ଓଡ଼ିଶାରେ ବଢିବ ବର୍ଷାର ପରିମାଣ: ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ

 

ଓଡ଼ିଆ ଗସିପ୍ ବ୍ୟୁରୋ: ଓଡିଶାକୁ ଆସୁଛି ବଡ ବର୍ଷା, ୧୬ ତାରିଖରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ। ଘନିଭୁତ ହୋଇ ନେଇପାରେ ଲଘୁଚାପର ରୂପ। ଲଘୁଚାପ ସୃଷ୍ଟି ପାଇଁ ଅନୁକୂଳ ହୋଇଛି ପାଗ। ପରବର୍ତ୍ତୀ ସମୟରେ ଅବପାତରେ ପରିଣତ ସମ୍ଭାବନା। ପ୍ରଭାବରେ ଓଡିଶାରେ ବଢିବ ବର୍ଷାର ପରିମାଣ । ଦକ୍ଷିଣ ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା।

ଅଧିକ ପଢ଼ନ୍ତୁ: ମାମଲା ରଫାଦଫା ପାଇଁ ମାଡାମ୍ ଏଏସଆଇ ନେଇଥିଲେ ମାଲ୍: ଧରି ପକାଇଲା ଭିଜିଲାନ୍ସ

ଏବେ ବି ରାଜ୍ୟରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି। ୧ ଜୁନ ରୁ ଆଜି ୧୩ ଜୁଲାଇ ମଧ୍ୟରେ ୨୪୩.୯ ମିମି ବର୍ଷା ରେକର୍ଡ ହୋଇଛି। ସ୍ବାଭାବିକ ବର୍ଷା ୩୩୪.୪ ମିମି ତୁଳନାରେ ୨୭ ପ୍ରତିଶତ କମ ହୋଇଛି ।

ଅଧିକ ପଢ଼ନ୍ତୁ: ଟମାଟୋ ରାନ୍ଧିଥିବାରୁ ସ୍ବାମୀଙ୍କୁ ଛାଡ଼ି ଚାଲିଗଲେ ସ୍ତ୍ରୀ; ଥାନାରେ ଅଭିଯୋଗ କଲେ ସ୍ବାମୀ

ଦେବଗଡ ଜିଲ୍ଲାରେ ସର୍ବାଧିକ ୪୭୪.୫ ମିମି ବର୍ଷା ରେକର୍ଡ ସ୍ୱାଭାବିକ ବର୍ଷା ତୁଳନାରେ ୪୨% ଅଧିକ ରହିଛି। ସେହିପରି କଳାହାଣ୍ଡି ଜିଲ୍ଲାରେ ୧୩୯.୪ ମିମି ସହ ସବୁଠାରୁ କମ ପ୍ରତିଶତ ବର୍ଷା ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା ତୁଳନାରେ ୬୫% କମ ରହିଛି। ୧୭ ଜିଲ୍ଲାରେ ନିଅଣ୍ଟିଆ, ଗୋଟିଏ ଜିଲ୍ଲାରେ ଅତ୍ୟଧିକ ନିଅଣ୍ଟିଆ, ଗୋଟିଏ ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ଏବଂ ଅବଶିଷ୍ଟ ୧୧ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ। ଗତ ୨୪ ଘଣ୍ଟାରେ ରାଜ୍ୟରେ ହାରାହାରି ୫.୧ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ସ୍ୱାଭାବିକ ବର୍ଷା ୧୦.୮ ମିମି ତୁଳନାରେ ୫୩% କମ ରେକର୍ଡ ହୋଇଛି।

ଅଧିକ ପଢ଼ନ୍ତୁ: Ex ମିନିଷ୍ଟରଙ୍କ S3X କାହାଣୀ; ଟୁଙ୍ଗୁର କାହାଣୀଠୁ ବି ବଳିଗଲାଣି