ବିବାହ ପ୍ରମାଣପତ୍ର ଜାରି ପ୍ରସଙ୍ଗକୁ ନେଇ ଅସନ୍ତୋଷ ପରେ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଦେଲେ ଏହି ନିର୍ଦ୍ଦେଶ
ଓଡ଼ିଆ ଗସିପ୍ ବ୍ୟୁରୋ: ନୋଟାରୀମାନଙ୍କ ଦ୍ୱାରା ବିବାହ ପ୍ରମାଣପତ୍ର ଜାରି କରାଯିବା ନେଇ ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଥିବାବେଳେ ଏଥିରେ ସୁଧାର ଆଣିବା ପାଇଁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ବିଶେଷକରି ବିବାହ ସମ୍ପର୍କିତ ପ୍ରମାଣପତ୍ର ଜାରି ନ କରିବାକୁ ସୁପ୍ରିମକୋର୍ଟ ଓ ବିଭିନ୍ନ ହାଇକୋର୍ଟ ମଧ୍ୟ ରାୟ ଦେଇଆସିଛନ୍ତି। କିନ୍ତୁ ନୋଟାରୀମାନେ ଏନେଇ ଅବଗତ ନ ଥିବା ନେଇ ହାଇକୋର୍ଟ ଉଦ୍ବେଗ ପ୍ରକାଶ କରିଛନ୍ତି।
ଏଣୁ ଏଭଳି ସ୍ଥିତିରେ ରାଜ୍ୟର ସମସ୍ତ ନୋଟାରୀଙ୍କ ପାଇଁ ତାଲିମ କାର୍ଯ୍ୟକ୍ରମ ଆୟୋଜନ ପାଇଁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ସଙ୍ଗମ କୁମାର ସାହୁ ଓ ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସମ୍ପର୍କିତ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।
ଅଧିକ ପଢ଼ନ୍ତୁ: ଘରେ ଛାଡିବା ବାହାନାରେ ଶାଳିକୁ ମଦ ପିଆଇ ୪ସାଙ୍ଗ ସହ ମିଶି ଭିଣେଇ କଲା ଦୁଷ୍କର୍ମ, ରାତିସାରା ଚେତାଶୂନ୍ୟ...
ନୋଟାରୀଙ୍କ ପାଇଁ ନିୟମିତ ତାଲିମ କାର୍ଯ୍ୟକ୍ରମ ସହ ରାଜ୍ୟ ସରକାର ଗାଇଡ୍ଲାଇନ୍ ଜାରି କରିବେ। ନୋଟାରୀଙ୍କ କାର୍ଯ୍ୟ ଓ କ୍ଷମତା ପରିସର ନେଇ ଗାଇଡ୍ଲାଇନ୍ରେ ଉଲ୍ଲେଖ କରାଯିବ ବୋଲି କହିଛନ୍ତି ଖଣ୍ଡପୀଠ। ସେହିପରି ପକ୍ଷଙ୍କ ଦସ୍ତଖତକୁ ଯାଞ୍ଚ ନ କରି ଏହାର ଅଟେଷ୍ଟେସନ କାର୍ଯ୍ୟ ସମ୍ପାଦନ କରାଯାଉଥିବା ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା।
ନିୟମ ଅନୁସାରେ ସବୁ ନୋଟାରୀଙ୍କ ରେଜିଷ୍ଟର ଜିଲ୍ଲା ଜଜ୍ ବା ସରକାରଙ୍କ ଦ୍ୱାରା ନିଯୁକ୍ତ ଅଧିକାରୀଙ୍କ ଦ୍ୱାରା ଯାଞ୍ଚ ହେବା କଥା। ଅନିୟମିତତା ଥିଲେ ଜିଲ୍ଲା ଜଜ୍ ବା ଅଧିକାରୀ ଆବଶ୍ୟକ ସ୍ଥଳେ ନୋଟାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ରିପୋର୍ଟ ଦାଖଲ କରିପାରିବେ। ନୋଟାରୀ ଆଇନରେ ଥିବା ଏହି ବ୍ୟବସ୍ଥା କଡ଼ାକଡ଼ି ପାଳନ ଉପରେ ହାଇକୋର୍ଟ ଗୁରୁତ୍ୱ ଦେଇଛନ୍ତି।
ଅଧିକ ପଢ଼ନ୍ତୁ: ବ୍ରେନକୁ ଭିତରୁ ଦୁର୍ବଳ କରୁଛି ଏହି ୫ଟି ଖରାପ ଅଭ୍ୟାସ, ଆଜି ହି ଛାଡ଼ନ୍ତୁ, ନଚେତ୍ ହେବ ଏହି ଗମ୍ଭୀର ରୋଗ
ପ୍ରକାଶ ଯେ, ପତ୍ନୀଙ୍କୁ ଉଦ୍ଧାର କରି ତାଙ୍କ ଜିମାରେ ଦିଆଯାଉ ବୋଲି ଦର୍ଶାଇ ଜଣେ ବ୍ୟକ୍ତି ହାଇକୋର୍ଟରେ ହେବିୟସ କର୍ପସ ପିଟିସନ ଦାୟର କରିଥିଲେ। ମାମଲାର ଶୁଣାଣି ସମୟରେ ଆବେଦନକାରୀଙ୍କ ପକ୍ଷରୁ ବିବାହ ସମ୍ପର୍କିତ ପ୍ରମାଣ ସ୍ୱରୂପ ନୋଟାରୀଙ୍କ ନିକଟରେ ପ୍ରସ୍ତୁତ କରାଯାଇଥିବା ଘୋଷଣାନାମା ଉପସ୍ଥାପନ କରାଯାଇଥିଲା। ମାମଲାର ଶୁଣାଣି ସମୟରେ ଦାଖଲ ରିପୋର୍ଟରୁ ଓ ମହିଳାଙ୍କ ବୟାନରୁ ବିବାହ ମନ୍ଦିରରେ ହୋଇ ନ ଥିବା ସ୍ପଷ୍ଟ ହୋଇଥିଲା। କେବଳ ନୋଟାରୀଙ୍କ ନିକଟରେ ଘୋଷଣାନାମା କରାଯାଇଥିଲା।
ଅଧିକ ପଢ଼ନ୍ତୁ: ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ସତର୍କ ରୁହନ୍ତୁ ଏହି ରାଶିର ଲୋକ; ନଚେତ୍ ପଡ଼ିବ ଶନି-ରାହୁଙ୍କ କୋପ
ମହିଳା ଜଣକ ନିଜ ଅଭିଭାବକଙ୍କ ସହିତ ଭଲରେ ଥିବା ବୟାନରୁ ସ୍ପଷ୍ଟ ହୋଇଥିଲା। ନୋଟାରୀଙ୍କ ନିକଟରେ କରାଯାଇଥିବା ଘୋଷଣାନାମାରେ ଉଲ୍ଲେଖ କରାଯାଇଥିବା ତଥ୍ୟ ମିଛ ବୋଲି ଜଣାପଡ଼ିଥିଲା। ସିମୁଳିଆର ନୋଟାରୀ ଏ.କେ.ମହାନ୍ତି ସତ୍ୟପାଠ ଦାଖଲ କରି ନିସର୍ତ୍ତ କ୍ଷମା ପ୍ରାର୍ଥନା କରିଥିଲେ। ଆଉ ଭବିଷ୍ୟତରେ ଏଭଳି କାର୍ଯ୍ୟ କରିବେ ନାହିଁ ବୋଲି କହିବା ପରେ ହାଇକୋର୍ଟ ଏଥିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି।
ଅଧିକ ପଢ଼ନ୍ତୁ: ସ୍ବାମୀଙ୍କ ମୃତ୍ୟୁର ଦୁଃଖରେ କାନ୍ଦୁଥିବା ବେଳେ ସ୍ତ୍ରୀଙ୍କ ଚାଲିଗଲା ଜୀବନ, ଦୁହେଁ ଗୋଟିଏ ଜୁଇରେ ଏକାଠି ଜଳିଲେ