ସ୍ତ୍ରୀକୁ ବାଲେଶ୍ୱରରୁ ଆଣି ଭୁବନେଶ୍ୱରରେ ବିକିଲା ସ୍ୱାମୀ, ଜଣେ ବ୍ୟକ୍ତି ୨ ଦିନ ଧରି ଗୋଟେ ଘରେ ରଖି କରୁଥିଲେ..

Man Sells Wife In Odishas bhubaneswar
 
Man Sells Wife In Odishas bhubaneswar
ସ୍ତ୍ରୀକୁ ବାଲେଶ୍ୱରରୁ ଆଣି ଭୁବନେଶ୍ୱରରେ ବିକିଲା ସ୍ୱାମୀ

ଓଡ଼ିଆ ଗସିପ୍ ବ୍ୟୁରୋ: ସ୍ତ୍ରୀକୁ ଅନୈତିକ କାର୍ଯ୍ୟରେ ଲଗାଇବାକୁ ସ୍ୱାମୀ ବିକ୍ରି କରି ଦେଇଥିବା ଅଭିଯୋଗ ହୋଇଛି। ବାଲେଶ୍ୱରରୁ ଆଣି ରାଜଧାନୀରେ ବିକ୍ରି କରି ଚମ୍ପଟ୍‌‌ ହୋଇଯାଇଛି। ଦୁଇଦିନ ନିର୍ଯାତନା ପାଇବା ପରେ ବନ୍ଧକଙ୍କ ପାଖରୁ ଖସି ଆସିଲେ ସ୍ତ୍ରୀ। ଭଙ୍ଗା ଘରେ ଆଶ୍ରୟ ନେଇଥିବାବେଳେ ଉଦ୍ଧାର କଲା ମଞ୍ଚେଶ୍ୱର ଥାନା ପୁଲିସ। ଜାଣନ୍ତୁ ପୁରା ଘଟଣା କେମିତି କଣ ହୋଇଥିଲା ।

ଅଧିକ ପଢନ୍ତୁ : କମ୍ ବୟସରେ ହେଉଥିବା ମୃତ୍ୟୁକୁ ରୋକା ଯାଇପାରିବ, ବାସ୍ ଆଜିଠୁ କରନ୍ତୁ ଏହି କାମ

ସୂଚନା ଅନୁଯାୟୀ, ବାଲେଶ୍ୱରରେ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇଥିଲେ । ସଂସାର ଗଢିବାର ପ୍ରତିଶୃତି ଦେଇ ଯୁବତୀ ଜଣଙ୍କୁ ମନ୍ଦିରରେ ଫୁଲମାଳ ଓ ସିନ୍ଦୁର ଦେଇ ବିବାହ କରିଥିଲେ । ଏହା ପରେ ତାଙ୍କୁ ବଡ଼ ବଡ଼ ସ୍ୱପ୍ନ ଦେଖାଇ ରାଜଧାନୀକୁ ଯିବା ପାଇଁ କହିଥିଲେ । ଭୁବନେଶ୍ୱର ଯାଇ କିଛି ଗୋଟେ କାମ କରି ସେଠାରେ ଉଭୟେ ମିଶିକି ଭଲରେ ଚଳିବା ବୋଲି ସ୍ୱାମୀ କହିଥିଲା । ଆଉ ସ୍ୱାମୀଙ୍କ କଥାରେ ଭୁବନେଶ୍ୱର ଆସିବା ପାଇଁ ସ୍ତ୍ରୀ ରାଜି ହୋଇଥିଲେ ।

ଅଧିକ ପଢନ୍ତୁ : କେମିତି ଜାଣିବେ ଆପଣଙ୍କୁ ହୋଇଛି ଲିଭର୍ କ୍ୟାନ୍ସର, ଜାଣନ୍ତୁ ରୋଗର ଲକ୍ଷଣ ଏବଂ କାରଣ

ସ୍ୱାମୀ ଓ ସ୍ତ୍ରୀ ଉଭୟ ବସ ଯୋଗେ ୨ ଦିନ ତଳେ ବାଲେଶ୍ଵରରୁ ଭୁବନେଶ୍ୱର ଆସିଥିଲେ । ରସୁଲଗଡ଼ ଛକରେ ଓଲ୍ହାଇବା ପରେ ସ୍ୱାମୀ ତାଙ୍କୁ ଜଣେ ଲୋକଙ୍କ ପାଖକୁ ନେଇ ଯାଇଥିଲେ । ଆଉ ସେଠାରେ ତାଙ୍କୁ ଛାଡି ସ୍ୱାମୀ କେଉଁଆଡେ ପଳାଇଥିଲେ । ସମ୍ପୃକ୍ତ ବ୍ୟକ୍ତି ସ୍ତ୍ରୀଙ୍କୁ ନେଇ ଏକ ଘରେ ରଖିଥିଲେ । ଏହା ସହ ତାଙ୍କୁ ୨ ଦିନ ଧରି ନିର୍ଯାତନା ଦେଇଥିଲେ । 

ତେବେ ଗତକାଲି ଯୁବତୀ ଚାଲାଖ କରି ସେଠାରୁ ଖସି ପଳାଇଆସିଥିଲେ । ସେଠାରୁ ଆସି ରସୁଲଗଡ଼ ଅଞ୍ଚଳର ଏକ ପରିତ୍ୟକ୍ତ ଘରେ ଲୁଚି ରହିଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଦେଖି ତାଙ୍କ ବିଷୟରେ ପଚାରି ବୁଝିଥିଲେ । ଏହାପରେ ସେ ତାଙ୍କ ଘଟଣା ସମ୍ପର୍କରେ ସେହି ଲୋକମାନଙ୍କୁ କହିଥିଲେ । ଏହା ପରେ ଉକ୍ତ ଲୋକମାନେ ଏହି ଘଟଣା ବିଷୟରେ ପିସିଆର ପୋଲିସକୁ ସୂଚନା ଦେଇଥିଲେ । ଏହା ପରେ ପିସିଆର ପୋଲିସ ଘଟଣାସ୍ଥଳରେ ପହଁଚି ମହିଳା ଜଣଙ୍କୁ ଉଦ୍ଧାର କରିଥିଲେ ।

ଏନେଇ ଥାନା ଅଧିକାରୀ କହିଛନ୍ତି ଯେ, ଘଟଣା ସମ୍ପର୍କରେ ପଚାରିବାରୁ ମହିଳା ଜଣଙ୍କ ସ୍ପଷ୍ଟ ଭାବେ କିଛି କହିପାରିନଥିଲେ । ଏପରିକି ସ୍ୱାମୀ ଏବିଷୟରେ ମଧ୍ୟ କିଛି ସଠିକ ଭାବେ କହି ପାରିନଥିଲେ । ତେବେ କାହାକୁ କେତେ ଟଙ୍କାରେ ତାଙ୍କ ସ୍ୱାମୀ ବିକ୍ରି କରିଥିଲେ ସେ ନେଇ ବି କୌଣସି ସୂଚନା ଦେଇ ପାରିନଥିଲେ । ମହିଳା ଜଣକ କେବଳ ତାଙ୍କ ଅସୁବିଧା ବିଷୟରେ ଥାନାରେ ଜଣାଇ ବାଲେଶ୍ୱର ଫେରିଯିବାକୁ କହିଥିଲେ । ଏନେଇ ସେ ଥାନାରେ କୌଣସି ଲିଖିତ ଅଭିଯୋଗ ମଧ୍ୟ କରିନାହାନ୍ତି । ତେଣୁ ପୋଲିସ ତାଙ୍କ କହିବା ମୁତାବକ ତାଙ୍କୁ କିଛି ଟଙ୍କା ଦେଇ ବାଲେଶ୍ୱରର ଏକ ବସରେ ବସାଇଦେଇଥିଲେ ।