ରୋଗୀଙ୍କ ଜୀବନ ସହ ଖେଳିଦେଲେ; A+ ବ୍ଲଡ ଗ୍ରୁପ୍‌ ବଦଳରେ ଦେଇଦେଲେ B+ ବ୍ଲଡ୍‌

 

ଓଡ଼ିଆ ଗସିପ ବ୍ୟୁରୋ: ରୋଗୀଙ୍କ ଜୀବନ ସହ ଖେଳି ଦେଇଛନ୍ତି ରେଡ଼କ୍ରସ ଭଣ୍ଡାରର ଷ୍ଟାଫ । କଟକର ଏକ ଘରୋଇ ହସ୍ପିଟାଲରେ ଜଣେ ରୋଗୀଙ୍କୁ ଭିନ୍ନ ଗ୍ରୁପ୍‌ର ରକ୍ତ ଦେବାରୁ ସଂପୃକ୍ତ ରୋଗୀ ଗୁରୁତର ହୋଇପଡ଼ିଥିବା ଅଭିଯୋଗ ହୋଇଛି । ରୋଗୀ ଜଣକ ହେଲେ ବିଭୂତି ଭୂଷଣ ଜେନା ।

ଅଧିକ ପଢ଼ନ୍ତୁ: ୨୪ ଘଣ୍ଟାରେ ପୂରଣ ହେଲା 5T ସଚିବ ଭିକେ ପାଣ୍ଡିଆନଙ୍କ ପ୍ରତିଶୃତି, ଦୁଇ ଶଯ୍ୟାଶାୟୀ ରୋଗୀଙ୍କୁ ମିଳିଲା ସହାୟତା ରାଶି

ବିଭୂତିଙ୍କୁ A ପଜିଟିଭ ରକ୍ତ ଆବଶ୍ୟକ ଥିବାବେଳେ କଟକ ସ୍ଥିତ ରେଡକ୍ରସ୍‌ ବ୍ଲଡ୍‌ ବ୍ୟାଙ୍କରୁ ସଂପର୍କୀୟ ବ୍ଲଡ୍‌ ଆଣିଥିଲେ । ତେବେ ରକ୍ତ ଦେବା ପରେ ହଠାତ୍‌ ତାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା । ତାଙ୍କୁ ତୁରନ୍ତ ଆଇସିୟୁକୁ ସ୍ଥାନାନ୍ତର କରାଯାଇଛି ।

ଅଧିକ ପଢ଼ନ୍ତୁ: ଆଜିର ରାଶିଫଳ ମେଷଠୁ ମୀନ ପର୍ଯ୍ୟନ୍ତ : ଏହି ରାଶି ବ୍ୟକ୍ତି ପରିବାର ଲୋକଙ୍କ ସ୍ବାସ୍ଥ୍ୟ ନେଇ ରୁହନ୍ତୁ ସତର୍କ 

ପରେ ବ୍ଲଡ୍‌ ବ୍ୟାଙ୍କରୁ ଅଣାଯାଇଥିବା ରକ୍ତର ଗ୍ରୁପ୍‌ ପରୀକ୍ଷା ଏକ ଘରୋଇ ଲ୍ୟାବ୍‌ରେ କରାଯାଇଥିଲା । ଏହା B ପଜିଟିଭ ବୋଲି ଜଣାପଡ଼ିଥିବା ଅଭିଯୋଗ ହୋଇଛି । ରୋଗୀଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ରିପୋର୍ଟ ପାଇବା ପରେ ଏହି ଘଟଣାର ତଦନ୍ତ କରାଯିବ ବୋଲି କହିଛନ୍ତି କେନ୍ଦ୍ରୀୟ ରେଡ଼କ୍ରସ ଭଣ୍ଡାରର ନିର୍ଦ୍ଦେଶକ ।