ଜମି ସୀମା ନିର୍ଦ୍ଧାରଣ ପାଇଁ ଲାଞ୍ଚ ନେବାବେଳେ ଅମିନଙ୍କୁ ମାଡିବସିଲା ଭିଜିଲାନ୍ସ
 

Odisha Vigilance Arrests Amin For Taking Bribe
 
 
ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ଅମିନ
 

ଓଡ଼ିଆ ଗସିପ୍ ବ୍ୟୁରୋ: ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ଅମିନ। କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ତହସିଲଦାର କାର୍ଯ୍ୟାଳୟର ଅମିନ ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଜଣେ ବ୍ୟକ୍ତିଙ୍କ ଜମି ସୀମା ନିର୍ଦ୍ଧାରଣ ସମ୍ପର୍କିତ ରିପୋର୍ଟ ପ୍ରଦାନ ପାଇଁ ଅମିନ ଉମାକାନ୍ତ ବେହେରା ୨ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। 

ଅଧିକ ପଢନ୍ତୁ : କିଡନୀକୁ ସୁସ୍ଥ ରଖିବାକୁ ଚାହୁଁଛନ୍ତି କି ? ତେବେ ପ୍ରତିଦିନ ଖାଆନ୍ତୁ ଏହିସବୁ ଖାଦ୍ୟ

ମାସକ ପୂର୍ବେ ଅମିନ ଜମି ସୀମା ନିର୍ଦ୍ଧାରଣ କାର୍ଯ୍ୟ ଶେଷ କରିଥିଲେ ମଧ୍ୟ ରିପୋର୍ଟ ବିଳମ୍ବିତ କରୁଥିଲେ। ଏ ନେଇ ସଂପୃକ୍ତ ବ୍ୟକ୍ତି ଭିଜିଲାନ୍ସକୁ ଟୋଲ୍ ଫ୍ରି ନମ୍ବର ( ୧୦୬୪ ) ଜରିଆରେ ଜଣାଇବା ପରେ ଅମିନ ଉମାକାନ୍ତ ବେହେରାଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲା ଭିଜିଲାନ୍ସ।

ଅଧିକ ପଢନ୍ତୁ : ମେଷ ରାଶିରେ ମଙ୍ଗଳ ଚଳନ ଯୋଗୁଁ ସୃଷ୍ଟି ହେବ ରୁଚକ ରାଜଯୋଗ, ବଦଳିବ ଏହି ୪ ରାଶିର ଆର୍ଥିକ ସ୍ଥିତି!

ଭିଜିଲାନ୍ସ ଅଧିକାରୀମାନେ ଉମାକାନ୍ତଙ୍କୁ ଲାଞ୍ଚ ନେବା ବେଳେ ଧରିବା ସହ ତାଙ୍କଠାରୁ ସେହି ଲାଞ୍ଚ ଟଙ୍କା ଜବତ କରିଛନ୍ତି। ଏହାପରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ସନ୍ଦେହରେ ଅମିନ ଉମାକାନ୍ତଙ୍କ ତିନିଟି ଠିକଣାରେ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ। ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।

ଅଧିକ ପଢନ୍ତୁ : କୌଣସି ବିଷୟକୁ ନେଇ ଚିନ୍ତାରେ ରହିବା ସହ ସମସ୍ୟା ଘେରରେ ରହିବେ ଏହି ରାଶି ଲୋକ! ପଢନ୍ତୁ ଏ ସପ୍ତାହର ରାଶିଫଳ