ଓଡିଶା ସଚିବାଳୟ ଭିତରକୁ ଧସେଇ ପଶିଲେ ମହିଳା, କହିଲେ ମୋ ଝିଅକୁ ନ୍ୟାୟ ଦରକାର, ଦେଖନ୍ତୁ ଭିଡ଼ିଓ...

 

ଓଡ଼ିଆ ଗସିପ ବ୍ୟୁରୋ: ବିଜେବି କଲେଜ ଛାତ୍ରୀ ରୁଚିକା ମୃତ୍ୟୁ ମାମଲାରେ ପରିବାର ଲୋକଙ୍କୁ ଏଯାଏଁ ନ୍ୟାୟ ମିଳିନଥିବା ବେଳେ ନ୍ୟାୟ ଦାବିରେ ଆଜି ସକାଳେ ତାଙ୍କ ମା' କଣ ସହ ଶତାଧିକ ନବନିର୍ମାଣ ଛାତ୍ର ସଙ୍ଗଠନ କର୍ମକର୍ତ୍ତା ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଖାଲି ଏତିକି ନୁହେଁ ସେମାନେ ଓଡିଶା ସଚିବାଳୟ ଭିତରକୁ ଧସେଇ ପଶୁଥିବା ବେଳେ କମିସନରଟେ ପୋଲିସ ସେମାନଙ୍କୁ କାବୁ କରି ଅଟକ ରଖିଛି ।

ନ୍ୟାୟ ଦାବିରେ ନବନିର୍ମାଣ ଯୁବ ଛାତ୍ର ସଙ୍ଗଠନ ବିଧାନସଭା ଘେରାଉ ଉଦ୍ୟମ ବେଳେ ପୋଲିସ ଉଠାଇ ନେଇଥିଲା । ନବନିର୍ମାଣ ଯୁବ ଛାତ୍ର ସଙ୍ଗଠନର ଏକାଧିକ ଯୁବକ ରୁଚିକାଙ୍କ ମାଆ ଝିଅର ନ୍ୟାୟ ପାଇଁ ବିଧାନସଭା ଆଡ଼କୁ ଧସେଇ ପଶିଲା ବେଳେ ଗିରଫ କରିଛି କମିଶନରେଟ ପୋଲିସ ।

ଘଟଣାକୁ ୫ ମାସ ବିତି ଯାଇଥିଲେ ବି ଅଭିଯୁକ୍ତକୁ ଗିରଫ କଲାନି ପୋଲିସ ବୋଲି ରୁଚିକା ମାଆ ଅଭିଯୋଗ କରିଛନ୍ତି । ରାଜ୍ୟ ସରକାରଙ୍କ ଚାପରେ ଘଟଣାକୁ କମିଶନରେଟ ପୋଲିସ ଚାପିଦବାକୁ ଉଦ୍ୟମ କରୁଥିବା ରୁଚିକାଙ୍କ ମାଆ ଅଭିଯୋଗ କରିଛନ୍ତି ।

ଏଠି କ୍ଲିକ କରି ଅଧିକ ପଢ଼ନ୍ତୁ : IAS ଇଣ୍ଟରଭିୟୁରେ ଝିଅକୁ ପଚରାଗଲା କେଉଁ ଜିନିଷକୁ ମହିଳା ଦେଖେଇ ଦେଖେଇ ଯାନ୍ତି କିନ୍ତୁ ପୁରୁଷମାନେ ଲୁଚାନ୍ତି? କ୍ଲିକ କରି ଜାଣନ୍ତୁ ଉତ୍ତର...

ସେପଟେ ବିଜେବି କଲେଜ ଛାତ୍ରୀ ରୁଚିକାଙ୍କ ଆତ୍ମହତ୍ୟା ରହସ୍ୟ ଦିନକୁ ଦିନ ବଢିବାରେ ଲାଗିଛି । ଗୋଟିଏ ପଟେ ତାଙ୍କ ପରିବାର ଲୋକ ଏହି ଆତ୍ମହତ୍ୟା ପଛରେ ୩ ଜଣ ସିନିୟରଙ୍କ ହାତ ରହିଥିବା ନେଇ ଅଭିଯୋଗ କରୁଥିବାବେଳେ, ପୋଲିସ କିନ୍ତୁ ଏହି ଆତ୍ମହତ୍ୟା ପଛରେ ରାଗିଂ ନଥିବା କହୁଛି । ଏନେଇ ଆଜି ନିଜେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ପ୍ରେସମିଟ୍ କରି ସୂଚନା ଦେଇଥିଲେ ।

ପ୍ରତୀକ ସିଂହ କହିଥିଲେ ଯେ, ଜଣେ ଡିସିପି ରାଙ୍କର ଅଫିସର ଏହି ମାମଲାର ତଦନ୍ତ କରୁଛନ୍ତି । ରୁଚିକାଙ୍କର କଲେଜ ହଷ୍ଟେଲରେ ରାଗିଂ ହୋଇଥିବା ନେଇ ପୋଲିସକୁ କୌଣସି ସୁରାକ୍ ମିଳିନି । ତେବେ ପୋଲିସ ଏହି ମୃତ୍ୟୁ ପଛର ଗୁମର ଖୋଲିବା ପାଇଁ ଏପର୍ଯ୍ୟନ୍ତ ମୋଟ ୧୯୮ ଜଣଙ୍କୁ ପଚରାଉଚୁରା କରିସାରିଲାଣି ବୋଲି ଡିସିପି ସୂଚନା ଦେଇଛନ୍ତି ।

ଅନ୍ୟପଟେ ଯଦି କୌଣସି ବ୍ୟକ୍ତି ରୁଚିକା ମୃତ୍ୟୁ ନେଇ ପୋଲିସକୁ କିଛି ତଥ୍ୟ ଦେବାକୁ ଚାହୁଁଛନ୍ତି ତେବେ ସେଥିପାଇଁ କମିଶନରେଟ୍ ପୋଲିସ ଏକ ମୋବାଇଲ୍ ନମ୍ବର ଜାରି କରିଛି । ଏହି ନମ୍ବରକୁ ଫୋନ୍ କରି କୌଣସି ବି ବ୍ୟକ୍ତି ରୁଚିକା ମୃତ୍ୟୁ ସମ୍ବନ୍ଧୀୟ ଟିକିନିଖି ତଥ୍ୟ ଦେଇପାରିବ । ତଥ୍ୟ ଦେଇଥିବା ବ୍ୟକ୍ତିଙ୍କ ନାମ ଗୋପନ ରଖାଯିବ ବୋଲି ଡିସିପି ସୂଚନା ଦେଇଛନ୍ତି । ଏହି ମୋବାଇଲ୍ ନମ୍ବରଟି ହେଉଛି ୭୦୭୭୭୯୮୧୧୧ ।

ଏଠି କ୍ଲିକ କରି ଅଧିକ ପଢ଼ନ୍ତୁ : ବଡ଼ବାବୁଙ୍କୁ ଖୁସି କରିବାକୁ ବକ୍ଷୋଜରେ ଦାମୀ ତେଲ ଲଗାଉଥିଲେ ଅର୍ଚ୍ଚନା, ଦାମ ଶୁଣିଲେ ହୋସ ଉଡିଯିବ

ସେପଟେ ରୁଚିକାର ସମ୍ପର୍କୀୟ, ସାଙ୍ଗ ଓ ହଷ୍ଟେଲ ଷ୍ଟାଫଙ୍କୁ ପୋଲିସ ପଚରାଉଚୁରା କରିଛି । ରୁଚିକା ରୁମରୁ ଯେଉଁ ମୋବାଇଲ୍ ମିଳିଥିଲା, ତାକୁ ଏବେ ଖୋଲିବାକୁ ଚେଷ୍ଟା କରାଯାଉଛି । ଏଥିପାଇଁ ରୁଚିକାଙ୍କ ମୋବାଇଲକୁ ସିଙ୍ଗାପୁର ପଠାଯାଇଛି । ସେଠାରେ ଏହି ମୋବାଇଲରୁ ଡାଟା ରିଟ୍ରିଭ୍ କରିବାକୁ ଚେଷ୍ଟା କରାଯାଉଛି । ଯାହାକି ରୁଚିକା ମୃତ୍ୟୁ ରହସ୍ୟର ଗୁମର ଖୋଲିବ ବୋଲି ଡିସିପି ସୂଚନା ଦେଇଛନ୍ତି ।

<a href=https://youtube.com/embed/KZlPfZrno6U?autoplay=1&mute=1><img src=https://img.youtube.com/vi/KZlPfZrno6U/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="640">

ହେଲେ ବି ଏଯାଏଁ ପୋଲିସ ଏହି ଘଟଣାରେ ରୁଚିକାଙ୍କ ପରିବାର ଲୋକଙ୍କୁ ନ୍ୟାୟ ଦେବାରେ ଗୋଟେ ପ୍ରକାର ଅସମର୍ଥ ହୋଇଛି । ଦେଖା ଯାଉ କେବେ ରୁଚିକାର ମା' ଙ୍କୁ ନ୍ୟାୟ ମିଳୁଛି ଏବଂ ଏହି ମାମଲାରେ କେତେ ସମର୍ଥ ଆମ କମିସନରଟେ ପୋଲିସ ।