ଓଡିଶାରେ ପ୍ରଧାନମନ୍ତ୍ରୀ ମୋଦୀ, ଲୋକାର୍ପଣ କଲେ ସମ୍ବଲପୁର IIMର ନୂଆ କ୍ୟାମ୍ପସ

PM Modi inaugurates permanent campus of IIM Sambalpur
 
PM Modi inaugurates permanent campus of IIM Sambalpur
ସମ୍ବଲପୁର IIM ନୂଆ କ୍ୟାମ୍ପସର କଲେ ଲୋକାର୍ପଣ
 

ଓଡ଼ିଆ ଗସିପ୍ ବ୍ୟୁରୋ: ଓଡିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏକ ସ୍ବତନ୍ତ୍ର ବିମାନ ଯୋଗେ ଆସି ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ପହଞ୍ଚିଥିଲେ । ସେଠାରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ଏହାପରେ ସେଠାରୁ ପ୍ରଧାନମନ୍ତ୍ରୀ ବାୟୁସେନାର ଏକ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ସମ୍ବଲପୁରରେ ପହଞ୍ଚିଥିଲେ । 

ଅଧିକ ପଢନ୍ତୁ :ସୁସ୍ଥ ଶରୀର ପାଇଁ ସୁସ୍ଥ ଆହାର, ଏହି ୪ଟି ଜିନିଷ ସେବନ କଲେ ଦୂର ହେବ ମଧୁମେହ ସମସ୍ୟା!

ସମ୍ୱଲପୁର ଯାଇ ସେଠାରେ ୪୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ IIMର ନୂଆ କ୍ୟାମ୍ପସ ଉଦଘାଟନ କରିଥିଲେ ପ୍ରଧାନମନ୍ତ୍ରୀ । ଏହା ସହ ୬୮ ହଜାର କୋଟି ବ୍ୟୟ ଅଟକଳରେ ପ୍ରାୟ ୧୮ଟି ପ୍ରକଳ୍ପର ଲୋକାର୍ପଣ ଏବଂ ଶିଳାନ୍ୟାସ କରିଛନ୍ତି ମୋଦୀ । 

ଅଧିକ ପଢନ୍ତୁ :କିଡ଼ନୀ ସୁସ୍ଥ ରଖିବା ପାଇଁ ଖାଆନ୍ତୁ ଏହି ୫ଟି ଫଳ, ଗମ୍ଭୀର ରୋଗରୁ ବଞ୍ଚିଯିବେ...

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ରଘୁବର ଦାସ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ସ୍ଥାନୀୟ ସାଂସଦ, ବିଧାୟକ ଓ ଆଇଆଇଏମ୍ ନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ଥିଲେ ।

ଅଧିକ ପଢନ୍ତୁ :ବାଥରୁମରେ ଅଧିକ ହାର୍ଟ ଆଟାକ୍ ହେବାର ପ୍ରକୃତ କାରଣ କଣ? ଜାଣିଲେ ହେବେ ଆଶ୍ଚର୍ଯ୍ୟ