ଦେଶର ବିଭିନ୍ନ ସ୍ଥାନରେ ୯୦ ଟଙ୍କାରେ ଟମାଟୋ ବିକ୍ରି ଆରମ୍ଭ କଲେ କେନ୍ଦ୍ର ସରକାର

 

 ଓଡ଼ିଆ ଗସିପ୍ ବ୍ୟୁରୋ: କେନ୍ଦ୍ର ସରକାର ଦେଶରେ ଟମାଟୋର ମୂଲ୍ୟ ବୃଦ୍ଧିକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ଟମାଟୋ କିଲୋ ପିଛା ୯୦ ଟଙ୍କା ମୂଲ୍ୟରେ ବିକ୍ରି ଆରମ୍ଭ କରିଛନ୍ତି । ଜାତୀୟ ସମବାୟ ଖାଉଟି ମହାସଂଘ ମାଧ୍ୟମରେ ରିହାତି ମୂଲ୍ୟରେ ଟମାଟୋ ବିକ୍ରି କରାଯାଉଛି । ଖାଉଟି ବ୍ୟାପାର ବିଭାଗଜାତୀୟ କୃଷି ସମବାୟ ବିପଣନ ମହାସଂଘ ଓ ଜାତୀୟ ସମବାୟ ଖାଉଟି ମହାସଂଘକୁ ମଣ୍ଡିଗୁଡ଼ିକରୁ ଶୀଘ୍ର ଟମାଟୋ ସଂଗ୍ରହ କରିବାକୁ କହିଛି ।

ଅଧିକ ପଢ଼ନ୍ତୁଟମାଟୋ ରାନ୍ଧିଥିବାରୁ ସ୍ବାମୀଙ୍କୁ ଛାଡ଼ି ଚାଲିଗଲେ ସ୍ତ୍ରୀ; ଥାନାରେ ଅଭିଯୋଗ କଲେ ସ୍ବାମୀ

ଖାଉଟି ବ୍ୟାପାର ମନ୍ତ୍ରଣାଳୟ କହିଛି ଟମାଟୋ ର ମୂଲ୍ୟ ବୃଦ୍ଧି ପାଇଁ ଅନେକ କାରଣ ଦାୟୀ । ତାହା ମଧ୍ୟରେ ଟମାଟୋ ଚାଷ ଓ ଅମଳରେ ତାରତମ୍ୟ ଏବଂ ଯୋଗାଣ ଶୃଙ୍ଖଳରେ ବାଧା ସୃଷ୍ଟି ତଥା ଫସଲ ହାନି ପ୍ରଭୃତି ଅନ୍ତର୍ଭୁକ୍ତ । ଏ ସଂକ୍ରାନ୍ତରେ ବୁଧବାର ଦିନ ସରକାର ଜାରି କରିଥିବା ବିବୃତିରେ ଉଲ୍ଲେଖ ଥିଲା, ଏହି ଟମାଟୋ ସବୁକୁ ଖୁଚୁରା ବିକ୍ରୟ କେନ୍ଦ୍ର ଜରିଆରେ ଶୁକ୍ରବାର ଦିନ ଦିଲ୍ଲୀ ଜାତୀୟ ରାଜଧାନୀ ଅଞ୍ଚଳର ଖାଉଟିମାନଙ୍କୁ ରିହାତି ଦରରେ ବିକ୍ରୟ କରାଯିବ।

ଅଧିକ ପଢ଼ନ୍ତୁସଂଯୁକ୍ତା ମହଲା ସହ ଲିଭ୍ ଇନରେ ଥିଲେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ: ବ୍ରେକ୍ ଅପ୍ ପରେ ଦୁହେଁ ଭାଙ୍ଗି ପଡ଼ିଛନ୍ତି

ଏଥିପାଇଁ କେନ୍ଦ୍ର ସରକାର ନ୍ୟାସ୍‌ନାଲ୍‌ ଏଗ୍ରିକଲ୍‌ଚୁରାଲ୍‌ କୋଅପରେଟିଭ୍‌ ମାର୍କେଟିଙ୍ଗ୍‌ ଫେଡେରେସନ୍‌ ଅଫ୍‌ ଇଣ୍ଡିଆ’ (ନାଫେଡ୍‌) ଓ ନ୍ୟାସ୍‌ନାଲ୍‌ କୋଅପରେଟିଭ୍‌ କଞ୍ଜ୍ୟୁମର୍ସ ଫେଡେରେସନ୍‌ ଅଫ୍‌ ଇଣ୍ଡିଆଙ୍କୁ (ଏନ୍‌ସିସିଏଫ୍‌) ତୁରନ୍ତ ଟମାଟୋ କିଣି ଖାଉଟିଙ୍କୁ ଯୋଗାଇବାକୁ ନିର୍ଦେଶ ଦେଇଥିଲେ।

ଅଧିକ ପଢ଼ନ୍ତୁସ୍କୁଲ ଯାଉଥିବା ଏହି ଶ୍ରେଣୀର ପିଲାଙ୍କୁ ମିଳିବ ଡ୍ରେସ ଏବଂ ଅନ୍ୟାନ୍ୟ ଜିନିଷ, ସରକାର କଲେ ଘୋଷଣା