ପୁରୀରେ ଦୋହରାଇଲେ ନିର୍ଭୟା ଭଳି ନାରକିୟ କାଣ୍ଡ, ଦୁଷ୍କର୍ମ କଲେ ଆଉ ଅତି ନିର୍ମମ ଭାବେ ଏସିଡ଼ ପକେଇ ଜାଳିଦେଲେ...

 

ଓଡ଼ିଆ ଗସିପ ବ୍ୟୁରୋ: ମଧ୍ୟପ୍ରଦେଶରୁ ଜଗା ଟାଣି ଆଣିଥିଲା ଯୁବତୀଙ୍କୁ କାଳିଆ ଦର୍ଶନ କରିବାକୁ । ପରିବାର ସହିତ କାଳିଆର ଦର୍ଶନ ପାଇଁ ରାଜ୍ୟ ପରେ ରାଜ୍ୟ ପାରି ହୋଇ ଆସିଥିଲେ କାଳିଆ ଧାମକୁ । କିଏ ଜାଣିଥିଲା ପୁଣ୍ୟର ଧାମରେ ଲୁଚି ରହିଛନ୍ତି ପାପୀ ମାନେ। ପୁଣ୍ୟର ଧାମରେ କାଳିଆ ଆଗରେ ଯୁବତୀ ଜଣଙ୍କ ଦୁଷ୍କର୍ମର ଶିକାର ହେଇ ସବୁଦିନ ପାଇଁ ଆଖି ବୁଝିଦେବେ ।

ଘରୁ କେତେ ଖୁସିରେ ପରିବାର ସହିତ ବାହାରିଥିଲେ ଓଡ଼ିଶାର ପୁରୀକୁ ମନରେ ଯେତିକି ଉତ୍ସାହ ଥିଲା ସେତିକି ଭକ୍ତି ମଧ୍ୟ ଥିଲା । ଘରୁ ପରିବାର ଲୋକେ ଅନେକ କଳ୍ପନା ଜଳ୍ପନା କରି ବାହାରି ଥିଲେ । ଆଉ ଯେତେବେଳେ ଆସି ପୁରୀ ଶ୍ରୀକ୍ଷେତ୍ରରେ ପହଞ୍ଚିଥିଲେ ସମସ୍ତଙ୍କ ମନରେ ଖେଳି ଯାଇଥିଲା ଖୁସିର ଲହରୀ ।

କୋଟି ପୁଣ୍ୟ ଅର୍ଜନ କରିବାର ଲକ୍ଷ ନେଇ ପରିବାର ସାଥିରେ ଆସିଥିବା ଯୁବତୀଙ୍କ ସାଥିରେ ଦେହ ମାଂସ ଲୋଭି ନର ରାକ୍ଷାସ ଯେ ଏପରି ସାଂଘାତିକ ଘଟଣା ଘଟାଇବେ ତାହା ସମସ୍ତଙ୍କ ସ୍ୱପ୍ନ ବାହାରେ ଥିଲା । କାଳିଆ ଆଗରେ ଶ୍ରୀକ୍ଷେତ୍ର ପବିତ୍ର ଧାମରେ ଏ ପାପ କାର୍ଯ୍ୟ କରିବାକୁ କାହାର ଯେ ସାହସ ହେଲା କିଏ ସେହି ରାକ୍ଷାସ ।

ଏଠି କ୍ଲିକ କରି ଅଧିକ ପଢ଼ନ୍ତୁ : ଘର ବାହୁଡା ହେଲା ସ୍ବପ୍ନ; ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାଲିଗଲା ୪ ନିରୀହ ଜୀବନ...

ମଧ୍ୟପ୍ରଦେଶରୁ ଆସିଥିବା ଯୁବତୀଙ୍କୁ ଦୁଷ୍କର୍ମ କରି କରି ଏତେ କଷ୍ଟ ଦେଲା ପରେ ମନ ଶାନ୍ତି ହେଲାନି ଯେ ଯୁବତୀଙ୍କ ଜୀବନ ମଧ୍ୟ ନେଇଗଲେ । କେବଳ ଏତିକି ନୁହେଁ ଆଜ୍ଞା ଦୁର୍ବୁତ୍ତ ମାନେ ବାସ୍ତବରେ ରାକ୍ଷାସ ହିଁ ସାଜିଥିଲେ ଅନେକ କଷ୍ଟ ଦେଲା ପରେ ଯୁବତୀଙ୍କ ମୁହଁକୁ ଏସିଡି ପକାଇ ଜାଳି ଦେଇଥିଲେ ଦୁର୍ବୁତ୍ତ । ଟିକେ ଚିନ୍ତା କଲେ ସେହି ସମୟରେ ଯୁବତୀଙ୍କୁ କେତେ କଷ୍ଟ ହୋଇଥିବ ।

ଯୁବତୀ ଜଣଙ୍କ କେତେ ଚିତ୍କାର କରିଥିବେ। ମଣିଷ କଣ ସାମାନ୍ୟ ଶରୀର ଲୋଭରେ ଏତେ ତଳକୁ ଖସି ଯାଇ ପାରେ । ମଣିଷ କଣ ଆଉ ଜଣେ ମଣିଷକୁ ଏତେ କଷ୍ଟ ଦେଇ ପାରେ ଯାହା ଲଜ୍ଜାଜନକ ଘଟଣା । କାହାକୁ ନହେଲା ନାହିଁ ଅନ୍ତତଃ ଜଗାକୁ ଟିକେ ଡରିଲେନି । ସେ ପରିବାର ଉପରେ ଏବେ କଣ ବିଟୁଥିବ ସେ କଥା ବି ଟିକେ ହେଲେ ଚିନ୍ତା କଲେ ନାହିଁ ।

ଜଗା ଉପରେ ସେ ପରିବାର ଲୋକେ ଆଉ କଣ ବିଶ୍ୱାସ କରି ପାରିବେ । ଜଗା ଯେତେବେଳେ ନିଜ ପାଖରେ ଝିଅଟିକୁ ବଞ୍ଚାଇ ପାରିଲେ ନାହିଁ । ସେତେବେଳେ ମଣିଷକୁ ବା ପରିବାର ଲୋକେ କଣ ଦୋଷ ଦେବେ । ଆଉ ସେ ରାକ୍ଷସ ମାନଙ୍କୁ କଣ ବା କହିବେ ।

ଏଠି କ୍ଲିକ କରି ଅଧିକ ପଢ଼ନ୍ତୁ : ଚୋରିର ଲାଇଭ ଭିଡ଼ିଓ ଦେଖନ୍ତୁ: ମହିଳା ଜଣଙ୍କ କେମିତି ଏତେ ଟଙ୍କାର ଦାମୀ ସୁନା ହାର ନିଜ ଶାଢ଼ୀ ଭିତରେ ଲୁଚାଇ ନେଉଛନ୍ତି...

ଜଗା ତୁ ଚାହିଁଥିଲେ ନା ଆମ ଝିଅକୁ ବଞ୍ଚାଇ ପାରିଥାନ୍ତୁ ହେଲେ ତୋ ପାଖକୁ ଆସି ଆମେ ଆମ ଝିଅକୁ ସବୁଦିନ ପାଇଁ ହରାଇ ବସିଲୁ । ବନ୍ଧୁଗଣ ପରିବାର ସହ ମଧ୍ୟପ୍ରଦେଶରୁ ଆସିଥିବା ଯୁବତୀ ଓ ତାଙ୍କ ପରିବାର ଲୋକେ ପୁରୀର ଏକ ହୋଟେଲରେ ରହିଥିଲେ ହେଲେ ସକାଳୁ ସକାଳୁ ହୋଟେଲରୁ ଯୁବତୀ ଜଣଙ୍କ କେଉଁ ଆଡେ ନିଖୋଜ ହୋଇଯାଇଥିଲେ ।

ଅନେକ ଖୋଜା ଖୋଜା ପରେ ଯୁବତୀଙ୍କ ମୃତ ଶରୀର ବେଳା ଭୂମିରୁ ଅତ୍ୟନ୍ତ ଭୟଙ୍କର ଭାବେ ଉଦ୍ଧାର ହୋଇଥିଲା । ଦୁର୍ବୁତ୍ତ ମାନେ ଶରୀରକୁ ଏପରି ଭାବେ ଜାଳି ଦେଇଥିଲେ ଯେ ତାହା କଳ୍ପନା କରିବା ବାହାରେ ଥିଲା । ତେବେ ଏନେଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ଛାନଭିନ ଆରମ୍ଭ କରିଛି ।