ଚିରାଫଟା ଜିନ୍ସ ଓ ହାପ୍‌ ପ୍ୟାଣ୍ଟ ପିନ୍ଧିଲେ ଶ୍ରୀମନ୍ଦିରକୁ ପ୍ରବେଶ ମନା, ଭକ୍ତଙ୍କ ପାଇଁ ଏହି ଦିନଠୁ ଲାଗୁ ହେବ ନୂଆ ନିୟମ
 

Puri Jagannath Temple To Enforce A Dress Code For Devotees
 
 
ଚିରାଫଟା ଜିନ୍ସ ଓ ହାପ୍‌ ପ୍ୟାଣ୍ଟ ପିନ୍ଧିଲେ ଶ୍ରୀମନ୍ଦିରକୁ ପ୍ରବେଶ ମନା
 

ଓଡ଼ିଆ ଗସିପ୍ ବ୍ୟୁରୋ: ଏଣିକି ଶ୍ରୀମନ୍ଦିରକୁ ଯାଉଥିବା ଭକ୍ତଙ୍କୁ ପିନ୍ଧିବାକୁ ପଡିବ ଶାଳୀନତାପୂର୍ଣ୍ଣ ପୋଷାକ। ନହେଲେ ଭକ୍ତଙ୍କୁ ଶ୍ରୀମନ୍ଦିର ଭିତରେ ପ୍ରବେଶ ପାଇଁ ଅନୁମତି ଦିଆଯିବ ନାହିଁ। ଏଭଳି ଚେତାବନୀ ଦେଇଛି ଶ୍ରୀମନ୍ଦିର ପ୍ରଶାସନ। 

ଆସନ୍ତାକାଲିଠୁ ଭକ୍ତଙ୍କୁ ଏନେଇ ସଚେତନ କରାଯିବ। ଶାଳୀନତା ଭାବେ ପୋଷାକ ପିନ୍ଧି ଶ୍ରୀମନ୍ଦିର ଭିତରକୁ ଭକ୍ତମାନେ ଯିବେ। ଭକ୍ତଙ୍କୁ ସଚେତନ କରାଯିବା ପରେ ଆସନ୍ତା ଜାନୁଆରି ୧ ତାରିଖ ଠାରୁ କଡ଼ାକଡ଼ି ଭାବେ ଏହି ନିର୍ଦ୍ଦେଶ ଲାଗୁ ହେବ। ସିଂହଦ୍ଵାରରେ ଶ୍ରୀଜଗନ୍ନାଥ ମନ୍ଦିର ପୁଲିସ (ଜେଟିପି) ଓ ଶ୍ରୀମନ୍ଦିର ଭିତରେ ରହୁଥିବା ପ୍ରତିହାରୀ ସେବକ ଭକ୍ତଙ୍କ ପୋଷାକକୁ ତଦାରଖ କରିବେ ବୋଲି ଶ୍ରୀମନ୍ଦିର ପ୍ରଶାସନ କହିଛି।

ଅଧିକ ପଢ଼ନ୍ତୁ: ଘରେ ଛାଡିବା ବାହାନାରେ ଶାଳିକୁ ମଦ ପିଆଇ ୪ସାଙ୍ଗ ସହ ମିଶି ଭିଣେଇ କଲା ଦୁଷ୍କର୍ମ, ରାତିସାରା ଚେତାଶୂନ୍ୟ...

ଶ୍ରୀମନ୍ଦିର ପ୍ରଶାସକ ପକ୍ଷରୁ କୁହାଯାଇଛି, ଶ୍ରୀମନ୍ଦିର ପ୍ରବେଶ ବେଳେ ଭକ୍ତମାନେ ଶାଳୀନତାପୂର୍ଣ୍ଣ ଡ୍ରେସ୍‌ ପିନ୍ଧିବେ । କୌଣସି ଚିରାଫଟା ଜିନ୍ସ, ଓ ହାପ୍‌ ପ୍ୟାଣ୍ଟ ଏବଂ ସ୍ଲିଭଲେସ୍ ପୋଷାକ ପିନ୍ଧି ଯାଇପାରିବେ ନାହିଁ । ୧୨ ବର୍ଷରୁ କମ୍‌ ପିଲା ହାପ୍‌ ପ୍ୟାଣ୍ଟ ପିନ୍ଧି ପାରିବେ । ଯେଉଁମାନେ ଶାଳୀନତା ପୂର୍ଣ୍ଣ ଡ୍ରେସ୍‌ ପିନ୍ଧିନଥିବେ, ସେମାନଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ ।

ଅଧିକ ପଢ଼ନ୍ତୁ: ବ୍ରେନକୁ ଭିତରୁ ଦୁର୍ବଳ କରୁଛି ଏହି ୫ଟି ଖରାପ ଅଭ୍ୟାସ, ଆଜି ହି ଛାଡ଼ନ୍ତୁ, ନଚେତ୍ ହେବ ଏହି ଗମ୍ଭୀର ରୋଗ

ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ନୀତି ସବକମିଟି ବୈଠକରେ ଗୁରୁତ୍ୱପୂର୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଆସନ୍ତା ୨୫ତାରିଖ ଠାରୁ ହେବାକୁ ଥିବା ରାଧା ଦାମୋଦର ବେଶ, କାର୍ତିକ ନୀତି ଓ ବ୍ରତକୁ ନେଇ ଚୂଡାନ୍ତ ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି। ଏଥିସହ କୁମାର ପୂର୍ଣ୍ଣମୀରେ ଚନ୍ଦ୍ର ଗ୍ରହଣ ପଡୁଥିବାରୁ ଗ୍ରହଣ ନୀତି ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଛି । 

ଅଧିକ ପଢ଼ନ୍ତୁ: ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ସତର୍କ ରୁହନ୍ତୁ ଏହି ରାଶିର ଲୋକ; ନଚେତ୍ ପଡ଼ିବ ଶନି-ରାହୁଙ୍କ କୋପ

ସେହିପରି ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ଶାଳୀନତାର ସହିତ ପୋଷାକ ପିନ୍ଧିବା ଉପରେ ଗୁରୁତ୍ୱାରୋପ ନେଇ ଆଲୋଚନା ହୋଇଥିଲା । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରାଥମିକ ଭାବେ ଭକ୍ତଙ୍କ ମଧ୍ୟରେ ଏନେଇ ସଚେତନତା ସୃଷ୍ଟି ନେଇ ନିଷ୍ପତି ନିଆଯାଇଥିବା ବେଳେ ଧାର୍ମିକ ମନୋଭାବ ଓ ଆଧ୍ୟାତ୍ମିକତା ଭାବନାକୁ ନେଇ ଭକ୍ତମାନେ ପୋଷାକ ପରିଧାନ ଦିଗରେ ଗୁରୁତ୍ୱ ଦିଆଯିବ। ଏନେଇ ଆଗାମୀ ପରିଚାଳନା କମିଟିରେ ବିଷଦ ଆଲୋଚନା କରାଯାଇ ସମସ୍ଥ ନିଷ୍ପତି ନିଆଯିବ ବୋଲି ବୈଠକରେ ଆଲୋଚନା କରାଯାଇଥିଲା।

ଅଧିକ ପଢ଼ନ୍ତୁ: ସ୍ବାମୀଙ୍କ ମୃତ୍ୟୁର ଦୁଃଖରେ କାନ୍ଦୁଥିବା ବେଳେ ସ୍ତ୍ରୀଙ୍କ ଚାଲିଗଲା ଜୀବନ, ଦୁହେଁ ଗୋଟିଏ ଜୁଇରେ ଏକାଠି ଜଳିଲେ