ଓଡ଼ିଶାରେ ଲଜ୍ଜା : ମୋବାଇଲରୁ ମୋବାଇଲ ଭାଇରାଲ ହେଉଛି ନାବାଳିକାକୁ ଟେକି ନେଇ ଦୁଷ୍କର୍ମ ଉଦ୍ୟମ

 

ଓଡ଼ିଆ ଗସିପ ବ୍ୟୁରୋ : ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ଥାନା ଅଧିନସ୍ଥ ଏକ ଅଞ୍ଚଳରେ ଜଣେ ନାବାଳକଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଦୁଷ୍କର୍ମ ସମୟର ଭିଡିଓ ଏବେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି ।

ଦୁଷ୍କର୍ମ ସମୟର ଭିଡିଓକୁ ଉତ୍ତୋଳନ କରାଯାଇ ସୋସିଆଲ ମିଡିଆରେ ଭାଇରାଲ କରାଯାଇଛି ବୋଲି ନାବାଳିକାଙ୍କ ମାଆ ପୁଲିସ ନିକଟରେ ଅଭିଯୋଗ କରିଛନ୍ତି ।

ମାଆଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କର ଏହି ୧୫ ବର୍ଷର ନାବାଳିକା ଝିଅକୁ ଦେବକୁମାର ଗ୍ରାମର ମିଥୁନ ମାଝୀ ନାମକ ଜଣେ ଯୁବକ ଏକ ପରିତ୍ୟକ୍ତ ଘରକୁ ଟେକି ନେଇ ଦୁଷ୍କର୍ମ କରିଥିଲେ । ଦୁଷ୍କର୍ମ ସମୟର ଭିଡ଼ିଓ ଫେସବୁକ ଜରିଆରେ ଭାଇରାଲ କରିଥିଲେ ।

ଅଧିକ ପଢ଼ନ୍ତୁ : ୨୦୧୫ ମସିହାରୁ ପୋଲସରା ବିଧାୟକ ଆଉ ମୋ ଭିତରେ ସ୍ୱାମୀ-ସ୍ତ୍ରୀର ସମ୍ପର୍କ: ଏବେ ଆଉ ସେ ସମ୍ବନ୍ଧ ନାହିଁ

ଅଧିକ ପଢ଼ନ୍ତୁ : ଚଉଠି ରାତରେ ସ୍ୱାମୀକୁ ଭକୁଆ ବନେଇ ପ୍ରେମିକ ସହ ଚମ୍ପଟ ମାରିଲା ସ୍ତ୍ରୀ

ଏସମ୍ପର୍କରେ ନାବାଳିକାଙ୍କ ମାଆ ଜାଣିବା ପରେ ମିଥୁନଙ୍କ ଘରକୁ ଯାଇ ଘଟଣା ସମ୍ପର୍କରେ ପଚାରିବା ପରେ ମିଥୁନ ଓ ତାଙ୍କ ବାପା ରବିନ୍ଦ୍ର ଜୀବନରୁ ମାରିଦେବା ଉଦ୍ଦେଶ୍ୟରେ ଏକ କାତି ଧରି ଗୋଡ଼ାଇଥିଲେ । ଥାନାରେ ଅଭିଯୋଗ କଲେ ମାଆ ।

ଝିଅକୁ ହତ୍ୟା କରିବାକୁ ଧମକ ଦେଇଥିଲେ । ଏହି ଘଟଣାକୁ ନେଇ ଜଳେଶ୍ୱର ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି।ପୁଲିସ ଅଭିଯୋଗ ପାଇ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି ।