଆଜି ଆପଣଙ୍କ ଦାମ୍ପତ୍ୟ ଜୀବନରେ ଖୁସି ଆସିବ

ଏହି ଜିଲ୍ଲା ଗୁଡ଼ିକ ହେଲା- ଭଦ୍ରକ, ବାଲେଶ୍ୱର, ନୟାଗଡ଼, ଢେଙ୍କାନାଳ, ଅନୁଗୁଳ, ଯାଜପୁର, କେନ୍ଦୁଝର ଖୋର୍ଦ୍ଧା, କଟକ, ପୁରୀ, ଗଞ୍ଜାମ,କୋରାପୁଟ, ରାୟଗଡ଼ା, କନ୍ଧମାଳ। ଏସବୁ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେପଟେ ପୁରୀରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି। ସକ୍ରିୟ ଲଘୁଚାପ ପ୍ରଭାବରେ ବର୍ଷା ଲାଗି ରହିଛି।

ଅଧିକ ପଢ଼ନ୍ତୁ: ଅବୈଧ ଡ୍ରଗ୍ସ ନେଉଥିଲେ ଦୂତୀ ! ୪ ବର୍ଷ ଯାଏ ଟ୍ରାକରେ ଦୌଡ଼ି ପାରିବେନି ଦୌଡ଼ରାଣୀ 

ଆଜି ସକାଳ ୫ଟା ୩୦ ସୁଦ୍ଧା ପୁରୀରେ ସର୍ବାଧିକ ୬୬.୨ ମି.ମି. ବର୍ଷା ରେକର୍ଡ ହୋଇଛି। ସେହିପରି ଭୁବନେଶ୍ୱରରେ ୫୭.୬ ମି.ମି., ବାଲେଶ୍ୱରରେ ୪୨.୬ ମି.ମି., ଗୋପାଳପୁରରେ ୩୫.୮ ମି.ମି. ବର୍ଷା ରେକର୍ଡ କରାଯାଇଛି। ଆସନ୍ତାକାଲି ନବରଙ୍ଗପୁର, ନୂଆପଡ଼ା, ବରଗଡ଼, ଝାରସୁଗୁଡା ଏବଂ ସୁନ୍ଦରଗଡ଼ରେ ପ୍ରବଳ ବର୍ଷା ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।

ଅଧିକ ପଢ଼ନ୍ତୁ: ଆଜି ବି ମନେ ପଡେ ସେହି ଫୋନ କଲ, ବିଜୟ ବର୍ବାଦ ଆଉ ଅତନୁ ସାବ୍ୟସ୍ତ ହେଲେ ଲକି

ଅନ୍ୟପକ୍ଷେ, ଥମିବାର ନାଁ ନେଉନି ବର୍ଷା। ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଏବଂ ଏହାର ଆଖପାଖ ଅଞ୍ଚଳରେ ଗତକାଲିଠୁ ବର୍ଷା ଜାରି ରହିଛି l ଲଗାଣ ବର୍ଷା ଯୋଗୁ ହାତୀବାରୀ ଓ କୁଆଁରମୁଣ୍ଡାକୁ ସଂଯୋଗ କରୁଥିବା ଖତମା ନାଳରେ ହଠାତ୍ ପାଣି ଆସିବାରୁ ରାସ୍ତା ଉପରେ ୩ ଫୁଟରୁ ଅଧିକ ପାଣି ଚାଲୁଛି। ଏହି ରାସ୍ତା ଦେଇ ଦୈନନ୍ଦିନ ଶହ ଶହ ଗାଡ଼ି କୁଆଁରମୁଣ୍ଡା ଦେଇ ରାଉରକେଲାକୁ ଯାଇଥାଏ l

ହେଲେ ଗତକାଲି ଅପରାହ୍ନରେ ହଠାତ୍ ପାଣି ଆସିଯିବାରୁ ରାସ୍ତାର ଦୁଇ ପାର୍ଶ୍ୱରେ ଗାଡ଼ି ଗୁଡିକ ଅଟକି ରହିଥିଲା। ସେହିପରି ରାଉରକେଲା ପଟୁ ହାତୀବାରୀ ଅଂଚଳକୁ ଯୋଗାଯୋଗ ଏକ ପ୍ରକାର ବିଚ୍ଛିନ୍ନ ହୋଇଯାଇଛି l 

ଅଧିକ ପଢନ୍ତୁ : ଭେଣ୍ଡିଆ ପୁଅର ସ୍ତନବୃଦ୍ଧି ସମସ୍ୟା! କାହିଁକି ଏମିତି ହେଉଛି, କଣ କଲେ କମିବ ସ୍ତନର ଆକାର ଜାଣନ୍ତୁ